କନକ ବ୍ୟୁରୋ: ମାଲକାନଗିରି ଆଇଟିଡିଏରେ ଚାଲିଛି କଣ। ଅଧିକାରୀଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀ ଓ କିରାଣୀଙ୍କ ବଦଳି ହେଉଛି। ବଦଳରି ନର୍ଦ୍ଦେଶର କେଇ ଘଣ୍ଟା କିମ୍ବା କେଇ ଦିନ ମଧ୍ୟରେ ବଦଳି ବାତିଲ ହୋଇଯାଉଛି । ପୂର୍ବରୁ ମାଲକାନଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କ ବାରମ୍ବାର ବଦଳି ଓ ବଦଳି ବାତିଲ ଘଟଣା ଚର୍ଚ୍ଚା ସାଉଁଟିଥିଲା । ଏବେ ପୁଣି ସେଇ ଚର୍ଚ୍ଚାକୁ ଖୋରାକ୍ ମିଳିଛି ।

Advertisment

ପୁଣି ଚର୍ଚ୍ଚାରେ ମାଲକାନଗିରି ଆଇଟିଡିଏ
ଆଇଟିଡିଏ ମୋହ ଛାଡ଼ି ପାରୁନାହାନ୍ତି କର୍ମଚାରୀ 
ବଦଳି ଓ ବଦଳି ବାତିଲ୍‌ ଚିଠିକୁ ନେଇ ଚର୍ଚ୍ଚା
ପିଏଙ୍କ ପରେ ଯନ୍ତ୍ରୀ ଓ କିରାଣୀଙ୍କ ବଦଳି ବାତିଲ୍‌

ମାଲକାନଗିରି ଆଇଟିଡିଏ ବା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପିଛା ଛାଡୁନି ବିବାଦ। ପିଏ ଶ୍ରୀମତି ଜୟଶ୍ରୀଙ୍କ ବଦଳି ଓ ବଦଳି ବାତିଲ ଘଟଣା ଚର୍ଚ୍ଚା ଥମିନି। ଏବେ ଆଉ ଦୁଇ ଯନ୍ତ୍ରୀ ଓ ବରିଷ୍ଠ କିରାଣୀଙ୍କ ବଦଳି ବାତିଲ ଘଟଣା ଅନେକ ପ୍ରଶ୍ନର ସୂତ୍ରପାତ କରିଛି। ଗତ ଅଗଷ୍ଟ ୯ରେ ପିଏ ଜୟଶ୍ରୀଙ୍କ ବଦଳି ଚିଠି ଆସିବାର ୪ଘଣ୍ଟା ପରେ ବଦଳି ବାତିଲ୍‌ ଚିଠି ଆସିଥିଲା। ୧୪ ମାର୍ଚ୍ଚ ୨୦୨୪ରେ ଦୁଇ କନିଷ୍ଠ ଯନ୍ତ୍ରୀ ଦୁଷ୍ମନ୍ତ କୁମାର ସେଠ୍ ଓ ଲକ୍ଷ୍ମୀଧର ବିହାରୀଙ୍କ ବଦଳି ଚିଠି ଆସିଥିଲା। ସେପ୍ଟେମ୍ବର ମାସରେ ଦୁଷ୍ମନ୍ତ କୁମାର ସେଠ୍ ପୁନର୍ବାର ଆଇଟିଡିଏକୁ ଫେରିଛନ୍ତି। କିନ୍ତୁ ସେମାନଙ୍କ ଏଯାଏଁ ଦାୟିତ୍ୱ ଦିଆଯାଇନାହିଁ ।

ଆଇଟିଡିଏରେ ରହିବା ପାଇଁ ସମସ୍ତେ ବିକଳ
ମୋଟା ଅଙ୍କ ଦେଇ ଆଇଟିଡିଏକୁ ବଦଳି ହୁଅନ୍ତି କର୍ମଚାରୀ!

ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀଧର ବିହାରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାମିଲ ହୋଇ ଆଇଟିଡିଏ ଲାଞ୍ଚ କାରବାର ଗୁମର ଖୋଲିଥିଲେ। ଗତ ୧୨ ତାରିଖରେ ତାଙ୍କୁ ମାଲକାନଗିରି ଆଟିଡିଏରେ ପୁନଃ ଅବସ୍ଥାପିତ କରାଯାଇଛି । କିନ୍ତୁ ଏଯାଏଁ କାର୍ଯ୍ୟଭାର ପ୍ରଦାନ କରାଯାଇନାହିଁ । ଆଇଟିଡିଏର ବରିଷ୍ଠ କିରାଣୀ ରଘୁନାଥ ବେହେରାଙ୍କୁ ନିକଟରେ ମାଲକାନଗିରି ଜିଲ୍ଲା ପରିଷଦକୁ ବଦଳି କରାଯାଇଥିଲା । ପ୍ରାୟ ୪ଦିନ ମଧ୍ୟରେ ତାଙ୍କ ବଦଳି ବି ବାତିଲ କରାଯାଇଛି ।