ଅସୁସ୍ଥ ହୋଇପଡିଲେ ଖଡଗେ । ଫୋନ ଯୋଗେ ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

Advertisment

ଜମ୍ମୁ ଓ କଶ୍ମୀରର ନିର୍ବାଚନୀ ରାଲିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅସୁସ୍ଥ ହେବା ଘଟଣା । ଫୋନ କରି ସ୍ବାସ୍ଥ୍ୟାବସ୍ଥା ବୁଝିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାର ଜସ୍ରୋତା ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ କରିବା ବେଳେ ଖଡ଼ଗେ ଅସୁସ୍ଥ ହୋଇପଡ଼ିଥିଲେ ।

177

କନକବ୍ୟୁରୋ: ଜମ୍ମୁ ଓ କଶ୍ମୀରର ନିର୍ବାଚନୀ ରାଲିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅସୁସ୍ଥ ହେବା ଘଟଣା। ଫୋନ କରି ସ୍ବାସ୍ଥ୍ୟାବସ୍ଥା ବୁଝିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାର ଜସ୍ରୋତା ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ କରିବା ବେଳେ ଖଡ଼ଗେ ଅସୁସ୍ଥ ହୋଇପଡ଼ିଥିଲେ।

ଡାକ୍ତରୀ ସହାୟତା ପାଇ ସୁସ୍ଥ ହେବା ପରେ ଉକ୍ତ ରାଲିକୁ ସମ୍ବୋଧିତ କରିଥିଲେ। ଏହି ନିର୍ବାଚନୀ ରାଲିରେ କେନ୍ଦ୍ର ସରକାର ଓ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରବଳ ବର୍ଷିଥିଲେ ଖଡ଼ଗେ।

ରାଲିକୁ ସମ୍ବୋଧିତ କରି ଖଡଗେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା ପୂର୍ବରୁ ସେ ମରିବେ ନାହିଁ। ଚିକିତ୍ସା ପରେ ଖଡଗେଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କଂଗ୍ରେସ ନେତାମାନେ କହିଛନ୍ତି ।

ଜମ୍ମୁ ଓ କଶ୍ମୀରେ ଶେଷ ପର୍ୟ୍ୟନ୍ତ ନିର୍ବାଚନ ପାଇଁ ରବିବାର ସଂଧ୍ୟାରେ ପ୍ରଚାର ଶେଷ ହୋଇଛି, ଆସନ୍ତାକାଲି ଅନ୍ତିମ ପର୍ୟ୍ୟାୟ ଭୋଟଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe