ପୁଲିସର ଏ କି ନ୍ୟାୟ ? ଯୁବକଙ୍କୁ ନିସ୍ତୁକ ମାଡ଼ ସହ ଉଲଗ୍ନ ହେବାକୁ କହିଲେ ଥାନା ବାବୁ

ଜଗତସିଂହପୁର ଜିଲ୍ଲା ବିରିଡି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ।  ଏ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି ବାଲିଆ ଅଂଚଳର ପାର୍ଥ ସାରଥୀ ଦାସ। ଥାନା ଭିତରେ ଅମାନୁଷିକ  ମାଡ଼ ଯୋଗୁଁ ଗୁରୁତର ହୋଇ ଚିକିତ୍ସିତ ହେବାପରେ ଗତ ୩ତାରିଖ ଦିନ ଜଗତସିଂହପୁର ଏସପି ଏବଂ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିଛନ୍ତି ପାର୍ଥ ।

22

Photograph: (KANAKNEWS)

କନକବ୍ୟୁରୋ : ଜଗତସିଂହପୁର ଜିଲ୍ଲା ବିରିଡି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ।  ଏ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି ବାଲିଆ ଅଂଚଳର ପାର୍ଥ ସାରଥୀ ଦାସ। ଥାନା ଭିତରେ ଅମାନୁଷିକ  ମାଡ଼ ଯୋଗୁଁ ଗୁରୁତର ହୋଇ ଚିକିତ୍ସିତ ହେବାପରେ ଗତ ୩ତାରିଖ ଦିନ ଜଗତସିଂହପୁର ଏସପି ଏବଂ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିଛନ୍ତି ପାର୍ଥ। ଗତ ଜୁଲାଇ  ୨୫ତାରିଖରେ ବିରିଡି ବ୍ଲକ କାର୍ଯ୍ୟାଳୟରେ   ବିଜେଡି ବିଧାୟକ ରମାକାନ୍ତ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହେବାର ଥିଲା। ମାତ୍ର ସମୀକ୍ଷା ବୈଠକ ନକରି ବିଧାୟକ ଚାଲିଯିବା କାରଣରୁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା    ।

ପୋଲିସ ଘଟଣା ସ୍ଥଳରୁ ପାର୍ଥଙ୍କୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପୀଡିତ ।  ଅନ୍ୟପଟେ ଏସପିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ  ।  ସେପଟେ ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଅଟକ ଅଣକା ପଞ୍ଚାୟତ ମହିପୁର ଗାଁର  ଜଣେ ଯୁବକଙ୍କୁ ପୁଲିସ ଥାନା ଭିତରେ ଥାର୍ଡ ଡିଗ୍ରି ଦେଇଥିବା ଅଭିଯୋଗ । ଏକ ଘରୋଇ କଳିକୁ ନେଇ ଅଟକ ଥିବା ଯୁବକଙ୍କୁ ଥାନା ହାଜତ ଭିତରେ ଉଲଗ୍ନ ହେବାକୁ ବାଧ୍ୟ କରାଯିବା ଓ ଅତ୍ୟାଚାର ପରେ ସେ ବିଷ ପିଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

 ଗୁରୁତର ଅସୁସ୍ଥ ଥିବା ଅଭିଯୁକ୍ତ ଯୁବକ ରବୀନ୍ଦ୍ର ମଲ୍ଲିକ ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏପର୍ଯ୍ୟନ୍ତ ସୁଧାର ଆସିନାହିଁ। ଗାଁର ରମେଶ ମଲ୍ଲିକଙ୍କ ପୁଅ ବାଦଲ ଗତ ୩ ତାରିଖରେ ଦିବ୍ୟାଙ୍ଗ ଦାଦା ମହେଶ୍ୱର ଓ ତାଙ୍କ ଘରକୁ ଆସିଥିବା ଜଣେ ପଡ଼ୋଶୀ ମହିଳା ନମିତା ମଲ୍ଲିକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରିଥିଲେ। ଏହି ଘଟଣାରେ ମହେଶ୍ୱରଙ୍କ  ପୁଅ ରବୀନ୍ଦ୍ର ବାପାଙ୍କୁ ରକ୍ଷା କରିବାକୁ ଯାଇ ବାଦଲଙ୍କ ଉପରେ ଗରମ ପେଜ ଢାଳି ଦେଇଥିଲେ ।  ଏନେଇ ବାଦଲ ରବୀନ୍ଦ୍ରଙ୍କ ବି‌ରୋଧରେ ଥାନାରେ ଅଭିଯୋଗ କରିଥିଲେ  । 

ପରେ ରବୀନ୍ଦ୍ର ନମିତା ମଲ୍ଲିକଙ୍କୁ ସାଥୀରେ ନେଇ ଥାନାରେ ପାଲଟା ଅଭିଯୋଗ କରିଥିଲେ। ପୁଲିସ ରବୀନ୍ଦ୍ରଙ୍କୁ ଥାନାରେ ଅଟକ ରଖି ଆଉ ଛାଡ଼ିନଥିଲା। ଗତ ୪ ତାରିଖରେ ରବୀନ୍ଦ୍ରଙ୍କୁ ଦେଖିବା ପାଇଁ ତାଙ୍କ ପରିବାର ଥାନାକୁ ଆସିଥିଲେ  । 
 

ମାତ୍ର ପୁଲିସ ସେମାନଙ୍କୁ ଭେଟ କରିବାକୁ ଦେଇନଥିଲା। ଘଟଣାର ତିନି ଦିନ ପରେ ପୁଲିସ ପରିବାର ଲୋକଙ୍କୁ ରବୀନ୍ଦ୍ର କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ଦେଇଥିଲା। ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିବା ପରେ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ ।   ହାଜତ ଭିତରେ ପୁଲିସ ତାଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କରି ପ୍ରବଳ ମାଡ଼ ମାରିଥିବା ରବୀନ୍ଦ୍ର ଅଭିଯୋଗ କରିଛନ୍ତି ।  ପୁଲିସର ଏ ପ୍ରକାର ଅତ୍ୟାଚାର ଯୋଗୁଁ ହାଜତ ଭିତରେ ଥିବା ଏକ ବିଷ ବୋତଲକୁ ଖୋଲି ସେ ପିଇଦେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe