ଜିଏସ୍‌ଟିରେ ସଂସ୍କାର ହେଲେ କଣ ବଦଳିବ? କେଉଁ ଜିନିଷ ହେବ ଶସ୍ତା?

କେନ୍ଦ୍ର ସରକାର ଦେଇଥିବା ଏହି ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ରାଜ୍ୟମାନଙ୍କ ସହଯୋଗ ଲୋଡ଼ିଛନ୍ତି । ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ଜିଏସ୍‌ଟି ପରିଷଦରେ ଏହି ପ୍ରସ୍ତାବକୁ ବିରୋଧ କରିବେ ନାହିଁ ବୋଲି ସରକାରଙ୍କ ବିଶ୍ବାସ ରହିଛି ।

gst

Photograph: (social media)

କନକ ବ୍ୟୁରୋ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ବଡ଼ ଧରଣର ସଂସ୍କାର ଆଣି ବର୍ତ୍ତମାନର ଚାରି ଥାକିଆ ସ୍ଲାବ୍‌କୁ ଦୁଇ ଥାକିଆ କରିବା ଘୋଷଣା କରାଯାଇଛି। କେନ୍ଦ୍ର ସରକାର ଦେଇଥିବା ଏହି ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ରାଜ୍ୟମାନଙ୍କ ସହଯୋଗ ଲୋଡ଼ିଛନ୍ତି । ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକ ଜିଏସ୍‌ଟି ପରିଷଦରେ ଏହି ପ୍ରସ୍ତାବକୁ ବିରୋଧ କରିବେ ନାହିଁ ବୋଲି ସରକାରଙ୍କ ବିଶ୍ବାସ ରହିଛି । ତେବେ ଏହି ସଂସ୍କାର କାର୍ଯ୍ୟକାରୀ ହେଲେ କେନ୍ଦ୍ର ସରକାର ୧.୧ ଲକ୍ଷ କୋଟି ଟଙ୍କାର ରାଜସ୍ବ ହରା‌ଇବେ ବୋଲି ୟୁବିଏସ୍‌ ଆକଳନ କରିଛି ଯାହା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୦.୩ ପ୍ରତିଶତ। ପାର୍ବଣ ଋତୁ ପାଖେଇ ଆସୁଥିବା ‌ବେଳେ କେନ୍ଦ୍ରର ଜିଏସ୍‌ଟି ହ୍ରାସ ପ୍ରସ୍ତାବ ଏକ ମାଷ୍ଟରଷ୍ଟ୍ରୋକ୍ ସଦୃଶ। ଏହା ସମ୍ଭବ ହେଲେ ଅନେକ ଜିନିଷର ମୂଲ୍ୟ ହ୍ରାସ ପାଇବ। ପୂଜା ସମୟରେ କର୍ମଚାରୀମାନେ ବୋନସ୍‌ ପାଇଥାନ୍ତି ଯାହାକୁ ଟିଭି, ଫ୍ରିଜ, ଗାଡ଼ି, ୱାସିଂ ମେସିନ, ପୋଷାକପତ୍ର କିଣାକିଣି କରିବା ସହିତ ଭ୍ରମଣ ଆଦିରେ ଖର୍ଚ୍ଚ କରିଥାନ୍ତି। ସେମାନେ ‌ସେହି ବ୍ୟୟ କଲେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବ। 

ଚାରି ଥାକିଆ ଜିଏସ୍‌ଟିରେ ୫%, ୧୨%, ୧୮% ଓ ୨୮% ସ୍ଲାବ୍ ରହିଛି। ଏହା ବ୍ୟତୀତ ଶୂନ ସ୍ଲାବ୍ ଓ ସେସ୍‌ ମଧ୍ୟ ଲାଗୁ କରାଯାଉଛି। ଯୋଜନା ଅନୁସାରେ ଦୁଇଥାକିଆ ଜିଏସ୍‌ଟିରେ କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବ୍ ରହିବ। ଫଳରେ ଅନେକ ଜିନିଷ ଶସ୍ତା ହେବ ବୋଲି ଆଶା କରାଯାଉଛି। ଦୁଇ ଥାକିଆ ଜିଏସ୍‌ଟି ପ୍ରଚଳନ ସମ୍ପର୍କିତ ସୁପାରିସକୁ କେନ୍ଦ୍ର ସରକାର ଜିଏସ୍‌ଟି ପରିଷଦକୁ ପଠାଇ ଦେଇଛନ୍ତି। ତାହା ପ୍ରସ୍ତାବ ଉପରେ ବିଚାର କରିବ। ସଂସ୍କାର ଲାଗି ଗଠନ କରାଯାଇଥିବା ମନ୍ତ୍ରୀ ଗୋଷ୍ଠୀକୁ ମଧ୍ୟ ସୁପାରିସ୍ ପଠାଯାଇଛି। ଉଭୟ ପକ୍ଷର ଅନୁଶୀଳନ‌ ସରିବା ପରେ ଜିଏସ୍‌ଟି ପରିଷଦ ତାହା ଉପରେ ବିଚାର କରି ମଞ୍ଜୁର କରିବାକୁ ଉଦ୍ୟମ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe