ପ୍ରବାସୀ ଭାରତୀୟ ସମ୍ମିଳନୀରୁ କଣ ମିଳିବ ଲାଭ? ଜାଣନ୍ତୁ କଣ ଲକ୍ଷ୍ୟ ରଖିଛନ୍ତି ସରକାର

Advertisment

ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍‌.ଜୟଶଙ୍କର, କେନ୍ଦ୍ର କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀକୁ ଆରମ୍ଭ କରିଛନ୍ତି। ଯୁବ ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ।

ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍‌.ଜୟଶଙ୍କର, କେନ୍ଦ୍ର କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀକୁ ଆରମ୍ଭ କରିଛନ୍ତି। ଯୁବ ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ।

efef

efeqf

କନକ ବ୍ୟୁରୋ: ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍‌.ଜୟଶଙ୍କର, କେନ୍ଦ୍ର କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀକୁ ଆରମ୍ଭ କରିଛନ୍ତି। ଯୁବ ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା, କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡସେ, ଆମେରିକା ନ୍ୟୁଜ୍‌ ୱିକ୍‌ର ସିଇଓ ଦେବ ପ୍ରଗାଡ଼ ଅତିଥି ଭାବେ ଯୋଗଦେଇଛନ୍ତି। ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ୬୦ ଦେଶର ଅତିଥି। ତେବେ ପ୍ରବାସୀ ଭାରତୀୟ ସମ୍ମିଳନୀରୁ କଣ ମିଳିବ ଲାଭ। ଆସନ୍ତୁ ନଜର ପକାଇବା କିଛି ପଏଣ୍ଟ ଉପରେ।..

ପ୍ରବାସୀ ଆସିଲେ କଣ ଲାଭ ହେବ?
- ବିଦେଶରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ପ୍ରବାସୀ ଭାବେ ସମ୍ମିଳନୀରେ ଯୋଗ ଦେଇଛନ୍ତି
- ଓଡ଼ିଶାର ଭିତ୍ତିଭୂମି ଦେଖିବା ପରେ ନିବେଶର ସମ୍ଭାବନା ବଢିବ
- ପ୍ରବାସୀ ଭାରତୀୟ ମାନେ ବିଭିନ୍ନ କ୍ଷେତ୍ରରେ ନିବେଶ କରିପାରନ୍ତି 
- ପର୍ୟ୍ୟଟନ କ୍ଷେତ୍ରର ବିକାଶ ହେବ
- ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର ହେବ
- ଓଡ଼ିଶା ବିଶ୍ବସ୍ତରରେ ଆହୁରି ପରିଚିତ ହେବ
- ଓଡ଼ିଶା ପୂରା ବିଶ୍ବ ସହ ଯୋଡି ହେବ
- ଓଡ଼ିଶା ସହ ବିଭିନ୍ନ ଦେଶର ସମ୍ପର୍କ ଆହୁରି ସୁଦୃଢ ହେବ
- ଓଡ଼ିଶାର ଅର୍ଥନୀତିକୁ ସୁଦୃଢ କରିବାରେ ସହାୟକ ସାଜିବେ ପ୍ରବାସୀ 
- ୨୦୩୬ ବିକଶିତ ଓଡ଼ିଶା ଗଠନରେ ପ୍ରବାସୀ ନେବେ ଗୁରୁତ୍ବପୂର୍ଣ୍ଣ ଭୂମିକା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe