କନକ ବ୍ୟୁରୋ:  ଜାନୁଆରୀ ୧ ତାରିଖରୁ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଆମେ ସମସ୍ତେ ଜାଣନ୍ତି କି ପ୍ରତି ମାସର ୧ ତାରିଖରେ ଗ୍ୟାସ ଦରଠୁ ଆରମ୍ଭ କରି ପେଟ୍ରୋଲ ଦର ସହ ଅନେକ ନିୟମରେ ପରିବର୍ତ୍ତନ ହୁଏ । କିନ୍ତୁ ମୋବାଇଲ ଫୋନକୁ ନେଇ ଯେଉଁ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି ତାହା ଯୁବପିଢିଙ୍କ ନିଦ ହଜାଇ ଦେଇଛି । କାରଣ କୁହାଯାଉଛି କି, ଆସନ୍ତା ୧ ତାରିଖରୁ ଆଉ ମୋବାଇଲ ଫୋନ୍‌ କାମ କରିବ ନାହିଁ । ଅବଶ୍ୟ ସବୁ ମୋବାଇଲ ଫୋନ୍‌ କାମ କରିବ ନାହିଁ ବୋଲି ଆମେ କହୁନାହୁଁ ବରଂ ଆନଡ୍ରୋଏଡ୍‌ ଫୋନ୍‌ କାମ କରିନପାରେ ବୋଲି କୁହାଯାଉଛି ।

Advertisment

ସକାଳୁ ରାତି…ସଂଧ୍ୟାଠୁ ଖରାବେଳ…ଆମେ ସମସ୍ତେ ଫୋନ୍‌ରେ ବ୍ୟସ୍ତ ରହୁ । ପିଲାଠୁ ବୟସ୍କ ଫୋନ୍‌ ବିନା ଘଂଟାଏ ରହିବା କଷ୍ଟକର ହୋଇପଡନ୍ତି । ଖାସ କରି ଆଜିକାଲିର ଯୁବବର୍ଗ ତ ସର୍ବାଧିକ ଫୋନ୍‌ ବ୍ୟବହାର  କରିଥାନ୍ତି। ହେଲେ ୨୪ ଯାଉଯାଉ ଫୋନକୁ ନେଇ ଯେଉଁ ଖବର ସାମ୍ନାକୁ ଆସୁଛି ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମେଟା ପକ୍ଷରୁ କୁହାଯାଇଛି କି, କିଛି ମୋବାଇଲ ଫୋନ ବନ୍ଦ ହୋଇପାରେ । ଭାରତରେ ଅଧିକାଂଶ ଲୋକ ହ୍ବାଟ୍ସଆପ୍‌ ବ୍ୟବହାର କରନ୍ତି । ଅନେକ ସମୟରେ ପ୍ଲେ ଷ୍ଟୋରରେ ଅପଡେଟ୍‌ ଆସେ । ଆଉ ଅପଡେଟ୍‌ କରିବା ପରେ ନୂଆ ଫିଚର୍ସ ଆମକୁ ମିଳେ । ହେଲେ ନୂଆ ବର୍ଷରୁ ଆଉ ନୂଆ ଫିଚର୍ସ ଅପଡେଟ୍‌ ହୋଇପାରିବ ନାହିଁ । ତେଣୁ ହ୍ବାଟ୍ସଆପ୍‌ ଚାଲି ପାରିବ ନାହିଁ । ଖାସ କରି ୧୦ ବର୍ଷ ପୁରୁଣା ଓଏସ୍‌ ଭର୍ସନରେ ଆଉ ଅପଡେଟ୍‌ ହୋଇପାରିବ ନାହିଁ ମେଟାର ଅନେକ ଫିଚର୍ସ । ମେଟା ପକ୍ଷରୁ ସ୍ପଷ୍ଟ କରାଯାଇଛି କି, ଆଗାମୀ ଦିନରେ ଅଧିକ ପରିମାଣରେ ଏଆଇ ଫିଚର୍ସରେ କାମ କରାଯିବ । ତେଣୁ ପୁରୁଣା ଫୋନ୍‌ରେ ଏହା ଭଲରେ କାମ କରିବ ନାହିଁ । ତେଣୁ ଫୋନ୍‌ ଠିକ୍‌ରେ ଆପଣ ବ୍ୟବହାର କରିନପାରନ୍ତି । 

ମେଟାର ନୂଆ ପ୍ଲାନିଂ କଣ 

ସମୟ ଅନୁସାରେ ମେଟା ଅନେକ ନୂଆ ନୂଆ ଫିଚର୍ସରେ କାମ କରୁଛି। ଟେକ୍ନୋଲୋଜି ବଦଳିବା ଆରମ୍ଭ ହେବା ପରେ ମେଟା ବି ନୂଆ ନୂଆ ଫିଚର୍ସରେ କାମ କରୁଛି । ତେଣୁ ମେଟା ପୁରୁଣା ଓଏସ୍‌ ଫୋନ୍‌ର ନୂଆ ସିଷ୍ଟମର ସପୋର୍ଟ ଦେବ ନାହିଁ ବୋଲି ସ୍ପଷ୍ଟ କରିଛି । 

କେଉଁ ଆଣ୍ଡ୍ରୋଏଡ୍‌ ଫୋନ୍‌ରୁ ପଳାଇବ ଫିଚର୍ସ 

ନୂଆ ଫିଚର୍ସ ଲାଗୁ ହେବା ପରେ ସବୁ ମୋବାଇଲ ଯେ ବନ୍ଦ ହେବ ତାହା ଆଦୌ କୁହାଯାଉନି । ଯେଉଁ ଯେଉଁ ଆଣ୍ଡ୍ରୋଏଡ୍‌ ଫୋନରୁ ସପୋର୍ଟ ସିଷ୍ଟମ ପଳାଇବ ସେନେଇ ତଥ୍ୟ ବି ଦିଆଯାଇଛି । ମେଟା ପକ୍ଷରୁ ଦିଆଯାଇଥିବା ଲିଷ୍ଟରେ, ସାମସଙ୍ଗ ଗ୍ଲାଲେକ୍ସି ଏସ୍‌-୩, ଗ୍ଲାଲେକ୍ସି ନୋଟ୍‌-୨, ଗ୍ଲାଲେକ୍ସି ଏସିଇ-୩, ଗ୍ଲାଲେକ୍ସି ଏସ-୪ ମିନି, ମୋଟ୍ରୋଲାର ମୋଟେ ଜି (ଫାଷ୍ଟ ଜେନ୍) ରାଜାର ଏଚ୍‌ ଡି, ମୋଟୋ ଇ-୧୪, ଏଚଟିସି ୱାନ୍‌ ଏକ୍ସ, ୱାନ ଏକ୍ସ ପ୍ଲସ୍‌, ଏଲଜି ଅପଟିମସ୍‌-ଜି, ନେକ୍ସସ-୪, ଜି-୨ ମିନି, ଏକ୍ସପେରିଆ-ଟି, ଏକ୍ସପେରିଆ-ଭି ଆଦି  କେତେକ ମୋବାଇଲରୁ ମେଟା ସପୋର୍ଟ ସିଷ୍ଟଟ କାଢିନେଉଥିବା କୁହାଯାଇଛି । ମୋବାଇଲ ସମ୍ପର୍କରେ ଯଦି କୌଣସି ଖବର ସାମ୍ନାକୁ ଆସେ ତାହାକୁ ନେଇ ବଡ଼ ଚର୍ଚ୍ଚା ହୁଏ । କାରଣ ଆମେ ସମସ୍ତେ ମୋବାଇଲ ଫୋନରେ ଏତେ ମାତ୍ରାରେ ବ୍ୟସ୍ତ ରହୁଛନ୍ତି ଯେ ଘଣ୍ଟାଏ ପାଇଁ ମୋବାଇଲ ଛାଡ଼ିବାକୁ ଆମେ ଇଚ୍ଛା କରନ୍ତି ନାହିଁ । ହେଲେ ଏବେ ନୂଆ ନିୟମ ଆସୁଥିବାରୁ ଚିନ୍ତାରେ ଦର୍ଶକ । ହେଲେ ଆମେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଆଦୌ ବ୍ୟସ୍ତ ନହୋଇ ମେଟାର ନୂଆ ଫିଚର୍ସକୁ କେବଳ ଅପେକ୍ଷା କରନ୍ତୁ ।