ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା କେବେ ? ଅନୁଗୋଳର ଦାବିକୁ ଅଣଦେଖା

Advertisment

ଅନୁଗୋଳର ସର୍ବ ପୂରାତନ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା କେବେ? ବାରମ୍ବାର ଦାବି ପରେ ବି ଶୁଣୁ ନାହାନ୍ତି ସରକାର  ଅନୁଗୋଳର ଦାବିକୁ ଅଣଦେଖା

ଅନୁଗୋଳର ସର୍ବ ପୂରାତନ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା କେବେ? ବାରମ୍ବାର ଦାବି ପରେ ବି ଶୁଣୁ ନାହାନ୍ତି ସରକାର  ଅନୁଗୋଳର ଦାବିକୁ ଅଣଦେଖା

ଅନୁଗୋଳ ୟୁନିଭର୍ସିଟି

ଅନୁଗୋଳ ୟୁନିଭର୍ସିଟି Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଅନୁଗୋଳ ଜିଲ୍ଲାରେ ଶିକ୍ଷାର ବିକାଶ ହେବ । ସେଥିପାଇଁ ତତ୍କାଳୀନ ହିନ୍ଦୋଳ ରାଜା କୁମୁଦଚନ୍ଦ୍ର ସିଂହଦେଓ ଜମି ଯୋଗାଇ ଦେଇଥିଲେ। ସ୍ବାଧୀନ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହରେକୃଷ୍ଣ ମହତାବ ୧୯୫୭ରେ କଲେଜର ଉଦଘାଟନ କରିଥିଲେ । ସର୍ବ ପୁରାତନ ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ଏବୋ ଜୋରଦାର ହୋଇଛି । ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ମାନ୍ୟତା ଦିଆଯାଉନଥିବା ଅଭିଯୋଗ ହୋଇଛି । ନୂଆ ସରକାର ମଧ୍ୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗକୁ ପ୍ରାଥମିକତା ଦେଉନଥିବା ଅନୁଗୋଳବାସୀ କହିଛନ୍ତି ।

ଶିଳ୍ପନଗରୀ ଅନୁଗୋଳର ଚାରିପଟେ ରହିଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗ । ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ୧୯୫୭ରେ ପ୍ରତିଷ୍ଠା ହୋଇଥିଲା ମହାବିଦ୍ୟାଳୟ । ୨୦୦୫ରେ ଅନୁଗୋଳ ସରକାରୀ ମହାବିଦ୍ୟାଳୟ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଥିଲା।  ସହର ମଧ୍ୟଭାଗରେ ୪୨ ଏକର ଜମିରେ ଥିବା ଶିକ୍ଷାନୁଷ୍ଠାନରେ ସବୁ ପ୍ରକାର ଭିତ୍ତିଭୂମି ରହିଛି । ଜାତୀୟ ରାଜପଥ ଓ ଟ୍ରେନ ଯୋଗାଯୋଗ ସୁବିଧା ଅଛି । ବିଭିନ୍ନ ବିଭାଗରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୧୫ଟି ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି । ଛାତ୍ରାବାସ, ଉତ୍ତମ ଶୈକ୍ଷିକ ବାତାବରଣ, ଆବଶ୍ୟକ ଅଧ୍ୟାପକ ଓ ଉପକରଣ ରହିଛି । ତଥାପି ମହାବିଦ୍ୟାଳୟକୁ ମିଳୁନାହିଁ ବିଶ୍ବବିଦ୍ୟାଳୟ ମାନ୍ୟତା । ଛାତ୍ରଛାତ୍ରୀ ପାଉନାହାନ୍ତି ବିଶ୍ବ ବିଦ୍ୟାଳୟ ସ୍ତରୀୟ ସୁବିଧା ।  

ଅନୁଗୋଳ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ ଜିଲ୍ଲାର ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଦୀର୍ଘବର୍ଷ ହେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି ହେଉଛି । ସବୁ ଭିତ୍ତିଭୂମି ଥାଇ ବି କାହିଁକି ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଯାଉନାହିଁ ବୋଲି ପୁରାତନ ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe