ଆମେରିକା ଗଣମାଧ୍ୟମ ୱାସିଂଟନ୍ ପୋଷ୍ଟରେ ଚାଲିଛି କ'ଣ ? ୩୦ ପ୍ରତିଶତ କର୍ମଚାରୀ ଚାକିରିରୁ ବିଦା

Advertisment

ଆମେରିକାର ସବୁଠାରୁ ପ୍ରଭାବଶାଳୀ ଖବରକାଗଜ 'ୱାଶିଂଟନ୍ ପୋଷ୍ଟ'ରେ ଏବେ ସାଘାଂତିକ ସ୍ଥିତି। ମାତ୍ର ଗୋଟିଏ ଜୁମ୍ କଲ୍‌ରେ ପ୍ରାୟ ୩୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଏଥିରେ ୩୦୦ରୁ ଅଧିକ ଅଭିଜ୍ଞ ସାମ୍ବାଦିକ ଏବଂ ସମ୍ପାଦକ ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଯିଏ ୨୦୧୩ରେ ଏହାକୁ କିଣିଥିଲେ

ଆମେରିକାର ସବୁଠାରୁ ପ୍ରଭାବଶାଳୀ ଖବରକାଗଜ 'ୱାଶିଂଟନ୍ ପୋଷ୍ଟ'ରେ ଏବେ ସାଘାଂତିକ ସ୍ଥିତି। ମାତ୍ର ଗୋଟିଏ ଜୁମ୍ କଲ୍‌ରେ ପ୍ରାୟ ୩୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଏଥିରେ ୩୦୦ରୁ ଅଧିକ ଅଭିଜ୍ଞ ସାମ୍ବାଦିକ ଏବଂ ସମ୍ପାଦକ ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଯିଏ ୨୦୧୩ରେ ଏହାକୁ କିଣିଥିଲେ

a1

କନକ ବ୍ୟୁରୋ : ଆଜି ଆମେ ସେହି ଖବର କାଗଜ ବିଷୟରେ କହିବୁ ଯାହା ଗତ ୧୫୦ ବର୍ଷ ଧରି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ସ୍ୱର ସାଜିଥିଲା । ୱାଶିଂଟନ୍ ପୋଷ୍ଟ— ଏକ ଏମିତି ନାଁ ଯାହା କ୍ଷମତାର ଶୀର୍ଷରେ ଥିବା ବ୍ୟକ୍ତିଙ୍କୁବି ଥରାଇ ଦେଇଥିଲା । କିନ୍ତୁ ଆଜି ସେହି ସଂସ୍ଥାରେ ‘ଡାର୍କେଷ୍ଟ ଡେ’ ବା ସବୁଠାରୁ କଳା ଦିନ ଦେଖିବାକୁ ମିଳିଛି । ୨୨ ଲକ୍ଷ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ଜେଫ୍ ବେଜୋସ୍ ମାଲିକ ଥାଇ ମଧ୍ୟ ଏହି ସଂସ୍ଥାରୁ ଏକାସାଙ୍ଗରେ ଶତାଧିକ କର୍ମଚାରୀଙ୍କୁ ବାହାର କରିଦିଆଯାଇଛି । କାହିଁକି ଏହି ନିଷ୍ପତ୍ତି? କ’ଣ ରହିଛି ଏହା ପଛର ପ୍ରକୃତ କାରଣ? 

 ଆମେରିକାର ସବୁଠାରୁ ପ୍ରଭାବଶାଳୀ ଖବରକାଗଜ 'ୱାଶିଂଟନ୍ ପୋଷ୍ଟ'ରେ ଏବେ ସାଘାଂତିକ ସ୍ଥିତି। ମାତ୍ର ଗୋଟିଏ ଜୁମ୍ କଲ୍‌ରେ ପ୍ରାୟ ୩୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଏଥିରେ ୩୦୦ରୁ ଅଧିକ ଅଭିଜ୍ଞ ସାମ୍ବାଦିକ ଏବଂ ସମ୍ପାଦକ ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଯିଏ ୨୦୧୩ରେ ଏହାକୁ କିଣିଥିଲେ, ତାଙ୍କ ପାଖରେ ଅଜସ୍ର ସମ୍ପତ୍ତି ଥାଇ ମଧ୍ୟ ସେ ଏହି ଛଟେଇକୁ ରୋକିନାହାନ୍ତି । ଦିଲ୍ଲୀ ,ବେଜିଂ, କିଭ୍‌ ଭଳି ପ୍ରମୁଖ ସ୍ଥାନ ସଂସ୍ଥା ବନ୍ଦ କରିଛି ବ୍ୟୁରୋ ଅଫିସ୍ । ଛଟେଇରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପୁଅ ତଥା ୱାଶିଂଟନ ପୋଷ୍ଟର ଜଣେ ବରିଷ୍ଠ ସାମ୍ବାଦିକ ଈଶାନ ଥରୁର ମଧ୍ୟ ଚାକିରି ହରାଇଥିବା ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି।

ଅଧିକ ପଢ଼ନ୍ତୁ :  ଇରାନ ଡ୍ରୋନ୍‌କୁ ମାରି ଖସାଇଲା ଆମେରିକାର ଲଢ଼ୁଆ ବିମାନ ; ଅଳ୍ପକେ ବର୍ତ୍ତିଲା ଆରବ ସାଗରରେ ମୁତୟନ ଆମେରିକା ଯୁଦ୍ଧଜାହାଜ

କାହିଁକି ହେଉଛି ଛଟେଇ? 

  • ଗତ ଦୁଇ ବର୍ଷ ମଧ୍ୟରେ ଖବର କାଗଜ ପ୍ରାୟ ୧୭୭ ମିଲିୟନ ଡଲାର (୧୫୦୦ କୋଟିରୁ ଅଧିକ ଟଙ୍କା) କ୍ଷତି ସହିଛି
  • ଟ୍ରମ୍ପଙ୍କ ଶାସନ କାଳରେ ଯେଉଁ ଲୋକପ୍ରିୟତା ଥିଲା, ତାହା ଏବେ କମିବାରେ ଲାଗିଛି
  •  ପ୍ରାୟ ୨.୫ ଲକ୍ଷରୁ ଅଧିକ ପାଠକ ସେମାନଙ୍କ ସବସ୍କ୍ରିପସନ୍ ରଦ୍ଦ କରିଛନ୍ତି
  • ଖବର କାଗଜର ପୁରୁଣା ମଡେଲ୍ ଆଧୁନିକ ଡିଜିଟାଲ୍ ଯୁଗରେ ଫେଲ୍ ମାରୁଥିବା କୁହାଯାଉଛି
  • ନିର୍ବାଚନ ସମୟରେ କୌଣସି ପ୍ରାର୍ଥୀଙ୍କୁ ସମର୍ଥନ ନକରିବାକୁ ବେଜୋସ୍ ନେଇଥିବା ନିଷ୍ପତ୍ତି ପାଠକଙ୍କୁ ଅସନ୍ତୁଷ୍ଟ କରିଛି

 ଯିଏ ଦିନେ କହିଥିଲେ, "ଅଦ୍ଧକାର ଭିତରେ ଗଣତନ୍ତ୍ର ମରୁଛି’’ ଆଜି ସେହି ସଂସ୍ଥାର କର୍ମଚାରୀମାନେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛନ୍ତି । ସମାଲୋଚକମାନେ କହୁଛନ୍ତି , ବେଜୋସ୍ ଚାହିଁଥିଲେ ନିଜ ପକେଟରୁ ଏହି କ୍ଷତି ଭରଣା କରିପାରିଥାନ୍ତେ, କିନ୍ତୁ ସେ ବ୍ୟବସାୟିକ ରଣନୀତିକୁ ଗୁରୁତ୍ୱ ଦେଇଛନ୍ତି। ଏହି ଘଟଣା ବିଶ୍ୱ ଗଣମାଧ୍ୟମ ପାଇଁ ଏକ ବଡ଼ ଚେତାବନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe