ବ୍ରହ୍ମପୁର ଆଇଟିଆଇର ଭବିଷ୍ୟତ କ’ଣ? ଏକକାଳୀନ ଅଧାରୁ ଅଧିକ ଶିକ୍ଷକଙ୍କୁ ଛଟେଇ

ବାକି ୮୦ ଜଣ ଅତିଥି ଶିକ୍ଷକଙ୍କୁ ମିଶାଇ ମୋଟ ୧୨୫ ଶିକ୍ଷକଙ୍କ ଦ୍ବାରା ଚାଲୁଥିଲା ଏତେ ବଡ଼ ସଂସ୍ଥା । କିନ୍ତୁ ଗେଷ୍ଟ ଫାକଲ୍‌ଟିଙ୍କ ମଧ୍ୟରୁ ସରକାର ଏବେ ୪୭ ଜଣଙ୍କୁ ବାହାର କରିଦେବା ପରେ ଆହୁରି ଜଟିଳ ହୋଇଛି ସ୍ଥିତି ।

34

teacher Protest Photograph: (kanaknews)

କନକ ବ୍ୟୁରୋ: ଯେଉଁଠି ୧୭୦ ଶିକ୍ଷକ ରହିବା କଥା, ସେଠି ଅଛନ୍ତି ମାତ୍ର ୪୫ ଜଣ ରେଗୁଲାର ଶିକ୍ଷକ । ବାକି ୮୦ ଜଣ ଅତିଥି ଶିକ୍ଷକଙ୍କୁ ମିଶାଇ ମୋଟ ୧୨୫ ଶିକ୍ଷକଙ୍କ ଦ୍ବାରା ଚାଲୁଥିଲା ଏତେ ବଡ଼ ସଂସ୍ଥା । କିନ୍ତୁ ଗେଷ୍ଟ ଫାକଲ୍‌ଟିଙ୍କ ମଧ୍ୟରୁ ସରକାର ଏବେ ୪୭ ଜଣଙ୍କୁ ବାହାର କରିଦେବା ପରେ ଆହୁରି ଜଟିଳ ହୋଇଛି ସ୍ଥିତି । ଏହାର ପ୍ରତିବାଦରେ ସମସ୍ତ ଅତିଥି ଶିକ୍ଷକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । 

୧୯୫୭ ମସିହାରେ ରାଜ୍ୟର ପ୍ରଥମ ଆଇଟିଆଇ ବ୍ରହ୍ମପୁରରେ ଖୋଲାଯାଇଥିଲା । ଧୀରେଧୀରେ ନୂତନ ଟ୍ରେଡ୍‌ ଆରମ୍ଭ ହେବା ସହ ଏହା ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ କୌଶଳ ଶିକ୍ଷା କେନ୍ଦ୍ରରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ମଧ୍ୟ ଆଇଟିଆଇ ଓ ଆଇଆଇଟିକୁ ଦେଶର ‘ଦୁଇଟି ଆଖି’କହିଥିଲେ । ମାତ୍ର ଏଠାରେ ଶିକ୍ଷକ ଅଭାବ ଯୋଗୁଁ ହଜାର ହଜାର ପିଲାଙ୍କ ପାଠପଢ଼ା ଗୁରୁତର ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । 

ଆଇଜିଏଚ୍‌କୁ ନେଇ ସାଂଘାତିକ ଷଡ଼୍‌ଯନ୍ତ୍ର! ଦିଲ୍ଲୀରେ ଚାଲିଛି ବ୍ଳ୍ୟୁ ପ୍ରିଣ୍ଟ!

୨୦ ବର୍ଷ ଧରି କମ୍‌ ଦରମାରେ କାମ କରୁଥିବା ଅତିଥି ଶିକ୍ଷକଙ୍କୁ ହଠାତ୍ ବାହାର କରାଯିବାକୁ ନେଇ ତେଜିଛି ବିରୋଧ । ସମସ୍ତଙ୍କୁ ପୁନଃ ନିଯୁକ୍ତ ନମିଳିଲେ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe