କାଳିଆ ଜଳଖିଆରେ ଖାଏ କ’ଣ?

Advertisment

ବିଶ୍ବ ବ୍ରହ୍ମାଣ୍ଡର ସକଳ ନିୟନ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥ , ଏ ମଣିଷର ଭାବ ଡୋରିରେ ବନ୍ଧା ହୋଇ ଯେମିତି ଏ ଧରାଧାମକୁ ଓହ୍ଲାଇ ଆସିଛନ୍ତି । ଆଉ ଏ ବଡ଼ ଦେଉଳରେ ରହି ମାନବୀୟ ଲୀଳା କରୁଛନ୍ତି ।

ବିଶ୍ବ ବ୍ରହ୍ମାଣ୍ଡର ସକଳ ନିୟନ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥ , ଏ ମଣିଷର ଭାବ ଡୋରିରେ ବନ୍ଧା ହୋଇ ଯେମିତି ଏ ଧରାଧାମକୁ ଓହ୍ଲାଇ ଆସିଛନ୍ତି । ଆଉ ଏ ବଡ଼ ଦେଉଳରେ ରହି ମାନବୀୟ ଲୀଳା କରୁଛନ୍ତି ।

3

Photograph: (kanaknews)

କନକବ୍ୟୁରୋ : ବିଶ୍ବ ବ୍ରହ୍ମାଣ୍ଡର ସକଳ ନିୟନ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥ , ଏ ମଣିଷର ଭାବ ଡୋରିରେ ବନ୍ଧା ହୋଇ ଯେମିତି ଏ ଧରାଧାମକୁ ଓହ୍ଲାଇ ଆସିଛନ୍ତି । ଆଉ ଏ ବଡ଼ ଦେଉଳରେ ରହି ମାନବୀୟ ଲୀଳା କରୁଛନ୍ତି ।  ମଣିଷର ସବୁ ଚଳଣୀ ଏଇ ବଡ଼ ଠାକୁରଙ୍କ ପାଖରେ । ସକାଳୁ ନିଦରୁ ଉଠି , ମୁହଁ ଧୋଇବା, ଦାନ୍ତ ଘଷିବାଠାରୁ ଆରମ୍ଭ କରି ଗାଧୋଇବା, ସଜବାଜ ହେବା ସବୁ ନିତ୍ୟକର୍ମ ମହାପ୍ରଭୁଙ୍କ ପାଇଁ ହୁଏ । ସାଧାରଣ ମଣିଷ ଭଳି ସକାଳ ଜଳଖିଆ ଠାରୁ ରାତି ଖାଇବା ସବୁ କିଛି ବଡ଼ ଠାକୁରଙ୍କ ପାଇଁ ଖଞ୍ଜା ହୋଇଛି ଷାଠିଏ ପଉଟି ଭୋଗ । ଆପଣ ଜାଣନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ବି ସକାଳ ଜଳଖିଆ ଖାଆନ୍ତି ଯାହାକୁ କୁହାଯାଏ ଗୋପାଳବଲ୍ଲଭ  ।

ବଡ଼ ଠାକୁରଙ୍କ ସକାଳ ଜଳଖିଆକୁ ସଂକ୍ଷେପରେ ବଲ୍ଲଭ ବୋଲି କୁହାଯାଏ । ଦିନର ପ୍ରଥମ ଭୋଗ ବା ଶୁଖିଲା ଭୋଗ ଅନବସର ପିଣ୍ଡି ବା ବଲ୍ଲଭ ପିଣ୍‌ଡିରେ ପଞ୍ଚୋପଚାର ବିଧି ଅର୍ଥାତ୍ (ଗନ୍ଧ, ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ) ବିଧିରେ ଅର୍ପଣ କରାଯାଏ । ଏହାକୁ ଅଣସର ସମୟରେ ଜୟ ବିଜୟ ଦ୍ବାର ନିକଟରେ ଅର୍ପଣ କରାଯାଏ  ।  ଏହି ଭୋଗରେ ଥାଏ : ଖୁଆ ମଣ୍ଡା, ଚିନି କୋରା, ବଲ୍ଲଭ ଖଇ, ପାଚିଲା କଦଳୀ, ନଡ଼ିଆ ପାତି, କୋରା, ସେଓ, ଅଙ୍ଗୁରୁ , କମଳା ଆଦି ଫଳ କାଳିଆଠାକୁରଙ୍କୁ ଭୋଗ ଲାଗିଥାଏ । ଭାରି ରସିକିଆ କାଳିଆ ଠାକୁର  ।

କୌଣସି ନୀତିରେ ଟିକେ ଏପଟସେପଟ ହୁଏନି । ଆପଣାର ଭାବି ସେବକ ତା ପ୍ରଭୁଙ୍କ ପାଖରେ ବାଢ଼ିଦିଅନ୍ତି ନାନାଦି ଦ୍ରବ୍ୟ ।  ଆଉ ମହାପ୍ରଭୁଙ୍କୁ ଲାଗି ହେବା ପରେ ତାହା ହୋଇଯାଏ ବଲ୍ଲଭ ପ୍ରସାଦ, ଯାହାକୁ ମହାଆନନ୍ଦରେ ପାଇଥାନ୍ତି ଭକ୍ତ ।  ସଂସାରରେ ବୋଧେ ଆଉ କୋଉଠି ଏମିତି ଠାକୁର ନାହାନ୍ତି ଯାହା ପାଇଁ ସକାଳୁ ରାତି ଯାଏଁ ଖଞ୍ଚା ହୋଇଛି ନୀତି , ବଦଳୁଛି ବସ୍ତ୍ର, ଥରକୁ ଥର ହେଉଛି ବେଶ  । ଯେତେ ପ୍ରହର ସେତେ ନୀତି । କିଏ ବା ବଖାଣିବ ସେ ଅନାଦି ଅନନ୍ତଙ୍କ ଲୀଳା ….

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe