କନକ ବ୍ୟୁରୋ : ପୁଷ୍ପା-୨ଆଜି ସାରା ଦେଶରେ ସିନେମା ହଲରେ ରିଲିଜ ହୋଇଥିବା ବେଳେ ଓଡ଼ିଶାରେ ସିନେମା ହଲର ସ୍ଥିତି କଣ, ସେନେଇ ବିଧାନସଭାରେ ଉଠିଛି ପ୍ରସଙ୍ଗ । ଶୂନ୍ୟକାଳରେ ରାଜ୍ୟରେ ଫିଲ୍ମ ହଲତିକୁ ନେଇ ପ୍ରଶ୍ନ କରିଥିଲେ ଅଭିନେତାରୁ ରାଜନେତା ହୋଇଥିବା ଆକାଶ ଦାସ ନାୟକ । ପ୍ରତି ବ୍ଲକରେ ବହୁମୁଖୀ ସିନେମା ହଲ୍ ପ୍ରତିଷ୍ଠା କରାଯାଉ ବୋଲି ଆକାଶ ଦାସନାୟକ ଦାବି କରିଛନ୍ତି । 

Advertisment

ବିଜେପି ବିଧାୟକ ଆକାଶ କହିଛନ୍ତି, ଓଡ଼ିଆ ସିନେମା ବର୍ତ୍ତମାନ କୋମା ଆଡ଼କୁ ଯାଉଛି । ମାତ୍ର୫୦ରୁ ୬୦ଟି ସିନେମା ହଲ ଅଛି । କିନ୍ତୁ ପୁରୀରେ ଗୋଟିଏ ବି ସିନେମା  ହଲ ନାହିଁ । ପ୍ରତି ବ୍ଲକରେ ମଲ୍ଟିପର୍ପୋଜ ଫିଲ୍ମ ହଲ ପ୍ରତିଷ୍ଠା କରାଯାଉ, ଯେଉଁଥିରେ ମିଶନ ଶକ୍ତି ମହିଳାମାନେ ନିଜର ଦୋକାନ ଖୋଲିପାରିବେ ଏବଂ ବିଭିନ୍ନ ଶିକ୍ଷଣୀୟ ଟେଲିଫିଲ୍ମ ମଧ୍ୟ ପରିବେଷଣ କରି ସଚେତନ କରାଯାଇ ପାରିବ ।