କନକ ବ୍ୟୁରୋ : ଯେଉଁ ସ୍ବୟଂ ସହାୟକ ଗୋଷ୍ଠୀ ବିରୋଧରେ ନିମ୍ନମାନର ଛତୁଆ ବାଣ୍ଟୁଥିବା ନେଇ ଅଭିଯୋଗ ହୋଇଆସୁଛି, ସେହି ଏସଏଚଜି ଗୋଷ୍ଠୀକୁ ଦିଆଯାଇଛି ଗହମ ବାଣ୍ଟିବାର ଦାୟିତ୍ବ । ଏହାକୁ ନେଇ ବାଲେଶ୍ବର ଜିଲ୍ଲା ପ୍ରଶାସନ ବିରୋଧରେ ଉଠିଛି ପ୍ରଶ୍ନଚିହ୍ନ । ବାଲେଶ୍ବର ସିମୁଳିଆ ବ୍ଲକର ୧୧ଟି ପଞ୍ଚାୟତରେ ଗତ କିଛି ମାସ ଧରି ଛତୁଆ ଦୁର୍ନୀତି ନେଇ ଅଭିଯୋଗ ହୋଇଆସୁଛି ।

Advertisment

ବିଧାନସଭାରେ ବି ଏନେଇ ପ୍ରସଙ୍ଗ ଉଠିଛି । ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅନେକ ଥର ଅଭିଯୋଗ କରିଛନ୍ତି । ଯେଉଁ ଏସଏଚଜି ଗ୍ରୁପକୁ ଛତୁଆ ବାଣ୍ଟିବା ଦାୟିତ୍ବ ଦିଆଯାଇଥିଲା, ତାହାର ଲାଇସେନ୍ସ ୬ ମାସ ହେବ ସରି ସାରିଛି । ଆଉ ଏହି ଗୋଷ୍ଠୀ ଗର୍ଭବତୀଙ୍କୁ ନିମ୍ନମାନର ଛତୁଆ ଦେଇ ଆସୁଥିବା ଅଭିଯୋଗ ହେଉଛି । ତଥାପି ସେହି ଗୋଷ୍ଠୀକୁ ପୁଣି କେମିତି ଦାୟିତ୍ବ ଦିଆଗଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ସଂପୃକ୍ତ ଏସଏଚଜିକୁ ୧୯୫ କୁଇଣ୍ଟାଲ ଗହମ ବାଣ୍ଟିବାକୁ ଦାୟିତ୍ବ ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।