କନକ ବ୍ୟୁରୋ: ଦେଶରେ ଏବେ ନୂଆ ନୂଆ ଡନଙ୍କୁ ନେଇ ଖବର ଜୋର ଧରୁଛି । ଏଥିରେ ସବୁଠାରୁ ଆଗରେ ରହିଛି ଲରେନ୍ସ ବିଷ୍ଣୋଇଙ୍କ ନାଁ । ଯିଏ ଜେଲ ଚାରି କାନ୍ଥ ଭିତରେ ଥାଇ ବି ରଙ୍ଗୀନ ନଗରୀ ମୁମ୍ବାଇରେ ହଇଚଇ ସୃଷ୍ଟି କରଛନ୍ତିି । ହତ୍ୟା, ଧମକ ପରି ଗମ୍ଭୀର ଅପରାଧ ଘଟାଉଛନ୍ତିି । ଏମିତି ନୁହେଁ ଯେ ଲରେନ୍ସ ଏକା ଏକା ଏସବୁ ଘଟାଉଛି ବରଂ ତାଙ୍କ ସହ ଅଛନ୍ତି ତାଙ୍କ ସାଙ୍ଗ ଗୁର୍ଗ ଓ ତାର ସାନଭାଇ  ।

Advertisment

ଆଉ ଏମାନଙ୍କ ଲିଡରସିପ୍ ଏବେ ନେଉଛି ଲରେନ୍ସଙ୍କ ସାନ ଭାଇ ଅନମୋଲ ବିଷ୍ଣୋଇ । ସିଧାସଳଖ କହିବାକୁ ଗଲେ, ଲରେନ୍ସ ଓ ତାଙ୍କ ସାନ ଭାଇ ଅନମୋଲ ଏବେ ସଲମାନଙ୍କ ପରମଶତ୍ରୁ ପାଲଟିଛନ୍ତି । 
ଲରେନ୍ସ ଓ ତାଙ୍କ ସାନ ଭାଇ ଅନମୋଲ ଏବେ ସେମାନଙ୍କୁ ଟାର୍ଗେଟ କରୁଛନ୍ତି ଯେଉଁମାନେ ସଲମାନଙ୍କ ସହ ଘନିଷ୍ଠ । କିମ୍ବା ଯିଏ ସଲମାନଙ୍କୁ ସହଯୋଗ କରୁଛନ୍ତି ।

ଶନିବାର ପୂର୍ବତନ ବିଧାୟକ ବାବା ସିଦ୍ଦିକିଙ୍କୁ ଜନଗହଳିପୁୂର୍ଣ୍ଣ ଇଲାକାରେ ଗୁଳି କରି ହତ୍ୟା କରାଗଲା । ପାଖାପାଖି ୧୨ ଘଣ୍ଟା ପରେ ଏହି ହତ୍ୟାକାଣ୍ଡ ଲରେନ୍ସ ଗ୍ରୁପ୍ ନିଜକୁ ଦାୟୀ ଘୋଷଣା କଲା । ଖବର ବାଜିଲା ବାବା ସିଦ୍ଦିକି ସଲମାନଙ୍କ ଘନିଷ୍ଠ ହୋଇଥିବାରୁ ତାଙ୍କୁ ହତ୍ୟା କଲା ଲରେନ୍ସ ଗ୍ୟାଙ୍ଗ । 

ଏହା ପୂର୍ବରୁ ଅର୍ଥାତ୍ ୨୦୨୪ ଏପ୍ରିଲ ମାସରେ ଜଣେ ଦୁର୍ବୃତ୍ତ ଆସି ସଲମାନଙ୍କ ଘର ଉପରକୁ ଗୁଳିମାଡ କଲା । ଏହି ଫାୟାରିଙ୍ଗ ପାଇଁ ନିଜକୁ ଦାୟୀ କରିଥିଲା ଲରେନ୍ସଙ୍କ ଭାଇ ଅନମୋଲ । ଖାଲି ଏତିକି ନୁହେଁ ପରେ ପରେ ଅନମୋଲ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଥିଲା, ଏହା ତ କେବଳ ଟେଲର ଥିଲା’ ।

ଅନମୋଲ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ମଧ୍ୟ ହତ୍ୟା କରିଥିବା ଚର୍ଚ୍ଚା ହୋଇଥିଲା । ମୁାସେୱାଲାଙ୍କୁ ହତ୍ୟାକରିବା ପରେ ଅନମୋଲ ଆଜେରବୈଜାନ ପଳାଇଥିଲା । ତାକୁ ଶେଷ ଥର ପାଇଁ ଆମେରିକାରେ ଏକ ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା ।  

ଲରେନ୍ସ ଓ ସଲମାନଙ୍କ ଭିତରେ ବିବାଦ କ’ଣ?

କୁହାଯାଏ , ୧୯୯୮ରେ ଯେତେବେଳେ ଫିଲ୍ମ ‘ହମ୍ ସାଥ୍ ସାଥ୍ ହୈ’ର ସୁଟିଂ ପାଇଁ ସଲମାନ ଖାନ୍ ତାଙ୍କ କୋ-ଷ୍ଟାର ରାଜସ୍ଥାନ ଯୋଧପୁର ଯାଇଥିଲେ । ସୁଟିଂ ପରେ ସଲମାନ ଓ କୋଷ୍ଟାର ଶିକାର ପାଇଁ ଯାଇଥିଲେ । ସେଠାରେ ୨ ଟି କଳା ହରିଣ ଶିକାର କରିଥିଲେ । ଯାହା କୋନକାନି ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିଲା ।

ଏହାର କାରଣ ହେଉଛି ବିଷ୍ଣୋଇ ସମ୍ପ୍ରଦାୟର ଧର୍ମଗୁରୁ ଜମ୍ବେଶ୍ୱର ବାବାଙ୍କ ପ୍ରକୃତିର ଉପାସକ ଥିବାବେଳେ କଳାହରିଣକୁ ଆରାଧ୍ୟ ମାନୁଥିଲେ । କିନ୍ତୁ ସଲମାନ କଳା ହରିଣ ହତ୍ୟା କରିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ କେସ୍ ଚାଲିଲା ।

କଳାହରିଣକୁ କୋନକାନି ଗାଁ ଲୋକେ ଏତେ ମାନୁଥିଲେ ଯେ ହରିଣ ପାଇଁ ମନ୍ଦିର ନିର୍ମାଣକରି ପୂଜା କରିବାକୁ ଲାଗିଲେ ।  

ସେତେବେଳକୁ ଲରେନ୍ସ ମାତ୍ର ୬ ବର୍ଷ ବୟସର ହୋଇଥିଲେ ବି ପରେ ଏହି ଘଟଣା ତାଙ୍କୁ ବ୍ୟଥିତ କରିଥିଲା । ସେତେବେଳକୁ ସଲମାନ୍ ଜେଲରେ  ୩ ଟି ପର୍ଯ୍ୟାୟରେ ୩ ଥର ଜେଲରେ ରହିବା ପରେ ବେଲରେ ଆସିଯାଇଥିଲେ ।

ହେଲେ ଲରେନ୍ସଙ୍କର ଗୋଟିଏ ଜିଦି, ସଲମାନ୍ ପୁରା ବିଷ୍ଣୋଇ ସମାଜ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ  । କିନ୍ତୁ ଏଭଳି କିଛି କରିନଥିଲେ ସଲମାନ  ।

ଫଳରେ ଲରେନ୍ସଙ୍କ ମନରେ ପ୍ରତିଶୋଧ ନିଆଁ । ତାଙ୍କ ପ୍ରତିଶୋଧର ଜିଦିରେ ସାମିଲ ହୋଇଥିଲେ ସାନଭାଇ ଅନମୋଲ ଓ ତାଙ୍କ ଗ୍ୟାଙ୍ଗ ।

ଖାଲି ସଲମାନ୍ ନୁହଁନ୍ତି ତାଙ୍କୁ ସହଯୋଗ କରୁଥିବା ସମସ୍ତଙ୍କ ପାଇଁ ଏ ଦୁଇ ଭାଇ ସାଜିଲେ ପରମଶତ୍ରୁ, ଯାହାର ପ୍ରମାଣ ଆଜି ଦେଖିବାକୁ ମିଳୁଛି ।