କନକ ବ୍ୟୁରୋ: ଦର୍ଶକ ବନ୍ଧୁ ! ସବୁ କାରଖାନା ବା ଫ୍ୟାକ୍ଟ୍ରିି ଉପରେ ଏଭଳି କିଛି ଗୋଲ ଗୋଲ ହୋଇ ବୁଲୁଥିବାର ଦେଖିଥିବେ । ଏସବୁ ହେଉଛି ୱିଣ୍ଡୋ ଭେଣ୍ଟିଲେଟର, ଯାହା ଏକ୍ସଷ୍ଟେଡ୍ ଫ୍ୟାନ ଭଳି କାମ କରେ । ଏସବୁ ବିନା ବିଦ୍ୟୁତ ଶକ୍ତିରେ ଚାଲୁଥାଏ । ଏହା ବୁଲିବାକୁ ଇଲେକ୍ଟ୍ରି ଦରକାର ହୁଏନି । କିନ୍ତୁ 

Advertisment

ଆପଣମାନଙ୍କ ମନରେ  ପ୍ରଶ୍ନ ନିଶ୍ଚୟ ଆସୁୁଥିବ ଯେ, ଏଭଳି ଗୋଲ ଗୋଲ ବୁଲୁଥିବା ଭେଣ୍ଟିଲେଟର ଫ୍ୟାନ୍  ସବୁ ଫ୍ୟାକ୍ଟ୍ରିରେ ଲଗାଯାଏ କାହିଁକି?
 ହାଣ୍ଡି ଆକୃତିର ବୁଲୁଥିବା ଏସବୁକୁ ଏୟାର ଭେଣ୍ଟିଲେଟର ଫ୍ରାନ୍ ବା ୱିଣ୍ଡ ଭେଣ୍ଟିଲେଟର ଫ୍ୟାନ୍ କୁହାଯାଏ । କାରଣ ଏସବୁ ଏତେ ହାଲକା ଯେ, ଏହା କେବଳ ପବନରେ ହିଁ ଘୁରିବାରେ ଲାଗେ । ଆପଣଙ୍କୁ ତ ଜଣାଥିବ ଯେ,  କାରଖାନାରେ ଅନବରତ କାମ ଚାଲେ । ଏହାସହ ଫ୍ୟାକ୍ଟି ଗୁଡିକରେ ଏକାଧିକ କର୍ମଚାରୀ କାମ କରିବା ସହ ବିଭିନ୍ନ ପ୍ରକାର ଯନ୍ତ୍ରପାତି ମଧ୍ୟ ଲାଗିଥାଏ ।

ତେଣୁ ଫ୍ୟାକ୍ଟ୍ରିଗୁଡିକରେ ଅନ୍ୟ କାର୍ଯ୍ୟାଳୟ ଗୁଡିକ ଅପେକ୍ଷା ଅଧିକ ଗରମ ହୁଏ । ଏହି ଗରମ ପବନ ବା ଉତ୍ତପ୍ତ ଉତ୍ତାପକୁ କାରଖାନାରୁ ବାହାରର କରିବାକୁ ପ୍ରତି ଫ୍ୟାକ୍ଟିରେ ଏଭଳି ଗୋଲଗୋଲ ବୁଲୁଥିବା ଭେଣ୍ଟିଲେଟର ଫ୍ୟାନ୍ ସବୁ ଲାଗିଥାଏ । ଫ୍ୟାକ୍ଟ୍ରି ଭିତରର ଗରମ ହାୱା ଆସି ଏହି ଗୋଲ ପାତ୍ରରେ ଜମା ହେବା ସହ ଏଥିରେ ଥିବା କଟିଙ୍ଗ ପଟେ ବାହାରକୁ ବାହାରିଯାଏ । ଅନ୍ୟପଟେ ଫ୍ୟାକ୍ଟ୍ରିରେ ଥିବା ଝରକା ପଟେ ବାହାରର ଥଣ୍ଡା ପବନ ଭିତରକୁ ଯାଏ । ଫଳରେ ଫ୍ୟାକ୍ଟ୍ରି ଭିତରର ତାପମାତ୍ରା ସନ୍ତୁଳିତ ରହେ । 
 

ଆପଣ ଜାଣିଛନ୍ତି ,ଏହି ଟର୍ବୋ ଭେଣ୍ଟିଲେଟର ଫ୍ୟାନ୍ ଗୁଡିକ ଆମ ଘରମାନଙ୍କରେ ଲାଗିଥିବା ଫ୍ୟାନ ଠାରୁ ପୁରା ବିପରିତ ଢଙ୍ଗରେ କାମ କରେ । କହିବାର ମାନେ ହେଉଛି, ଘରେ ଫ୍ୟାନ ବୁଲିବା ଦ୍ୱାରା ଥଣ୍ଡା ପବନ ତଳକୁ ଆସୁଥିବା ବେଳେ ଭେଣ୍ଟିଲେଟର ଫ୍ୟାନ କିନ୍ତୁ ପବନକୁ ଉପରକୁ ଠେଲିଥାଏ । ଅର୍ଥ ଏହା ବୁଲିବା ଦ୍ୱାରା ପବନ ଉଦ୍ଧ୍ୱର୍ଗାମୀ ହୋଇଥାଏ । ଫଳରେ ଭିତରର ତାପମାତ୍ରା ଥଣ୍ଡା ରହେ । ପୁରା ଫ୍ୟାକ୍ଟ୍ରିର ତାପମାତ୍ରା ସନ୍ତୁଳନରେ ରହେ । 
ଆପଣଙ୍କ ମନରେ ଆଉ ଏକ ପ୍ରଶ୍ନ ଆସୁଥାଇପାରେ ଯେ, ଫ୍ୟାକ୍ଟ୍ରିରେ ଚାହିଁଲେ ଏସି ତ ଲଗାଯାଇପାରନ୍ତା ।

ଚିନ୍ତା କଲେ, ବଡ ବଡ ଫ୍ୟାକ୍ଟ୍ରିରେ ଅଧିକ ସଂଖ୍ୟାରେ ଏୟାର କଣ୍ଡିସନର ଲଗାଇବାକୁ ପଡିବ । ଏଥିପାଇଁ ଅଧିକ ଖର୍ଚ୍ଚ ହେବା ସହ ମାସକୁ ମାସ ଇଲେକ୍ଟ୍ରି ବିଲ ମଧ୍ୟ ପ୍ରବଳ ଆସିବ । ହେଲେ ଏହି ଟର୍ବୋ ଭେଣ୍ଟିଲେଟର ଫ୍ୟାନ କିନ୍ତୁ ବ୍ୟୟସାପେକ୍ଷ । ଅର୍ଥ, ଏହାକୁ ଲଗାଇବାକୁ ଏସି ତୁଳନାରେ ଖୁବ୍ କମ ଖର୍ଚ୍ଚର୍ ହୁଏ । ସବୁଠାରୁ ବଡ କଥା ହେଲା, ଏହା ପବନରେ କାମ କରୁଥିବାରୁ ଏଥିରେ ଇଲେକ୍ଟ୍ରି ବିଲର ଚିନ୍ତା ନାହିଁ । କହିବାକୁ ଗଲେ ଏହା ବଜେଟକୁ ପୁରା ସୁହାଇଲା ଭଳି ପ୍ରୋଜେକ୍ଟ । ବିଶ୍ୱାସ , ଆଜିକାର ଏ ଖବରରେ ଏହି ଉପକରଣଟିକୁ ନେଇ ଅନେକଙ୍କ ମନରେ ôଥବା ପ୍ରଶ୍ନର ଉତ୍ତର ମିଳିଯାଇଥିବ ।