କିଶୋରଙ୍କୁ ଅଡୁଆ ପ୍ରେମ ! ପାଦ ଖସିଲେ ଯାଉଛନ୍ତି ଜେଲ୍

ଦେଶରେ ବଢ଼ି ଚାଲିଛି ପକ୍ସୋ ମାମଲା । ନାବାଳିକାଙ୍କୁ ପ୍ରେମ କରି ବି ଫସି ଯାଉଛନ୍ତି ଅନେକ ପୁରୁଷ । ବୟସର ସାମାନ୍ୟ ତାରତମ୍ୟ ବି ଅନେକ ପୁଅଙ୍କ ଜୀବନକୁ ବନ୍ଦୀ କରିଦେଉଛି । ପଶ୍ଚିମବଙ୍ଗର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଆବେଦନ ବିଚାର ବେଳେ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ

କିଶୋରଙ୍କୁ ଅଡୁଆ ପ୍ରେମ!

କିଶୋରଙ୍କୁ ଅଡୁଆ ପ୍ରେମ! Photograph: (KANAK NEWS)

କନକ ବ୍ୟୁରୋ: ଝିଅର ବୟସ ଯଦି ୧୮ ବର୍ଷ ହେବାକୁ ଗୋଟିଏ ଦିନ ବି ବାକି ଥିବ ଆଉ କୌଣସି ପୁରୁଷ ସହ ପ୍ରେମ କରି ବସିଥିବେ, ତେବେ ସେ ପୁଅର ଭବିଷ୍ୟତ କ’ଣ ହେବ? ଏଭଳି ପ୍ରଶ୍ନ ଆଜି ଆମ ଚାରିପାଖରେ ଘୂରି ବୁଲୁଛି । ଦେଶର ସର୍ବୋଚ୍ଚ ଅଦାଲତ ବି ଏ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି । 

  • କିଶୋରଙ୍କୁ ଅଡୁଆ ପ୍ରେମ!
  • ପାଦ ଖସିଲେ ଯାଉଛନ୍ତି ଜେଲ୍ 

ଦେଶରେ ବଢ଼ି ଚାଲିଛି ପକ୍ସୋ ମାମଲା । ନାବାଳିକାଙ୍କୁ ପ୍ରେମ କରି ବି ଫସି ଯାଉଛନ୍ତି ଅନେକ ପୁରୁଷ । ବୟସର ସାମାନ୍ୟ ତାରତମ୍ୟ ବି ଅନେକ ପୁଅଙ୍କ ଜୀବନକୁ ବନ୍ଦୀ କରିଦେଉଛି । ପଶ୍ଚିମବଙ୍ଗର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଆବେଦନ ବିଚାର ବେଳେ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ସମ୍ପୃକ୍ତ ଯୁବତୀଙ୍କୁ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କ ପ୍ରେମିକକୁ ଗିରଫ କରିଥିଲା ପୁଲିସ । ଆଉ ସେବେଠାରୁ ଯୁବତୀଙ୍କ ପୁରୁଷବନ୍ଧୁ ଜେଲରେ । ଏଭଳି ମାମଲାରେ ସମ୍ବେଦନଶୀଳ ହେବା ଦରକାର ବୋଲି ସୁପ୍ରିମକୋର୍ଟ ହୃଦୟଙ୍ଗମ କରିବା ସହ ଦେଶରେ ଯୌନଶିକ୍ଷା ନେଇ ଏକ ସ୍ବତନ୍ତ୍ର ପଲିସି ଆଣିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି । 

  • କାହିଁକି ଜରୁରି ଯୌନଶିକ୍ଷା?
  • ସୁରକ୍ଷିତ ଯୌନସମ୍ପର୍କ କ’ଣ?
  • ଯୌନସମ୍ପର୍କ ଲାଗି ବୟସ କେତେ?

ଦେଶରେ ଯୌନଶିକ୍ଷା ପଢ଼ାଇବା ଲାଗି ପଲିସି ଆସିବା ଦରକାର । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏନେଇ କମିଟି ଗଢ଼ିବ । ଆସନ୍ତା ୨୪ ତାରିଖ ସୁଦ୍ଧା ଅଦାଲତଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେପଟେ ସାଥୀଙ୍କ ପ୍ରତି ବ୍ୟବହାର, ଅନ୍ୟପ୍ରତି ଦୃଷ୍ଟିଭଙ୍ଗୀ ଓ ଯୌନସମ୍ପର୍କ ବେଳେ ଗର୍ଭନିରୋଧ ଆଦି ବିଷୟରେ ଜାଣିବା ଦରକାର କିଶୋର କିଶୋରୀ । ଫଳରେ ନାବାଳକ, ନାବାଳିକା ଭୁଲ ବାଟକୁ ଯିବେନି ବରଂ ବାଲ୍ୟବିବାହ ରୋକା ଯାଇପାରିବ । ଏହାଦ୍ବାରା ଯୌନ ନିର୍ଯାତନା ମାମଲା କମିବା ସହ ନାବାଳିକା ଦୁଷ୍କର୍ମ ଓ ନିର୍ଯାତନା ମାମଲା ବି ହ୍ରାସ ପାଇବ ବୋଲି ମତପ୍ରକାଶ ପାଇଛି ।

ପୂର୍ବରୁ ଦିଲ୍ଲୀ, ମାଡ୍ରାସ, କୋଲକାତା ହାଇକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି । ପକ୍ସୋ ଆଇନର ଅପବ୍ୟବହାର ରୋକିବା ସହ, ପକ୍ସୋ ଆଇନ୍‌ ଆଳରେ କିଶୋର କିଶୋରୀ ବଳି ନ ପଡ଼ନ୍ତୁ ବୋଲି ଅଦାଲତ କହିଛନ୍ତି । ତେଣୁ ପକ୍ସୋ ଆଇନ୍‌ର ଅସଲ ଉଦ୍ଦେଶ୍ୟ କାର୍ଯ୍ୟକାରୀ ହେବା ଏବେ ଆହ୍ବାନ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe