ଚାଲି ଚାଲି ଇଡି ଅଫିସ୍‌ରେ ପହଞ୍ଚିଲେ ରବର୍ଟ ଭଦ୍ରା: କହିଲେ, ଯେତେ ଚେଷ୍ଟା କଲେ ବି ମୋ ସ୍ବରକୁ ଚାପିବା ଉଦ୍ୟମରେ ସଫଳ ହେବନି ବିଜେପି

Advertisment

୨୦୧୮ ହରିୟାଣା ଜମି ଦୁର୍ନୀତି ମାମଲାରେ ସମନ ପଠାଇ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚାଲି ଚାଲି ଇଡି ଅଫିସରେ ପହଁଚିଥିଲେ ରବର୍ଟ ଭଦ୍ରା ।

୨୦୧୮ ହରିୟାଣା ଜମି ଦୁର୍ନୀତି ମାମଲାରେ ସମନ ପଠାଇ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଚାଲି ଚାଲି ଇଡି ଅଫିସରେ ପହଁଚିଥିଲେ ରବର୍ଟ ଭଦ୍ରା ।

ଇଡି ଅଫିସରେ ପହଁଚିଲେ ରବର୍ଟ ଭଦ୍ରା

ଇଡି ଅଫିସରେ ପହଁଚିଲେ ରବର୍ଟ ଭଦ୍ରା Photograph: (google)

କନକ ବ୍ୟୁରୋ:  ରବର୍ଟ ଭଦ୍ରାଙ୍କୁ ଇଡିର ସମନ । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଇଡି  ଦ୍ବିତୀୟ ଥର ପାଇଁ ସମନ କରିଛି । ପୂର୍ବରୁ ଏପ୍ରିଲ ୮ ତାରିଖରେ ଇଡି ସମନ କରିଥିବା ବେଳେ ରବର୍ଟ ହାଜର ହୋଇନଥିଲେ । ତେଣୁ ଆଜି ଇଡି ପୁଣି ସମନ କରିଛି । ହରିୟାଣା ଶିକୋହପୁର ଜମି ଦୁର୍ନୀତି ମାମଲାରେ ଇଡି ସମନ କରିଛି । ତେବେ ରବର୍ଟ ଭଦ୍ରାଙ୍କ କମ୍ପାନୀ ସ୍କାଇଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡକୁ ଗୁରୁଗ୍ରାମରେ ଏକ କଲୋନୀ ନିର୍ମାଣ ପାଇଁ ୩.୫୩ ଏକର ଜମିକୁ ୭.୫୦ କୋଟି ଟଙ୍କାରେ ଦିଆଯାଇଥିଲା ।

ହରିୟାଣା ସରକାର ଲାଇସେନ୍ସ ମଧ୍ୟ ଦେଇଥିଲେ ଏଥିସହ ୨.୭୦ ଏକର ଜମିକୁ ବ୍ୟବସାୟିକ କଲୋନୀ ନିର୍ମାଣ ପାଇଁ ବି ଅନୁମତି ଦେଇଥିଲେ । ହେଲେ ରବର୍ଟ ଭଦ୍ରାଙ୍କ କମ୍ପାନୀ କଲୋନୀ କରିବା ବଦଳରେ ୨୦୧୨ରେ ଡିଏଲ୍‌ଏଫ ୟୁନିଭର୍ସାଲ କମ୍ପାନୀକୁ ୫୮ କୋଟି ଟଙ୍କାରେ ଉକ୍ତ ଜମିକୁ ବିକି ଦେଇଥିଲେ । ଯେଉଁ କାରଣରୁ ରବର୍ଟ ଭଦ୍ରାଙ୍କୁ ଇଡି ସମନ କରିଛି । 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe