କନକ ବ୍ୟୁରେ : ଟେଣ୍ଡର ଫିକ୍ସି ପାଇଁ ୧୦ ଲକ୍ଷ ଟଙ୍କା କାରବାର ଘଟଣା । ଦ୍ୱିତୀୟ ଥର ପାଇଁ ତିନି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି ସିବିଆଇ । ତିନି ଅଭିଯୁକ୍ତ ହେଲେ ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଗ୍ରୁପ ମ୍ୟାନେଜର ଚଞ୍ଚଳ ମହାରଣା, ସନ୍ତୋଷ ମହାରଣା ଓ ଦେବଦତ୍ତ ମହାପାତ୍ର । ୫ ଦିନିଆ ରିମାଣ୍ଡରେ ନେଇ ୩ ଅଭିଯୁକ୍ତଙ୍କୁ ଘାଣ୍ଟୁଥିବା ବେଳେ, ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଗ୍ରୁପ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ଚଞ୍ଚକତା ସାମ୍ନାକୁ ଆସିଛି  ।

Advertisment

ଭୁବନେଶ୍ୱର ଝାରପଡ଼ା ସ୍ଥିତ ଏସବିଆଇ ଶାଖାକୁ ବ୍ରିଜ ଆଣ୍ଡ ରୁଫ କମ୍ପାନୀର ମ୍ୟାନେଜର ଚଞ୍ଚଳ ମୁଖାର୍ଜୀଙ୍କୁ ଆଣି ଖୋଳତାଡ କରୁଛି ସିବିଆଇ । ପୂର୍ବରୁ ବାଲାଜୀ କଂପ୍ଲେକ୍ସରେ ଥିବା ଚଞ୍ଚଳଙ୍କ ଫ୍ଲାଟରେ ଖାନତଳାସୀ ସମୟରେ ଏକ ଲକରର ଚାବି ମିଳିଥିଲା । ସେହି ଚାବିକୁ ଆଣି ଚଞ୍ଚଳ ମୁଖାର୍ଜୀଙ୍କ ସାମ୍ନାରେ ଝାରପଡ଼ା ଏସବିଆଇ ଶାଖାରେ ଥିବା ଲକର ଖୋଲିବ ସିବିଆଇ । ସେହି ଲକର ଭିତରେ କଣ ରହିଛି, କେବେଠୁ ଝାରପଡ଼ା ଜେଲରେ ଆକାଉଣ୍ଟ ଖୋଲିଥିଲେ ଚଞ୍ଚଳ ମୁଖାର୍ଜୀ । ସେହି ଆକାଉଣ୍ଟରେ କେତେ ଟଙ୍କାର କାରବାର କରିଛନ୍ତି, ସେସବୁର ଖୋଳତାଡ କରୁଛି ସିବିଆଇ