କନକ ବ୍ୟୁରୋ : ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ଆତଙ୍କବାଦୀ ତହବୁର ରାଣାର ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ସହ ସମ୍ପର୍କ କ’ଣ । ଏହା ଉପରେ ତଦନ୍ତ ଚଳାଇଛି ଏନଆଇ ଟିମ୍ । ୧୨ଜଣ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଜେରା କରୁଛି,ଦାଉଦ ସହ କ'ଣ ସମ୍ପର୍କ ଥିଲା । ୨୬/୧୧ରେ ମୁମ୍ବାଇ ଆକ୍ରମଣର ଦାଉଦର ସମ୍ପର୍କ ଥିଲା କି ନାହିଁ ତାହା ଉପରେ ମାରାଥନ ଜେରା କରୁଛି ଏନଅଇଏ । ମୁମ୍ବାଇ ଆକ୍ରମଣରେ ସାମିଲ ଥିବା ପୁରା ନେଟୱାର୍କର ଖୋଳତାଡ କରୁଛି ଏନଆଇଏ । କିପରି ଆକ୍ରମଣର ନକ୍ସା ପ୍ରସ୍ତୁତ ହୋଇଥିଲା ଆଜି ଦ୍ବିତୀୟ ଦିନରେ ତାହା ଉପରେ ଜେରା କରୁଛି ତଦନ୍ତକାରୀ ଟିମ୍ ।
ପିଟିଆଇ ସୂଚନା ମୁତାବକ, ଏନଆଇଏ ତହବୁର ରାଣା ସହ ହେଡଲିର ୧୨ ରୁ ଅଧିକ ଫୋନ କଲ ଉପରେ ଅଧିକ ସମୀକ୍ଷା କରୁଛି । ଆକ୍ରମଣ ପଛରେ କେଉଁମାନେ ରହିଥିଲେ,ପାକିସ୍ତାନର ହାତ ଅଛି କି ନାହିଁ ତାହା ଉପରେ ରାଣାକୁ ମାରାଥନ ଜେରା କରୁଛି ଏନଆଇଏ । ହେଡଲିଙ୍କ ଅନୁରୋଧ କ୍ରମେ ଦୁବାଇର ଜଣେ ବ୍ୟକ୍ତିଙ୍କୁ ଭେଟିଥିଲା ରାଣା । ଉକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବାକୁ ଏନଆଇଏ ଚେଷ୍ଟା କରୁଛି । ଉକ୍ତ ବ୍ୟକ୍ତି ଦାଉଦ ଇବ୍ରାହିମ ଅବା ତାଙ୍କ ନେଟୱାର୍କ ଡି-କମ୍ପାନୀ କେହି ହୋଇଥାଇପାରନ୍ତି ବୋଲି ସନ୍ଦେହ କରୁଛି ଏନଆଇଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/04/13/0eW2s1JizA6D5nL7fCrL.jpg)