କନକ ବ୍ୟୁରୋ : ଉତ୍ତମ ସ୍ବାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ମଧ୍ୟ ଶୀରରକୁ ଆବଶ୍ୟକ । ଆଜି ଆମେ ଆପଣଙ୍କ ଶୀରର ପାଇଁ କଦଳୀ କେତେ ଉପକାରୀ ସେ ସମ୍ପର୍କରେ କହିବୁ । ସୁବଦିନ ଦୁଇଟି କଦଳୀ ଖାଇବା ଦ୍ବାରା ଶରୀର ପାଇଁ ବହୁତ ଲାଭ ହୋଇଥାଏ । ଏହା କେବଳ ଆପଣଙ୍କ ପେଟ ଭରିନଥାଏ ବରଂ ଏହା ଖାଇବା ଦ୍ବାରା ଶୀରରକୁ ଅନେକ ପ୍ରକାରର ଲାଭ ମିଳିଥାଏ ।
ଅଧ୍ୟୟନ କଣ କହୁଛି
ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଦ୍ବାରା କରଯାଇଥିବା ଅଧ୍ୟୟନ ଅନୁସାରେ, କଦଳୀରେ ଫେନୋଲିକ ଏସିଡ୍ ଏବଂ ଫ୍ଲାଭୋନଏଡ୍ସ ବାୟୋଏକ୍ଟିଭ୍ ପରି ଜୈବିକ ଭରପୁର ମାତ୍ରାରେ ରହିଥାଏ । ଏହି ଯୌଗିକଗୁଡ଼ିକରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିରାଡିକାଲ୍ ଗୁଣ ଅଛି ଯାହା ଶରୀରକୁ ଅକ୍ସିଡେଟିଭ୍ ଚାପରୁ ରକ୍ଷା କରିବାରେ ସାହାଯ୍ୟ କରେ । କଦଳୀରେ ଥିବା କିଛି ଫେନୋଲିକ୍ସ ଆଣ୍ଟିଭାଇରାଲ୍, ଆଣ୍ଟି-ଇଫ୍ଲେମେଟରୀ, ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟି-ଡାଇବେଟିକ୍ ଏବଂ ଆଣ୍ଟି-କର୍କଟ ପ୍ରଭାବ ଦେଖାଏ । ଏହା ବ୍ୟତୀତ ମେଦବହୁଳତା, ଉଚ୍ଚ ରକ୍ତଚାପ ଏବଂ କର୍କଟ ଭଳି ଅବସ୍ଥା ସହିତ ଜଡିତ ଏନଜାଇମଗୁଡ଼ିକୁ ବାଧା ଦେଇଥାଏ ।
ହାର୍ଟକୁ ସୁସ୍ଥ ରଖିଥାଏ କଦଳୀ
ପୋଟାସିୟମ ହାର୍ଟ ପାଇଁ ବହୁତ ଭଲ । ଯାହା କଦଳୀରେ ଭରପୁର ମାତ୍ରାରେ ରହିଥାଏ । ଏହି ଅତ୍ୟାବଶ୍ୟକୀୟ ଖଣିଜ ପଦାର୍ଥ ଆପଣଙ୍କ ରକ୍ତଚାପକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ ଯାହା ଫଳରେ ଆପଣଙ୍କ ହୃଦୟକୁ ଅଧିକ ପରିଶ୍ରମ କରିବାକୁ ପଡ଼ିନଥାଏ । ଯେତେବେଳେ ହୃଦୟ ଶାନ୍ତ ଥାଏ, ସେତେବେଳେ ତୁମେ ଅଧିକ ଉର୍ଜା ଅନୁଭବ କରିଥାଅ ।
ସ୍ମୋକିଙ୍ଗ ଛାଡିବାରେ ସାହାଯ୍ୟ କରେ କଦଳୀ
କଣ ଆପଣ ସ୍ମୋକିଙ୍ଗ ଛାଡିବାକୁ ଚେଷ୍ଟା କରୁଛନ୍ତି ? କଦଳୀ ଏଥିରେ ଆପଣଙ୍କୁ ସାହାଯ୍ୟ କରିପାରିବ । କଦଳୀରେ ଭିଟାମିନ୍ ଏବଂ ଖଣିଜ ପଦାର୍ଥର ମିଶ୍ରଣ ଯୋଗୁ ନିକୋଟିନ୍ ଲାଳସାକୁ ହ୍ରାସ କରିବାରେ ସାହାଯ୍ୟ କରିପାରେ ।
ପ୍ରାକୃତିକ ଶକ୍ତି ବୃଦ୍ଧି କରେ
ଆପଣଙ୍କୁ ତୁରନ୍ତ ଶକ୍ତି ଆବଶ୍ୟକ କି? କଦଳୀରେ ପ୍ରାକୃତିକ ଚିନି ଥାଏ, ଯେଉଁଥିରେ ଆପଣଙ୍କୁ ଇନ୍ଷ୍ଟାଣ୍ଟ ଏନର୍ଜି ମିଳିଥାଏ।
ଆପଣଙ୍କ ମନୋବଳକୁ ଉନ୍ନତ କରିଥାଏ
କଣ ଆପଣ ଚାପଗ୍ରସ୍ତ ଏବଂ ଉଦାସ ଅନୁଭବ କରୁଛନ୍ତି କି ? ଏହାର କାରଣ ଆଇରନ୍ ଅଭାବ ହୋଇଥାଇପାରେ । କଦଳୀରେ ପ୍ରଚୁର ଆଇରନ ଥାଏ ଯାହା ଆପଣଙ୍କ ଶରୀରକୁ ଅଧିକ ଲାଲ ରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରେ । ଯାହା ଆପଣଙ୍କୁ ଶକ୍ତିଶାଳୀ କରିଥାଏ ।