କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପହଞ୍ଚିସାରିଛି ଟିମ୍ ଇଣ୍ଡିଆ । ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରେଇବା ପରେ, ଏବେ ଟିମ୍ ଇଣ୍ଡିଆର ଆଗାମୀ ଲକ୍ଷ୍ୟ ରହିଛି ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହେବା । ତେବେ ଏହାରି ଭିତରେ କିନ୍ତୁ ଗୋଟିଏ କଥା ଏବେ ଖୁବ୍ ଚର୍ଚ୍ଚାରେ । ପାକିସ୍ତାନୀ ସାମ୍ବାଦିକଙ୍କ ଉପରେ ବର୍ଷିଛନ୍ତି ଟିମ୍ ଇଣ୍ଡିଆର କୋଚ୍ ଗୌତମ ଗମ୍ଭୀର ।

Advertisment

ଭାରତ ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚ୍ ପରେ, ଗୌତମ ଗମ୍ଭୀର ପ୍ରେସମିଟ୍ କରିଥିଲେ । ଯେଉଁଠି ବିଭିନ୍ନ ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟମାନେ ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ । ଏହି ପ୍ରେସମିଟରେ ଜଣେ ପାକିସ୍ତାନୀ ଜର୍ଣ୍ଣାଲିଷ୍ଟ, ରୋହିତ ଶର୍ମାଙ୍କ କ୍ୟାରିୟର ନେଇ ପ୍ରଶ୍ନ ଉଠାଇବା ପରେ, ସେହି ପ୍ରେସମିଟରେ ହିଁ ତାଙ୍କୁ କଡା ଜବାବ ଦେଇଛନ୍ତି ଗୌତମ ଗମ୍ଭୀର ।

ପ୍ରେସମିଟରେ ପାକିସ୍ତାନୀ ସାମ୍ବାଦିକ ଜଣକ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମାଙ୍କ କ୍ୟାରିୟର ଉପରେ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଗମ୍ଭୀର କହିଥିଲେ, ଆମର ଏବେ ଫାଇନାଲ ଖେଳିବା ବାକି ଅଛି, ତେବେ ଯଦି ପାକିସ୍ତାନର କ୍ୟାପଟେନ୍ ଏମିତି ଫିୟରଲେସ୍ କ୍ରିକେଟ୍ ଖେଳିଥାନ୍ତେ, ତେବେ ଡ୍ରେସିଂ ରୁମର ମାହୋଲ କିଛି ଅଲଗା ରହିଥାନ୍ତା ।

ତେବେ ଆପଣମାନେ ରନ୍ ଦେଖନ୍ତି, ହେଲେ ଆମେ ଇମ୍ପାକ୍ଟ ଦେଖୁ । ଆପଣଙ୍କ ଦେଶରେ ନମ୍ବର ଆଉ ଷ୍ଟାଟସ୍ ଦେଖାଯାଏ, ହେଲେ ଆମ ଟିମରେ ଆମେ ଗୋଟିଏ ଟିମ୍ ଭାବେ ନମ୍ବର ଦେଖୁ । ତେବେ ରୋହିତଙ୍କୁ ନେଇ ଗମ୍ଭୀର ପ୍ରେସମିଟରେ ଏମିତି କହିବା ପରେ, ପାକିସ୍ତାନୀ ସାମ୍ବାଦିକ ଜଣଙ୍କର ମୁହଁ ବନ୍ଦ ହେଇଯାଇଥିଲା ।

ଅଷ୍ଟ୍ରେଲିଆ ସହ ମ୍ୟାଚ୍ ପରେ, ପ୍ରେସମିଟରେ ଗମ୍ଭୀର ଆହୁରି ମଧ୍ୟ କହିଥିଲେ ଯେ, ଟିମ୍ ଇଣ୍ଡିଆ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ କୌଣସି ବି ଟ୍ରେନିଂ ନେଇନି । ଦୁବାଇରେ ଖେଳିବା ଭାରତକୁ କିଛି ବି ଲାଭ ଦେଇନି । ଏହି ଫିଲ୍ଡ ଅନ୍ୟମାନଙ୍କ ଭଳି ଆମ ପାଇଁ ମଧ୍ୟ ନ୍ୟୁଟ୍ରାଲ୍ ଅଟେ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁବାଇରେ ଭାରତର ସମସ୍ତ ମ୍ୟାଚ୍ ଆୟୋଜନ ହେବା ନେଇ ଅନେକ ସମୟରେ ଟିମ୍ ଇଣ୍ଡିଆ ଉପରେ ଅଭିଯୋଗ ହେଇ ଆସୁଥିଲା । ଭାରତ ଦୁବାଇ କ୍ରିକେଟ୍ ପିଚର ଲାଭ ଉଠାଉଛି ବୋଲି ଅନେକ ଦାବି କରୁଥିଲେ । ଯାହାର ଏବେ ଜବାବ ରଖିଛନ୍ତି ଗମ୍ଭୀର ।

ଅଷ୍ଟ୍ରେଲିଆକୁ ହରେଇ, ପୁଣିଥରେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ତେବେ ଏଥର ଚାମ୍ପିୟନ୍ ହେଇ ସ୍ୱଦେଶ ଫେରିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ ।