ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରିବେ । ଟ୍ରମ୍ପ ଶପଥ ନେବା ପରେ ପ୍ରଥମ ଥର ପାଇଁ ଟ୍ରମ୍ପଙ୍କ ସହ ସାକ୍ଷାତ କରିବେ ମୋଦୀ । କୁହାଯାଉଛି ଦୁଇ ବଡ ନେତାଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ । ତେବେ ଦୁଇ ନେତାଙ୍କ ସାକ୍ଷାତକାର ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି ? ଭାରତଠୁ ଆମେରିକା କଣ ଚାହୁଁଛି, ଆସନ୍ତୁ ଜାଣିବା ୧୦ଟି ପଏଣ୍ଟ୍...
ଭାରତ-ଆମେରିକାକୁ ପରସ୍ପରଠୁ କଣ ଦରକାର ?
- ଆମେରାକି ଚୀନକୁ ତାର କଟର ପ୍ରତିଦ୍ୱନ୍ଦି ଭାବୁଛି । ଭାରତ ସହ ବି ଚୀନର ତିକ୍ତତା ଲାଗି ରହିଛି । ଉଭୟ ଦେଶଙ୍କ ସମସ୍ୟା ପାଖାପାଖି ସମାନ ହୋଇଥିବାରୁ ଉଭୟ ଦେଶ ଏହାକୁ ନେଇ କିଛି ରଣନୀତି ପ୍ରସ୍ତୁତ କରିପାରନ୍ତି । ଏବଂ ଏହା ଦ୍ୱାରା ଆମେରିକା ଓ ଭାରତ ମଧ୍ୟରେ ଥିବା ସମ୍ପର୍କ ଆହୁରି ମଜବୁତ ହୋଇପାରେ ବୋଲି କୁହାଯାଉଛି ।
- ବାଣିଜ୍ୟ ଏକ ଏପରି ବିଷୟ ଯାହା ଉଭୟ ଦେଶ ପାଇଁ ଏକ କେନ୍ଦ୍ରବିନ୍ଦୁ ପାଲଟିଯାଇଛି । ଆଜିର ବୈଠକରେ ଶୁଳ୍କ ବିଷୟରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହେବ। ଟ୍ରମ୍ପ କାନାଡା, ମେକ୍ସିକୋ ଏବଂ ଚୀନ୍ ଭଳି ଦେଶଙ୍କ ଉପରେ ଟାରିଫ୍ ଲଗାଇଛି । କିନ୍ତୁ ଭାରତ ଉପରେ ଆମେରିକା କୌଣସି ପ୍ରକାର ଟାରିଫ୍ ଲଗାଇନାହିଁ ।
- ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନ୍ୟୁକ୍ଲିୟର ଏନର୍ଜୀ ସେକ୍ଟର ଉପରେ ନିବେଶ କରିବା ପାଇଁ ଭାରତ ଆମେରିକା ଆଗରେ ପ୍ରସ୍ତାବ ରଖିପାରେ ।
- ନରେନ୍ଦ୍ର ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଟେକ୍ନଲୋଜିକୁ ନେଇ ବି ଆଲୋଚନା ହୋଇପାରେ । ଏହି କ୍ଷେତ୍ରରେ ନିବେଶ ପାଇଁ ବି ଉଭୟ ଦେଶଙ୍କ ମଧ୍ୟରେ ଆଲୋଚନା ହୋଇପାରେ ।
- ଚାବାହାର ପ୍ରକଳ୍ପ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଟ୍ରମ୍ପ ଇରାନ ଉପରେ ଚାପ ପକାଇବା ପାଇଁ ଏକ ସ୍ମାରକପତ୍ର ଜାରି କରିଛନ୍ତି । ଇରାନ ସହିତ ଭାରତର ଏହି ପ୍ରକଳ୍ପ କାହିଁକ ସ୍ୱତନ୍ତ୍ର ଏହାକୁ ବୁଝାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ ମୋଦୀ ।
- ଗାଜା ଯୁଦ୍ଧ ବିସୟରେ ଆଲୋଚନା ବି ଏଜେଣ୍ଡାରେ ରହିଛି । ଗାଜା ଓ ଋଷ-ୟୁକ୍ରେନ୍ ଯୁଦ୍ଧକୁ ବନ୍ଦ କରିବା ପାଇଁ ଭାରତ ବହୁ ଚେଷ୍ଟା କରି ଆସିଛି । ତେଣୁ ଯୁଦ୍ଧକୁ ରୋକିବା ପାଇଁ ବି ଆଲୋଚନା ହୋଇପାରେ ।
- ଚଳିତ ବର୍ଷ ଭାରତରେ କ୍ୱାଡ୍ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିପାରନ୍ତି । ଚୀନର ପ୍ରାଧାନ୍ୟକୁ ରୋକିବା ପାଇଁ ଆମେରିକା, ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆକୁ ନେଇ ଗଠିତ ଏହି କ୍ୱାଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
- ଆମେରିକାରୁ ଭାରତ ତେଲ କିଣିବା ନେଇ ମଧ୍ୟ ଆଲୋଚନା ହୋଇପାରେ
- ଭାରତ-ପ୍ରଶାନ୍ତ ମହାସାଗର, ୟୁକ୍ରେନ ଏବଂ ପଶ୍ଚିମ ଏସିଆର ବିକାଶ ବିଷୟରେ ମଧ୍ୟ ଆଲୋଚନା କରାଯାଇପାରେ ।
- ପ୍ରତିରକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇପାରେ । ଆମେରିକାରୁ ଅନେକ ଯୁଦ୍ଧ ବିମାନ କ୍ରୟକୁ ଅନୁମୋଦନ ମିଳିପାରେ ।