କନକ ବ୍ୟୁରୋ: ଚିନି ସ୍ୱାଦରେ ଯେତେ ମଧୁର ଶରୀର ପାଇଁ ସେତେ କ୍ଷତିକାରକ । ଶର୍କରା ସାଙ୍ଗରେ ନେଇ ଆସେ ମୋଟାପଣ, ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ଭୟଙ୍କର ବେମାରୀ । ପ୍ରାରମ୍ଭିକ ସ୍ତରରେ ଜଣା ପଡେ ନାହିଁ କିନ୍ତୁ ସମୟ ସହ ଚିନି ଶରୀର ଭିତରେ ଜହର ପରି କାମ କରିଥାଏ । 

Advertisment

 ସକାଳ ଜଳଖିଆରେ ଚା ଓ ବିସ୍କୁଟରୁ ଆରମ୍ଭ କରି ଚକୋଲେଟ, ଜୁସ୍ ଓ ବାହାରର ପ୍ୟାକେଟ ଖାଦ୍ୟ ପର୍ଯ୍ୟନ୍ତ ସବୁଥିରେ ଚିନି ରହିିବା ଏକ ସାଧାରଣ କଥା ହୋଇ ଗଲାଣି । ଏଇସବୁଥିିରେ ଥିବା ଶର୍କରାର ପରିମାଣ ସ୍ୱାଦ ଅଢୁଆଳରେ ଧୀର ବିଷକ୍ରିୟା କରିଥାନ୍ତି । 
ସିଧା ସଳଖ ପ୍ରଭାବ ନ ପକାଇ ଶର୍କରା ଶରୀର ପାଇଁ ପରୋକ୍ଷ ଭାବେ ବିଭିନ୍ନ ରୋଗ ଡାକି ଆଣିଥାଏ । ଆଜିକାଲିର ଯୁବପିଢି ଆଧୁନିକ ଜୀବନଶୈଳୀରୁ ଅନୁପ୍ରାଣିତ ହୋଇ ଯେଉଁ ସବୁ ଖାଦ୍ୟ ଖାଉଛନ୍ତି ସେଥିରେ ସ୍ୱାଦର ମୁଖ୍ୟ ଭୂମିକା ରହୁଛି । ସନ୍ତୁଳିତ ଖାଦ୍ୟ ପରିବର୍ତ୍ତେ ଚର୍ବି ତଥା ଶର୍କରା ବିଶିଷ୍ଟ ବାହାର ଛଣାଛଣି ଖାଦ୍ୟ ଖାଇବାକୁ ବଡ ଠାରୁ ବୁଢା ଯାଏଁ ସମସ୍ତେ ଭଲ ପାଉଛନ୍ତି । ନଚାହିଁଲେ ମଧ୍ୟ ଏସବୁ ଜୀବନ ନାଶକାରୀ ଖାଦ୍ୟ ରୋଗର କାରଣ ସାଜୁଛନ୍ତି । 

ଯଦି ଆପଣ ମଧ୍ୟ ଏହି ସବୁ ସମସ୍ୟା ସହ ଜୁଝୁଛନ୍ତି ତାହେଲେ ହେଲେ ଏଥିରୁ ବର୍ତ୍ତିବା ପାଇଁ ଉପାୟ ବେଶି କଷ୍ଟ ନୁହେଁ । ଖାଦ୍ୟ ପେୟରେ ମାତ୍ରଧିକ ଚିନିକୁ ବାଦ ଦେବାକୁ ହେବ । ସ୍ୱାସ୍ଥ୍ୟ ପାଇଁ ଯଦି ଚିିନ୍ତିତ ତେବେ ମାତ୍ର ୧୪ ଦିନ ଶର୍କରା ଜାତୀୟ ଖାଦ୍ୟ ଛାଡି ଦେଖନ୍ତୁ । ଚିନି ଛାଡିବାର ଉପାଦେୟତା ଆପଣ ନିଜେ ଅନୁଭବ କରି ପାରିବେ । 

ଏକ୍ସପର୍ଟ ମାନଙ୍କ ମତ ଅନୁସାରେ ଚିନି ଛାଡିବାର ପ୍ରଥମ କିଛି ଦିନ କଷ୍ଟ ଲାଗିପାରେ । କିଛି ଜଣଙ୍କ କ୍ଷେତ୍ରରେ ମୁଣ୍ଡ ବିନ୍ଧା ଓ ଥକାପଣ ଆଦି ଦେଖା ଯାଇପାରେ । ହେଲେ ଏହା ଚିନ୍ତାର କାରଣ ନୁହେଁ, ଶରୀର ବିନା ଚିନିରେ ସାଧାରଣ ଭାବେ କାମ କରିବା ପାଇଁ କିଛିି ସମୟ ନେଇଥାଏ । ଧିରେ ଧିରେ ଶରୀର ରକ୍ତରେ ଶର୍କରା ମାତ୍ରା ନିୟନ୍ତ୍ରଣଳୁ ଆସିବା ସହ ଥକାପଣ ଚାଲିଯିବ । 

ଚିନି ମାତ୍ରା କମାଇବା ଦ୍ୱାରା କ୍ୟାଲୋରୀ କମ ହୋଇ ହଜମ ଶକ୍ତିରେ ସୁଧାର ଆସିଥାଏ । ଅବେଳରେ ଭୋକ ଲାଗିବା ବନ୍ଦ ହେବା ସହ ଅନିଦ୍ରା ଆଦି ସମସ୍ୟା ଦୁର ହୋଇଥାଏ । କେବଳ ଏତିକି ହୁହେଁ ଶର୍କରା ବନ୍ଦ କରିବା ଦ୍ୱାରା ମେଦ ବହୁଳତା ନିୟନ୍ତ୍ରଣରେ ଆସିଥାଏ ଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ।