କନକ ବ୍ୟୁରୋ: ଦେଶର ସବୁଠୁ ବଡ ବ୍ୟାଙ୍କ ହେଉଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଏକଥା ତ ସମସ୍ତେ ଜାଣନ୍ତି, ହେଲେ ଏକଥା ହୁଏତ ଖୁବ କମ୍ ଜାଣିଥିବେ , ପୂର୍ବରୁ ଏହାର ପରିଚୟ ଅଲଗା ଥିଲା। ଏହି ବ୍ୟାଙ୍କ ଏସବିଆଇ ନାଁରେ ନଥିଲା। ସଂକ୍ଷେପରେ ଜାଣନ୍ତୁ ଏହାର ପୂର୍ବ ଇତିହାସ :
ସ୍ବାଧୀନତା ପୂର୍ବରୁ ଏହା ଏକ ଘରୋଇ ବ୍ୟାଙ୍କ ଥିଲା। ଇମ୍ପେରିଆଲ ବ୍ୟାଙ୍କ ଭାବେ ଏହା ଜଣାଥିଲା। ଏଥିରେ ୩ଟି ବ୍ୟାଙ୍କର ସମ୍ମୀଶ୍ରଣ ହୋଇଥିଲା। ବ୍ୟାଙ୍କ ଅଫ୍ ବେଙ୍ଗଲ, ବ୍ୟାଙ୍କ ଅଫ୍ ବମ୍ବେ ଓ ବ୍ୟାଙ୍କ ଅଫ୍ ମାଡ୍ରାସ୍। ସ୍ବାଧୀନତା ବେଳକୁ ଏହାର କ୍ୟାପିଟାଲ ବେସ୍ ୧୧ କୋଟି ୮୫ ଥିଲା। ଏହାର ଡିପୋଜିଟ୍ ଓ ଆଡଭାନ୍ସ ଯଥାକ୍ରମେ ୨୭୫ କୋଟି ୧୫ ଲକ୍ଷ ଓ ୭୨ କୋଟି ୯୯ ଲକ୍ଷ ଥିଲା।
୧୯୯୫ରେ ଇମ୍ପେରିଆଲ ବ୍ୟାଙ୍କର ନାମ ବଦଳି ଷ୍ଟେଟ୍ ବ୍ୟାଙ୍କ ଆଫ୍ ଇଣ୍ଡିଆ (SBI)ରେ ପରିଣତ ହେଲା ଏବଂ ଏହାକୁ ଜାତୀୟକରଣ କରାଗଲା। ଏଥିରେ ରାଜ୍ୟର ୮ଟି ବ୍ୟାଙ୍କ ସଂଲଗ୍ନ ହେଲେ । ଏବଂ ଏବେ ଏହା ଦେଶର ସବୁଠାରୁ ବଡ ଜାତୀୟ ବ୍ୟାଙ୍କ ଭାବେ ଉଭା ହୋଇଛି।
Follow Us