କଳାକାରଙ୍କୁ ଏ କି ସମ୍ମାନ : ଅଭିଯୋଗ ପରେ ବି ଶୁଣୁନି ପୋଲିସ । ଲାଇଭରେ ଜଣାଇଲେ କ୍ଷୋଭ ।

Advertisment

କଳାକାରଙ୍କୁ ଏ କି ସମ୍ମାନ । ସୁରକ୍ଷା ଯୋଗାଇ ଦେବା ବଦଳରେ ଓଲଟା ଅସମ୍ମାନ କରୁଛି ପୋଲିସ । ଏଭଳି ଅଭିଯୋଗ ଆଣିଛନ୍ତି ଲୋକପ୍ରିୟ ଓଡିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡା । ପ୍ରଥମେ କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣବେଳେ ଜୋର ଜବରଦସ୍ତ ମଞ୍ଚ ଉପରୁ ଓହ୍ଲାଇଦେଲା ପୋଲିସ ।

କଳାକାରଙ୍କୁ ଏ କି ସମ୍ମାନ । ସୁରକ୍ଷା ଯୋଗାଇ ଦେବା ବଦଳରେ ଓଲଟା ଅସମ୍ମାନ କରୁଛି ପୋଲିସ । ଏଭଳି ଅଭିଯୋଗ ଆଣିଛନ୍ତି ଲୋକପ୍ରିୟ ଓଡିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡା । ପ୍ରଥମେ କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣବେଳେ ଜୋର ଜବରଦସ୍ତ ମଞ୍ଚ ଉପରୁ ଓହ୍ଲାଇଦେଲା ପୋଲିସ ।

babu2

କନକବ୍ୟୁରୋ : କଳାକାରଙ୍କୁ ଏ କି ସମ୍ମାନ । ସୁରକ୍ଷା ଯୋଗାଇ ଦେବା ବଦଳରେ ଓଲଟା ଅସମ୍ମାନ କରୁଛି ପୋଲିସ । ଏଭଳି ଅଭିଯୋଗ ଆଣିଛନ୍ତି ଲୋକପ୍ରିୟ ଓଡିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡା । 

ପ୍ରଥମେ କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣବେଳେ ଜୋର ଜବରଦସ୍ତ ମଞ୍ଚ ଉପରୁ ଓହ୍ଲାଇଦେଲା ପୋଲିସ । ଆଉ ଏହାର ଦିନକ ପରେ ଅନୁଗୁଳରେ ବି ଅସୀମାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି  । ଏନେଇ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ପୁଲିସ ବିରୋଧରେ ଅସୀମା ଆଣିଛନ୍ତି ସାଂଘାତିକ ଅଭିଯୋଗ। ଅନୁଗୁଳରେ ଏକ କାର୍ଯ୍ୟକ୍ରମ ସାରି ଫେରିବାବେଳେ ପ୍ରବଳ ଭିଡ଼ରେ ଫସି ଯାଇଥିଲେ କଣ୍ଠଶିଳ୍ପୀ  । 

ବଅଁରପାଳ ଥାନାରେ ପହଞ୍ଚି ଅଭିଯୋଗ ବି କଲେ । ହେଲେ ତାଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ, ପୋଲିସ କର୍ମଚାରୀ ଭୋଜି କରୁଥିବା କହିଛନ୍ତି ଅସୀମା। ଅନେକ ସମୟ ଧରି ଥାନା ଆଗରେ ଛିଡ଼ା ହେବା ପରେ ଶେଷରେ ଭିଡିଓ ଜରିଆରେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି । ସେ ତାଙ୍କର ସୋସିଆଲ ମିଡିଆ ରେ ଏକ ଲାଇଭ ଭିଡିଓ କରି କହିଥିଲେ ଯେ, ସେ ଏକ କାର୍ଯ୍ୟକ୍ରମରେ ଅନୁଗୁଳ ଆସିଥିଲେ। ହେଲେ ସେଠାରେ ଭସାଣୀ ପାଇଁ ପାଞ୍ଚ ଘଣ୍ଟା ଧରି ଜାମ୍‌ରେ ଫଶି ରହିଛନ୍ତି । ଏ ବିଷୟ ରେ ମହିଧରପୁର ଫାଣ୍ଡି ଓ ବଅଁରପାଳ ଥାନା କୁ ଫୋନ କରିଥିଲେ ହେଲେ ସେମାନେ ତାଙ୍କ କଥା ଶୁଣିଲେ ନାହିଁ ବୋଲି ଅଭିଯୋଗ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe