Sonia Gandhi Photograph: (KanakNews)
କନକ ବ୍ୟୁରୋ; ମୋକିମଙ୍କ ଚିଠି କେବଳ ଭକ୍ତଙ୍କୁ ଅଡୁଆରେ ପକାଇନି ବରଂ ଦିଲ୍ଲୀ ଶୀର୍ଷ ନେତୃତ୍ବଙ୍କୁ ପ୍ରଶ୍ନଘେରରେ ଛିଡା କରିଛି। ସୋନିଆଙ୍କ ଉତ୍ତରକୁ ଅପେକ୍ଷା ନକରି ଭକ୍ତଙ୍କୁ ବାଣ ପରେ ବାଣ ମାରୁଛନ୍ତି ମୋକିମ । ଯାହା ଓଡ଼ିଶାରେ କଂଗ୍ରେସ ରାଜନୀତିକୁ ଗୋଳିଆ କଲାଣି । ଏସବୁ ପରେ ବି ଭକ୍ତ ଚୁପ୍ ରହିବା ବଡ ଝଡକୁ ଇସାରା କରୁନି ତ ?
ମହମ୍ମଦ ମୋକିମଙ୍କ ଚିଠି ଝଡ଼ରେ କଂଗ୍ରେସ ଏବେ ଭାଗ ଭାଗ ହେବାକୁ ବସିଛି । ଚିଠି ଲେଖି ଚୁପ୍ ବସିନାହାନ୍ତି ମୋକିମ । ଗଣମାଧ୍ୟମରେ ଖୋଲାଖୋଲି ଅସନ୍ତୋଷ ଝାଡୁଛନ୍ତି । ଏସବୁ ଭିତରେ ଭକ୍ତ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଦିଲ୍ଲୀରେ ଦଳୀୟ ସମାବେଶରେ ଯୋଗ ଦେବା ପରେ ହାଇକମାଣ୍ଡଙ୍କୁ ଭେଟିବେ ଭକ୍ତ ।
ପ୍ରଶ୍ନ ଉଠୁଛି,
ହାଇକମାଣ୍ଡଙ୍କ ସହ କ’ଣ ଆଲୋଚନା କରିଛନ୍ତି ଭକ୍ତ?
ମୋକିମଙ୍କ ଚିଠିକୁ ନେଇ ହୋଇଛି କି ଆଲୋଚନା?
କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ରଖିଛନ୍ତି କି ଭକ୍ତ?
ଅଧିକ ପଢନ୍ତୁ: କଂଗ୍ରେସଠୁ ଦୂରାଉଛନ୍ତି ଥରୁର? ସାଂସଦଙ୍କ ମିଟିଂରୁ ଆଜି ପୁଣି ଗାଏବ ଶଶୀ ଥରୁର
ଅନ୍ୟପଟେ ସୋନିଆ ଗାନ୍ଧି ଚିଠିର ଉତ୍ତର ନଦେଲେ ମୋକିମ ନେବେ କି କିଛି ବଡ ନିଷ୍ପତ୍ତି? ତାହାକୁ ନେଇ କଂଗ୍ରେସ ମହଲରେ ଚର୍ଚ୍ଚା ବଢିଛି । କେବଳ ଭକ୍ତଙ୍କୁ ନୁହେଁ କେନ୍ଦ୍ରୀୟ ନେତୃତ୍ବଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମୋକିମ । ହେଲେ ଶୃଙ୍ଖଳା କମିଟି ଏଯାଏଁ ଚୁପ୍। କାହା ଚାପରେ ନା କାହା ନିର୍ଦ୍ଦେଶକୁ ଅପେକ୍ଷା କରିଛି ଶୃଙ୍ଖଳା କମିଟି। ଏସବୁ ଭିତରେ କଂଗ୍ରେସରେ ଆରମ୍ଭ ହୋଇଛି ବୟାନବାଜି ଯୁଦ୍ଧ । (ମୋକିମ ଓ ଭକ୍ତ) ଦଳୀୟ ବିଧାୟକ କହିଛନ୍ତି, ବରିଷ୍ଠ ନେତୃତ୍ବ ଫେସ୍ ଟୁ ଫେସ୍ ବସି ଆଲୋଚନା କରନ୍ତୁ। କଂଗ୍ରେସ କଳି ପଦାକୁ ନ ଆସୁ। ଅନ୍ୟପଟେ ଭକ୍ତଙ୍କ ସମର୍ଥନରେ ବାହାରି କିଛି ନେତା ମୋକିମଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି, ନେତୃତ୍ବ ଉପରେ ପ୍ରଶ୍ନ ଉଠାଇ ଦଳକୁ କ୍ଷତି ପହଞ୍ଚାଉଛନ୍ତି ମୋକିମ। ମୋକିମଙ୍କ ଅସନ୍ତୋଷ ଭକ୍ତଙ୍କୁ ଆଘାତ ଦେଇଛି। ପ୍ରାଥମିକ ଚିକିତ୍ସା ନକଲେ କଂଗ୍ରେସ ବଡ କ୍ଷତର ସାମ୍ନା କରିପାରେ।
Follow Us