କନକ ବ୍ୟୁରୋ: ଆମେଠିରୁ ହାରିଯିବା ପରେ କିଛି ଦିନ ଚୁପ୍ ରହିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପୁଣିଥରେ ସକ୍ରିୟ ହୋଇଛନ୍ତି । ମିଡ଼ିଆ ସହିତ ଆଲୋଚନା ବେଳେ ସ୍ମୃତି ତାଙ୍କ ପୁରୁଣା ପ୍ରତିଦ୍ୱନ୍ଦୀ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ପାର୍ଲାମେଣ୍ଟକୁ ଟି-ସର୍ଟ ପିନ୍ଧି ଆସୁଥିବା ରାହୁଲଙ୍କ ମନ୍ତବ୍ୟକୁ ବାଳକ ଓ ଚପଳତା ବୋଲି ନିଜ ଦଳର ମତକୁ ସେ ନାପସନ୍ଦ କରିଛନ୍ତି । ସାକ୍ଷାତକାର ସମୟରେ ରାହୁଲଙ୍କର ପଛୁଆ ବର୍ଗର ରାଜନୀତିକୁ ସ୍ମୃତି ସମାଲୋଚନା କରିଛନ୍ତି । ସଫ୍ଟ ହିନ୍ଦୁତ୍ୱରେ ବିଫଳ ହେବା ପରେ ରାହୁଲ ପଛୁଆ ବର୍ଗ ରାଜନୀତିକୁ ଆପଣାଇଥିବା ସ୍ମୃତି ଅଭିଯୋଗ କରିଛନ୍ତି ।

Advertisment

ଆମେଥି ଲୋକସଭା ଆସନରୁ କେ.ଏଲ ଶର୍ମାଙ୍କ ଠାରୁ ସ୍ମୃତି ଇରାନୀ ୧ଲକ୍ଷ ୬୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । ଏହାପରେ ତାଙ୍କୁ ଦିଆଯାଇଥିବା ମନ୍ତ୍ରୀ ବଙ୍ଗଳା ମଧ୍ୟ ଖାଲି ଛାଡି ଦେଇଥିଲେ । ନିର୍ବାଚନରେ ହାରିଯାଇଥିଲେ ମଧ୍ୟ ଅନେକଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯାଇଥିଲା । ମାତ୍ର ସ୍ମତିକୁ ଏଥିରୁ ବାଦ ଦିଆଯାଇଥିବା ବେଳେ ତାଙ୍କୁ ଦିଆଯାଇଥିବା ବଙ୍ଗଳା ମଧ୍ୟ ସେ ଛାଡ଼ିଦେଇଥିଲେ । ଏହାକୁ ନେଇ ଅନେକ କଂଗ୍ରେସ କର୍ମୀ ତାଙ୍କୁ ଟାହିଟାପରା ମଧ୍ୟ କରିଥିଲେ । ମାତ୍ର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ନାପସନ୍ଦ କରିବା ସହ ହାରଜିତକୁ ସମସ୍ତଙ୍କ ଜୀବନରେ ଆସିଥାଏ ବୋଲି ମତ ଦେଇଥିଲେ ।