ସର୍ପାଘାତ ମୃତ୍ୟୁ ବଢ଼ିବାର କାରଣ କ’ଣ? ଆଣ୍ଟିଭେନମ୍‌ର ଅଭାବ ନା ସଚେତନତାରେ ପଛୁଆ

Advertisment

ବିପର୍ଯ୍ୟୟରେ ଜଣଙ୍କର ବି ପ୍ରାଣହାନି ହେବ ନାହିଁ। ଢେର ଆଗରୁ ଏମିତି ସଂକଳ୍ପ ନେଇଛନ୍ତି ରାଜ୍ୟ ସରକାର। ବେଶି ଆଗକୁ ନ ଯାଇ କେବଳ ସାପ କାମୁଡ଼ାର ଉଦାହରଣ ନେଲେ ସରକାରୀ ଘୋଷଣା ଓ ବାସ୍ତବତା ଭିତରେ ଦୂରତା କେତେ, ତାହା ପ୍ରମାଣିତ ହୋଇଯିବ।

ବିପର୍ଯ୍ୟୟରେ ଜଣଙ୍କର ବି ପ୍ରାଣହାନି ହେବ ନାହିଁ। ଢେର ଆଗରୁ ଏମିତି ସଂକଳ୍ପ ନେଇଛନ୍ତି ରାଜ୍ୟ ସରକାର। ବେଶି ଆଗକୁ ନ ଯାଇ କେବଳ ସାପ କାମୁଡ଼ାର ଉଦାହରଣ ନେଲେ ସରକାରୀ ଘୋଷଣା ଓ ବାସ୍ତବତା ଭିତରେ ଦୂରତା କେତେ, ତାହା ପ୍ରମାଣିତ ହୋଇଯିବ।

dec

Photograph: (kanak news)

କନକ ବ୍ୟୁରୋ: ବିପର୍ଯ୍ୟୟରେ ଜଣଙ୍କର ବି ପ୍ରାଣହାନି ହେବ ନାହିଁ। ଢେର ଆଗରୁ ଏମିତି ସଂକଳ୍ପ ନେଇଛନ୍ତି ରାଜ୍ୟ ସରକାର। ବେଶି ଆଗକୁ ନ ଯାଇ କେବଳ ସାପ କାମୁଡ଼ାର ଉଦାହରଣ ନେଲେ ସରକାରୀ ଘୋଷଣା ଓ ବାସ୍ତବତା ଭିତରେ ଦୂରତା କେତେ, ତାହା ପ୍ରମାଣିତ ହୋଇଯିବ। ନିଜେ ସରକାର ମାନିଛନ୍ତି ଯେ ରାଜ୍ୟରେ ଗତ ଦୁଇ ବର୍ଷରେ ସାପ କାମୁଡ଼ାରେ ଗଲାଣି ୧୮୫୯ ମୁଣ୍ଡ। 

ବିପଦ ବଢ଼ାଉଛି ସାପ। ସାପ ଚୋଟରେ ୨୦୨୩-୨୪ରେ ୧୧୫୦ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୪-୨୫ରେ ଏହି ସଂଖ୍ୟା ୭୦୯ ଛୁଇଁଛି। ବିଧାନସଭାରେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କ ଏଭଳି ଚିନ୍ତାଜନକ ତଥ୍ୟ ରଖିଛନ୍ତି। ୨୦୨୩-୨୪ରେ ବାଲେଶ୍ବରରେ ସର୍ବାଧିକ ୯୯ ଜଣଙ୍କ ଜୀବନ ନେଇଛି ସାପ। ବାଲେଶ୍ବର ପଛକୁ ଥିଲା କଟକ ଓ ଗଞ୍ଜାମ। କିନ୍ତୁ ୨୦୨୪-୨୫ରେ ସର୍ପାଘାତରେ କଟକରେ ସବୁଠୁ ଅଧିକ ୬୬ ଜଣଙ୍କ ମୃତ୍ୟୁ ଘଟିଛି। ଦ୍ବିତୀୟରେ ଅଛି ଗଞ୍ଜାମ। ତେବେ ସାପ କାମୁଡା ଜନିତ ବାସ୍ତବ ତଥ୍ୟ ଏହାଠାରୁ ଢ଼େର ଅଧିକ ବୋଲି କହିଛନ୍ତି ସ୍ନେକ ହେଲପଲାଇନ ସଦସ୍ୟ। 

୨୦୧୨ରୁ ସରକାର ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଶୂନ ସହନଶୀଳ ନୀତିକୁ ଗୁରୁତ୍ବ ଦେଉଛନ୍ତି। କିନ୍ତୁ ବନ୍ୟାବାତ୍ୟା ମୃତ୍ୟୁ ଭଳି ସାପ କାମୁଡ଼ା ମୃତ୍ୟୁ ରୋକିବା ପ୍ରାଥମିକତାରେ ନାହିଁ।  ଏଥିସହ କିଛି ସରକାରୀ ହସ୍ପିଟାଲରେ ଆଣ୍ଟିଭେନମ୍‌ ମଧ୍ୟ ଉପଲବ୍ଧ ନଥିବାରୁ ଜୀବନ ଯାଉଥିବା ଅଭିଯୋଗ ହେଉଛି। ତେବେ ସାପ କାମୁଡ଼ିବା ପରେ ଲୋକ ଗୋଲ୍ଡେନ୍‌ ଆୱାରରେ ଡାକ୍ତରଖାନାରେ ପହଞ୍ଚିପାରୁନଥିବା ମୁଖ୍ୟ କାରଣ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ। 

ସାପ କାମୁଡ଼ା ଜନିତ ମୃତ୍ୟୁ ପ୍ରମାଣ ମିଳିଲେ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଦେଇ ଦୋଷ ଝାଡ଼ି ଦେଉଛନ୍ତି। ଅଥଚ ସାପ କାମୁଡ଼ାକୁ ପ୍ରତିହତ କରିବା କ୍ଷେତ୍ରରେ ରାଜସ୍ବ ବିଭାଗ- ସ୍ବାସ୍ଥ୍ୟ ବିଭାଗ ହାତ ମିଳାଇ କାମ କରିବା କଥା ଆଦୌ ପରିଦୃଷ୍ଟ ହେଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe