କନକ ବ୍ୟୁରୋ : ରାଉରକେଲା ପ୍ଲେସ୍ ଅଫ୍ ସେଫ୍ଟି ବା ସୁରକ୍ଷିତ ଆଶ୍ରୟ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଦ୍ଧୁମ୍ ମାଡ଼ ମରାଯାଉଛି । ନିର୍ଯାତନା ସହି ନପାରି ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅନ୍ତେବାସୀ । ଜଣେ ଅନ୍ତେବାସୀଙ୍କୁ ଅନ୍ୟ ଅନ୍ତେବାସୀଙ୍କ ଏ ନିର୍ଯାତନା ପରେ ପୀଡ଼ିତ ଯୁବକ ଜଣକ ଫିନାଇଲ୍ ପିଇ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ , ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି । ରାଉରକେଲା ପ୍ଲେସ୍ ଅଫ୍ ସେଫ୍ଟି ବା ସୁରକ୍ଷିତ ଆଶ୍ରୟ କେନ୍ଦ୍ରର ଏ ଘଟଣା ସାମ୍ନାକୁ ଆସିବା ପରେ ଅନ୍ତେବାସୀଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।
ଖାଲି ଏ ଯୁବକ ଜଣକ ନୁହଁନ୍ତି, ସୁରକ୍ଷିତ ଆଶ୍ରୟ କେନ୍ଦ୍ରରେ ସଜ୍ଜା କାଟୁଥିବା ଅନ୍ୟ ଅନ୍ତେବାସୀଙ୍କ ଉପରେ ମଧ୍ୟ ବି ଆକ୍ରମଣ ହେଉଥିବା ଅଭିଯୋଗ ହୋଇଛି । ଏହା ଜାଣିବା ପରେ ଅନ୍ତେବାସୀଙ୍କୁ ଦେଖିବାକୁ ଚାଲିଆସିଛନ୍ତି ସେମାନଙ୍କ ପରିବାର ଲୋକ । ଶିଶୁ ସୁରକ୍ଷା କମିଟିର ଏକ ଟିମ୍ ଯାଇ ଘଟଣାର ତଦନ୍ତ କରୁଥିଲେ ବି ଜେଲ୍ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ନେଇ ପ୍ରଶ୍ନ ଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/11/22-2025-10-11-19-13-47.jpg)