Farmer Photograph: (KanakNews )
କନକ ବ୍ୟୁରୋ : ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ବର୍ଷକର ପରିଶ୍ରମ ଅମଳ ବେଳେ ବର୍ଷା ପାଣିରେ ଭିଜି ନଷ୍ଟ ହୋଇଛି । ଫସଲହାନିକୁ ନେଇ ସାରା ରାଜ୍ୟରୁ ଖବର ଆସୁଛି । ଆଉ ଠିକ୍ ଏତିକିବେଳେ ରାଜ୍ୟ ସରକାର ଚାଷୀଙ୍କ ସର୍ଭେ କରିବେ ବୋଲି ଘୋଷଣା କରିଛନ୍ତି । ଏନେଇ ଏସଓପି ଜାରି କରିଛନ୍ତି । ଚାଷୀଙ୍କ ଡାଟାବେସ୍ କରିବା ପାଇଁ ଘୋଷଣା କରିଛନ୍ତି ମୋହନ ସରକାର । ଜାନୁଆରୀ ପହିଲାରୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ, ମାର୍ଚ୍ଚ ଶେଷ ସୁଦ୍ଧା ପ୍ରସ୍ତୁତ ହେବ ଚାଷୀ ଡାଟାବେସ୍ । ସମସ୍ତ ୩୦ ଜିଲ୍ଲାରେ ହେବ ଚାଷୀ ପଞ୍ଜୀକରଣ, ପିଏମ କିଷାନ ଓ କୃଷକ ଓଡ଼ିଶା ହିତାଧିକାରୀ ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ହିତାଧିକାରୀଙ୍କୁ ଏହି ପ୍ରକ୍ରିୟାରେ ଅଗ୍ରାଧିକାର ଦେବେ ରାଜ୍ୟ ସରକାର । ଆଧାରକାର୍ଡ ଦେଇ ପୋର୍ଟାଲରେ ପଞ୍ଜୀକରଣ କରିବେ ଚାଷୀ,ମୋବାଇଲ ନମ୍ବର ଓ ଜମି ପଟ୍ଟା ଦେବାକୁ ହେବ । ଚାଷୀ ଦେଇଥିବା ତଥ୍ୟର ଯାଞ୍ଚ କରିବେ ଆରଆଇ, ଏଥିପାଇଁ ଜିଲ୍ଲାସ୍ତରରେ ଏଡିଏମ ରହିବେ ନୋଡାଲ ଅଫିସର । ଏହି ପ୍ରକ୍ରିୟାକୁ ଆଗେଇ ନେବାକୁ ପଞ୍ଚାୟତ ସ୍ତରରେ କ୍ୟାମ୍ପ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କ୍ୟାମ୍ପ ପାଇଁ ସ୍ଥାନ ଓ ସମୟ ନିରୂପଣ କରିବେ ଜିଲ୍ଲାପାଳ, ଏନେଇ ଜିଲ୍ଲାସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇବ । ତେବେ ସରାକାରଙ୍କ ଏଭଳି ନିଷ୍ପତ୍ତି ପରେ ଭାଗ ଚାଷୀଙ୍କ ଭାଗ୍ୟ କଣ ହେବ ଏନେଇ ପ୍ରଶ୍ନ ଉଠିଛି । କାରଣ ସରକାରଙ୍କ ଡାଟାବେସରେ ସେହି ଚାଷୀଙ୍କୁ କେବଳ ସ୍ଥାନ ମିଳିବ ଯେଉଁମାନଙ୍କର ଜମି ପଟ୍ଟା ଥିବ ।
କ'ଣ ହେବ ଭାଗ ଚାଷୀଙ୍କ ଭାଗ୍ୟ?
ଚାଷୀଙ୍କ ଡାଟାବେସ୍ କରିବେ ମୋହନ ସରକାର
ଏସଓପି ଜାରି କଲା କୃଷି ବିଭାଗ
ଜାନୁଆରୀ ପହିଲାରୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ
ମାର୍ଚ୍ଚ ଶେଷ ସୁଦ୍ଧା ପ୍ରସ୍ତୁତ ହେବ ଚାଷୀ ଡାଟାବେସ୍
ସମସ୍ତ ୩୦ ଜିଲ୍ଲାରେ ହେବ ଚାଷୀ ପଞ୍ଜୀକରଣ
ପିଏମ କିଷାନ ଓ କୃଷକ ଓଡ଼ିଶା ହିତାଧିକାରୀଙ୍କୁ ଅଗ୍ରାଧିକାର
ପ୍ରଧାନମନ୍ତ୍ରୀ ଫସଲ ବୀମା ହିତାଧିକାରୀଙ୍କୁ ଅଗ୍ରାଧିକାର
ଆଧାରକାର୍ଡ ଦେଇ ପୋର୍ଟାଲରେ ପଞ୍ଜୀକରଣ କରିବେ ଚାଷୀ
ମୋବାଇଲ ନମ୍ବର ଓ ଜମି ପଟ୍ଟା ଦେବାକୁ ହେବ
ଚାଷୀ ଦେଇଥିବା ତଥ୍ୟର ଯାଞ୍ଚ କରିବେ ଆରଆଇ
ଏସଓପିରେ ନାହିଁ ଭାଗ୍ୟ ଚାଷୀଙ୍କ କଥା
ଭାଗ ଚାଷୀଙ୍କ ଭାଗ୍ୟ କ'ଣ ହେବ?
କେମିତି ଚିହ୍ନଟ ହେବେ ଭାଗ ଚାଷୀ?
ସରକାରଙ୍କ ପଞ୍ଜୀକୃତ ଚାଷୀ ତାଲିକାରେ ପାଇବେ ତ ସ୍ଥାନ?
Follow Us