ଶୀତଦିନେ ଖଜୁରୀ ଶରୀର ପାଇଁ ଅମୃତ ; ଖାଇଲେ ମିଳିବ ଚତ୍ମକାରୀ ଫାଇଦା

Advertisment

ଖଜୁରୀ କେବଳ ଏକ ସ୍ୱାଦିଷ୍ଟ ଡ୍ରାଏ ଫ୍ରୁଟ୍ ନୁହେଁ, ବରଂ ଏହା ଅନେକ ପୋଷକ ତତ୍ତ୍ୱର ଭଣ୍ଡାର । ଏହାର ପ୍ରକୃତି ଗରମ ହୋଇଥିବାରୁ ଏହା ଶରୀରକୁ ଭିତରୁ ଉଷ୍ମତା ପ୍ରଦାନ କରେ । ଏଥିରେ ଥିବା ପ୍ରଚୁର ଆଣ୍ଟି-ଅକ୍ସିଡେଣ୍ଟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ଖଜୁରୀ କେବଳ ଏକ ସ୍ୱାଦିଷ୍ଟ ଡ୍ରାଏ ଫ୍ରୁଟ୍ ନୁହେଁ, ବରଂ ଏହା ଅନେକ ପୋଷକ ତତ୍ତ୍ୱର ଭଣ୍ଡାର । ଏହାର ପ୍ରକୃତି ଗରମ ହୋଇଥିବାରୁ ଏହା ଶରୀରକୁ ଭିତରୁ ଉଷ୍ମତା ପ୍ରଦାନ କରେ । ଏଥିରେ ଥିବା ପ୍ରଚୁର ଆଣ୍ଟି-ଅକ୍ସିଡେଣ୍ଟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

raw-organic-medjool-dates

raw-organic-medjool-dates Photograph: (kanak news)

କନକ ବ୍ୟୁରୋ : ଶୀତର ଶିତୁଆ ସକାଳେ ଯେତେବେଳେ ଚାରିଆଡେ ଥଣ୍ଡାର ପ୍ରକୋପ ବଢେ, ସେତେବେଳେ ଆମ ଶରୀରକୁ ସୁସ୍ଥ ଓ ଉଷୁମ ରଖିବା ପାଇଁ ପ୍ରକୃତି ଆମକୁ ଅନେକ ଚମତ୍କାରୀ ଉପହାର ଦେଇଛି । ସେହିଭଳି ଏକ ଶକ୍ତିଶାଳୀ ଖାଦ୍ୟ ହେଉଛି ଖଜୁରୀ । ସାଧାରଣତଃ ଆମେ ଏହାକୁ ଏକ କୋଳି ଭାବରେ ଜାଣିଥାଉ, କିନ୍ତୁ ଆୟୁର୍ବେଦ ଶାସ୍ତ୍ରରେ ଏହାକୁ ଏକ ମହୌଷଧିର ମାନ୍ୟତା ଦିଆଯାଇଛି । ବିଶେଷ କରି ଶୀତଦିନେ ଏହାର ସେବନ ଶରୀରକୁ ରୋଗମୁକ୍ତ ରଖିବା ସହ ଅଦ୍ଭୁତ ଶକ୍ତି ପ୍ରଦାନ କରିଥାଏ ।

ଖଜୁରୀ କେବଳ ଏକ ସ୍ୱାଦିଷ୍ଟ ଡ୍ରାଏ ଫ୍ରୁଟ୍ ନୁହେଁ, ବରଂ ଏହା ଅନେକ ପୋଷକ ତତ୍ତ୍ୱର ଭଣ୍ଡାର । ଏହାର ପ୍ରକୃତି ଗରମ ହୋଇଥିବାରୁ ଏହା ଶରୀରକୁ ଭିତରୁ ଉଷ୍ମତା ପ୍ରଦାନ କରେ । ଏଥିରେ ଥିବା ପ୍ରଚୁର ଆଣ୍ଟି-ଅକ୍ସିଡେଣ୍ଟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା ଋତୁକାଳୀନ ଥଣ୍ଡା, କାଶ ଏବଂ ଜ୍ୱର ଭଳି ସମସ୍ୟା ଆମ ପାଖ ମାଡ଼ିନଥାଏ । କେବଳ ସେତିକି ନୁହେଁ, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଭରପୂର ଥିବାରୁ ଏହା ହାଡ଼କୁ ମଜବୁତ କରିବା ସହ ଶୀତଦିନେ ହେଉଥିବା ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ । ଯେଉଁମାନଙ୍କ ଶରୀରରେ ରକ୍ତହୀନତା ବା ଆଇରନ୍‌ର ଅଭାବ ରହିଛି, ସେମାନଙ୍କ ପାଇଁ ଖଜୁରୀ ଏକ ବରଦାନ ସଦୃଶ । ଏହା ଶରୀରରେ ହେମୋଗ୍ଲୋବିନ୍ ମାତ୍ରା ବଢ଼ାଇବା ସହ ଶାରୀରିକ ଦୁର୍ବଳତା ଦୂର କରି ତୁରନ୍ତ ଏନର୍ଜି ଦେଇଥାଏ । ଏଥିରେ ଥିବା ପ୍ରଚୁର ଫାଇବର ହଜମ ପ୍ରକ୍ରିୟାକୁ ସୁଧାରିବା ସହ କୋଷ୍ଠକାଠିନ୍ୟ ସମସ୍ୟାକୁ ସମୂଳେ ବିନାଶ କରିବାରେ ସକ୍ଷମ ।

ଅଧିକ ପଢ଼ନ୍ତୁ---ଯେଉଁମାନେ ଅସ୍ତ୍ରୋପଚାର କରିବାକୁ ଯାଉଛନ୍ତି ସେମାନଙ୍କ ପାଇଁ ଡାଳିମ୍ବ ଖାଇବା କେତେ ସାଙ୍ଘାତିକ୍‌ ଜାଣନ୍ତୁ…

ଆୟୁର୍ବେଦିକ ଡାକ୍ତରଙ୍କ ଅନୁଯାୟୀ, ଖଜୁରୀର ସମ୍ପୂର୍ଣ୍ଣ ଫାଇଦା ପାଇବା ପାଇଁ ଏହାକୁ ଖାଇବାର ଏକ ନିର୍ଦ୍ଦିଷ୍ଟ ଶୈଳୀ ରହିଛି । ସାଧାରଣ ଭାବେ ଖଜୁରୀକୁ ଚୋବାଇ ଖାଇବା ଅପେକ୍ଷା କ୍ଷୀର ସହିତ ସେବନ କଲେ ଏହାର ଗୁଣବତ୍ତା ବହୁଗୁଣିତ ହୋଇଥାଏ । ଏଥିପାଇଁ ୨ ରୁ ୩ଟି ଖଜୁରୀକୁ ଭଲ ଭାବରେ ଧୋଇ ତା'ର ମଞ୍ଜି ବାହାର କରି ଦିଅନ୍ତୁ । ଏହାକୁ ଏକ ଗ୍ଲାସ୍ କ୍ଷୀରରେ ପକାଇ କିଛି ସମୟ ଭଲ ଭାବରେ ଫୁଟାନ୍ତୁ । ଯେତେବେଳେ କ୍ଷୀରର ରଙ୍ଗ ସାମାନ୍ୟ ବଦଳିଯିବ ଏବଂ ଶୁଖିଲା ଖଜୁରୀ ନରମ ହୋଇଯିବ, ପ୍ରଥମେ ତାହାକୁ ଚୋବାଇ ଖାଆନ୍ତୁ ଏବଂ ଉଷୁମ କ୍ଷୀରକୁ ପିଇ ଦିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହି ପ୍ରକ୍ରିୟାରେ ଖଜୁରୀ ସେବନ କଲେ ଗଭୀର ନିଦ ହେବା ସହ ଦିନସାରାର କ୍ଲାନ୍ତି ଦୂର ହୋଇଥାଏ । ଯେଉଁମାନେ ଶାରୀରିକ ବ୍ୟାୟାମ କରନ୍ତି, ସେମାନେ ସକାଳ ଜଳଖିଆରେ ମଧ୍ୟ ଏହାକୁ ସାମିଲ କରିପାରିବେ ।

ତେବେ ଏହାକୁ ଖାଇବା ସମୟରେ କିଛି ସତର୍କତା ଅବଲମ୍ବନ କରିବା ମଧ୍ୟ ଜରୁରୀ । ଖଜୁରୀରେ ପ୍ରାକୃତିକ ଶର୍କରା ଅଧିକ ଥିବାରୁ ମଧୁମେହ ବା ଡାଇବେଟିସ୍ ରୋଗୀମାନେ ନିଜ ଡାକ୍ତରଙ୍କ ପରାମର୍ଶ ନେଇ ଏହାକୁ ଖାଇବା ଉଚିତ୍ମ । ସୁସ୍ଥ ବ୍ୟକ୍ତିଙ୍କ ପାଇଁ ଦିନକୁ ୨ ରୁ ୩ଟି ଖଜୁରୀ ଯଥେଷ୍ଟ । ଏହି ସରଳ ଏବଂ ପ୍ରାକୃତିକ ଉପାୟକୁ ଆପଣାଇ ଆପଣ ଶୀତଦିନେ ନିଜକୁ ସୁସ୍ଥ, ସବଳ ଏବଂ ଶକ୍ତିଶାଳୀ ରଖିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe