କ୍ରାଇମ୍‌ବ୍ରାଞ୍ଚକୁ କ’ଣ କହିବେ ଦୀପାଳି ଓ ବିଶାଳ? ତଦନ୍ତରେ ତ୍ରୁଟି ରହିଛି ବୋଲି ଆଣିବେ କି ଅଭିଯୋଗ?

Advertisment

ପୁଣି ଖୋଲିଛି ନବ ଦାସ ଫାଇଲ । ନବଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଛି କ୍ରାଇମ୍‌ବ୍ରାଞ୍ଚ। ପୂର୍ବରୁ ଏମାନେ ବୟାନ ଦେଇସାରିଥିଲେ । ତେଣୁ ଏବେ ଏହି ଦୁଇଜଣ କଣ କହିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।

ପୁଣି ଖୋଲିଛି ନବ ଦାସ ଫାଇଲ । ନବଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଛି କ୍ରାଇମ୍‌ବ୍ରାଞ୍ଚ। ପୂର୍ବରୁ ଏମାନେ ବୟାନ ଦେଇସାରିଥିଲେ । ତେଣୁ ଏବେ ଏହି ଦୁଇଜଣ କଣ କହିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।

PM2nnn

Photograph: (kanak news)

କନକ ବ୍ୟୁରୋ: ପୁଣି ଖୋଲିଛି ନବ ଦାସ ଫାଇଲ । ନବଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଛି କ୍ରାଇମ୍‌ବ୍ରାଞ୍ଚ। ପୂର୍ବରୁ ଏମାନେ ବୟାନ ଦେଇସାରିଥିଲେ । ତେଣୁ ଏବେ ଏହି ଦୁଇଜଣ କଣ କହିବେ ତା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ନୋଟିସ ପରେ ରାଜନୈତିକ ବୟାନବାଜି ବଢିଛି ।  

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପୁଣି ତନାଘନା କରିବ କ୍ରାଇମ୍‌ବ୍ରାଞ୍ଚ। ମାମଲାରେ ନବଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଛି କ୍ରାଇମ୍‌ବ୍ରାଞ୍ଚ। ମାର୍ଚ୍ଚ ପ୍ରଥମ ସପ୍ତାହରେ କୌଣସି ଦିନ ହାଜର ହେବା ପାଇଁ ନୋଟିସ୍‌ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନେଇ କୌଣସି ଆପତ୍ତି ଥିଲେ ବା କିଛି ନୂଆ ତଥ୍ୟ ତଦନ୍ତକାରୀ ସଂସ୍ଥାକୁ ଜଣାଇପାରିବେ ବୋଲି କୁହାଯାଇଛି। ସିଆରପିସିର ଧାରା ୧୭୩(୮) ଅନୁସାରେ  ଏହି ନୋଟିସ ଜାରି ହୋଇଛି । ଏବେ ଆସନ୍ତୁ ନଜର ପକାଇବା କଣ କହୁଛି ଏହି ଧାରା । ଧାରା ଅନୁସାରେ 

ସିଆରପିସିର ଧାରା ୧୭୩(୮) 
କୋର୍ଟରେ ଚାର୍ଜସିଟ ଫାଇଲ ହୋଇଥିଲେ ବି  ଫୌଜଦାରୀ ମାମଲାରେ ଅଧିକ ତଦନ୍ତ ହୋଇପାରିବ   
ନୂଆ ପ୍ରମାଣ ମିଳିଲେ କୋର୍ଟକୁ  ସପ୍ଲିମେଂଟାରୀ ରିପୋର୍ଟ ଦିଆଯାଇପାରିବ 
ପ୍ରମାଣ ଆଧାରରେ କୋର୍ଟ ଅଧିକ ତଦନ୍ତ ପାଇଁ ନିଷ୍ପତ୍ତି ନେଇପାରନ୍ତି

ନବଦାସ ହତ୍ୟା ମାମଲାରେ  ବଡ ଷଡଯନ୍ତ୍ର ହୋଇଛି ବୋଲି ବିଜେପି ବାରମ୍ବାର କହିଆସୁଛି । ଦୀପାଳି ବି ସିବିଆଇ ତଦନ୍ତ କରୁ ବୋଲି ଦାବି କରିସାରିଛନ୍ତି । କ୍ରାଇମବ୍ରାଂଚର ତଦନ୍ତ ଉପରେ ପ୍ରଶ୍ନ ଉଠିଛି । ତେଣୁ ଏହି ନୋଟିସ ପୁଣି ହଇଚଇ ସୃଷ୍ଟି କରିବ ବୋଲି  ଅନୁମାନ କରାଯାଉଛି । ବିଶାଳ ଓ ଦୀପାଳୀଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍ ପରେ ରାଜନୈତିକ ବୟାନବାଜି ବି ଆରମ୍ଭ ହୋଇଯାଇଛି। 

ଏବେ ଏହି ଦୁଇଟି ବୟାନକୁ ଦେଖନ୍ତୁ ୨୦୨୩ ମସିହାରେ  ବିଶାଳ  ଓ ଦୀପାଳି କ୍ରାଇମବ୍ରାଂଚକୁ କଣ କହିଥିଲେ ।   ବିଶାଳ କହିଥିଲେ ମୋର ବାପାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । କାରଣ,  ବ୍ରଜରାଜନଗରରେ ବାପାଙ୍କ ଅନେକ ବିରୋଧୀ ଥିଲେ । ଦୀପାଳି ତାଙ୍କ ବୟାନରେ କିନ୍ତୁ ସେଭଳି କିଛି ସନ୍ଦେହ ପ୍ରକାଶ କରିନଥିଲେ । ତେଣୁ ଭଉୟ ଏବେ କ୍ରାଇମବ୍ରାଂଚ ଆଗରେ କି ତଥ୍ୟ ରଖିବେ ତାକୁ ନେଇ ଉତ୍କଣ୍ଠା ବଢିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe