କନକ ବ୍ୟୁରୋ : ଶାଢୀ ପିନ୍ଧିବାକୁ ପ୍ରାୟତଃ ସମସ୍ତେ ପସନ୍ଦ କରିଥାନ୍ତି । ସେ ଭାରତୀୟ ମହିଳା ହୁଅନ୍ତୁ କି ବିଦେଶିନୀ ଶାଢ଼ୀ ପିନ୍ଧିବା ସମସ୍ତଙ୍କ ପସନ୍ଦ । କିନ୍ତୁ ଶାଢୀକୁ ନେଇ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଭୟଭୀତ କରିଛି । ଆପଣ ଶୁଣିଲେ ଆଶ୍ଚର୍ୟ୍ୟ ହେବେ ଯେ ଶାଢୀ ପିନ୍ଧିଲେ ହେବ କ୍ୟାନ୍ସର । ଏକ ଅଧ୍ୟୟନରେ ଡାକ୍ତରମାନେ ଏହି ଖୁଲାସା କରିଛନ୍ତି ଯେ, ଶାଢୀ ପିନ୍ଧିଲେ ପେଟିକଟ କ୍ୟାନ୍ସର ହେଉଛି ।  ଅଧ୍ୟୟନରେ ଡାକ୍ତର ଦୁଇ ମହିଳାଙ୍କଠାରେ ପେଟିକଟ କ୍ୟାନସର ଦେଖିବାକୁ ମିଳିଥିବା କହିଛନ୍ତି ।
ମହିଳାମାନେ ବର୍ଷ ବର୍ଷ ଧରି ଗୋଟିଏ ଢଙ୍ଗରେ ଶାଢୀ ପିନ୍ଧିଥାନ୍ତି । ପ୍ରଥମେ ସାୟା ଆଊ ତା ପରେ ଶାଢୀ ପିନ୍ଧିଥାନ୍ତି । ପ୍ରାୟତଃ ସାୟା ଡୋରିକୁ ଅଣ୍ଟାରେ ଟାଇଟ୍ କରି ବାନ୍ଧିବା ପରେ ଶାଢୀ ପିନ୍ଧା ଯାଏ । ଏହି ସାୟା ଡୋରୀ ହିଁ କ୍ୟାନ୍ସରର ମୁଖ୍ୟ କାରଣ ବୋଲି କହିଛନ୍ତି ଡାକ୍ତର । ହେଲେ ସାୟା ଡୋରିରେ କେମିତି ହେଉଛି କ୍ୟାନ୍ସର ?

Advertisment

ସୂଚନା ମୁତାବକ ସାୟା ଡୋରୀକୁ ଅଣ୍ଟାରେ ଟାଇଟ୍ କରି ବହୁତ ସମୟ ଧରି ବାନ୍ଧି ରଖିବା ଦ୍ୱାରା ଗଣ୍ଠି ଅଲସର ହୋଇଥାଏ, ଆଉ ତା ପରେ କ୍ୟାନ୍ସାରେ ପରିଣତ ହୋଇଥାଏ ।  ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ ରିପୋର୍ଟସରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଜଣେ ୭୦ ବର୍ଷୀୟ ମହିଳା ଏବଂ  ଅନ୍ୟ ଜଣେ ୬୦ବର୍ଷୀୟ ମହିଳାଙ୍କୁ ପେଟିକଟ କ୍ୟାନ୍ସର ହୋଇଥିବା କୁହାଯାଇଛି । ସାୟା ଭିଡ଼ିକି ବାନ୍ଧିବା ଦ୍ୱାରା  ୭୦ ବର୍ଷୀୟ ମହିଳାଙ୍କର ଅଣ୍ଟା ହାଡରେ ଏପରି ହୋଇଥିଲା ।  ଗଣ୍ଡି ଅଲସର ହେବା ପରେ ଏହା କ୍ୟାନ୍ସରେ ପରିଣତ ହୋଇଥିଲା । ସେହିପରି  ଅନ୍ୟ ଜଣେ ୬୦ ବର୍ଷୀୟ ମହିଳାଙ୍କୁ ବି ଏଭଳି ଭାବେ କ୍ୟାନ୍ସର ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି ।  

 

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ ରିସର୍ଚ୍ଚରୁ ଖୁଲାସା ହୋଇଛି ଯେ, ଏହି କ୍ୟାନ୍ସର କେବଳ ପେଟିକଟ ନୁହେଁ ସାଲୱାର କମିଜରୁ ବି ହୋଇଥାଏ । ସାଲୱାର ପ୍ୟାଣ୍ଟ ଡୋର ଜୋରରେ ବାନ୍ଧିବା ଦ୍ୱାରା ମଧ୍ୟ ଏହି କ୍ୟାନ୍ସର ହେଉଛି । ବିଶେଷଜ୍ଞଙ୍କ କହିବାନୁଯାୟୀ ଏଥିରୁ ବର୍ତ୍ତିବା ପାଇଁ ହାଲୁକା ଏବଂ ଢ଼ିଲା କପଡ଼ା ପିନ୍ଧିବା ଆବଶ୍ୟକ । ଡୋରକୁ ଅଣ୍ଟାରେ ଟାଇଟ୍ କରି ବାନ୍ଧିବା ପେଟିକଟ କ୍ୟାନ୍ସର ପ୍ରଥମ କାରଣ ବୋଲି  ଡାକ୍ତର କହିଛନ୍ତି । ତେବେ ସବୁଠୁ ବଡ କଥା ହେଲା ମହିଳାମାନେ ଶାଢୀ ପିନ୍ଧିଲା ବେଳେ ଟିକେ ଯତ୍ନର ସହ ପିନ୍ଧିବା ଆବଶ୍ୟକ । ଶାଢୀ ପିନ୍ଧିବାର ଭୂଲ ତରିକା ଡାକି ଆଣିପରେ କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ । ତେଣୁ ସଚେତନ ହୁଅନ୍ତୁ ଯେତେବେଳେ ବି ଶାଢୀ କି ସାଳୱାର ପିନ୍ଧୁଛନ୍ତି  ଡୋରକୁ ଢିଲା କରି ବାନ୍ଧନ୍ତୁ ।