delhi odisha Photograph: (kanakNews)
କନକ ବ୍ୟୁରୋ: ଶନିବାର ଦିଲ୍ଲୀ ଫଳାଫଳ ଆସିବା ପରେ ଓଡ଼ିଶା ବିଜେପି ଶିବିର ଉତ୍ସାହିତ ହୋଇପଡିଛି। ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ ହୋଇଛି। ଏପଟେ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଆସି ଆମ ଆଦମି ପାର୍ଟିକୁ ଆଳ କରି ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ଟାର୍ଗେଟ କରୁଛନ୍ତି। ଏହି କ୍ରମରେ ଆଜି ମନ୍ତ୍ରୀ ରବି ନାଏକ ପୁଣି ଟାର୍ଗେଟ କରି କହିଛନ୍ତି, ପାଣ୍ଡିଆନ କେମିତି ଗୋଟି ଚାଳନା କରି ଲୁଟୁଥିଲେ ତାହା ଧରାପଡି ଯାଇଛି। ତେଣୁ ବିଜେଡି ଆଉ ରହିବ ନାହିଁ। ଏମିତି କି ଗତକାଲି ଖୋଦ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉଠାଇ ପୂର୍ବ ବିଜେଡି ସରକାରକୁ କଡା ସମାଲୋଚନା କରିବା ସହ ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି।
ଥରେ କି ଦୁଇ ଥର ନୁହେଁ ପ୍ରାୟ ପ୍ରତେକ ସଭାରେ ପୁରୁଣା ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଷଣ୍ଡୁଆସି ଆକ୍ରମଣ କରୁଛନ୍ତି । ହେଲେ, ବିଜେପି କ୍ଷମତାକୁ ଆସିବାକୁ ଏହା ଭିତରେ ୮ମାସ ବିତିଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଏଭଳି ଭାଷଣକୁ ଆଉ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।... ଦିଲ୍ଲୀରେ ଆପ କ୍ଷମତାରୁ ଯିବା ପରେ ପରେ ଯେମିତି ତୁରନ୍ତ ସଚିବାଳୟକୁ ସିଲ୍ କରାଯାଇଛି ଓ କଡା ନିର୍ଦ୍ଦେଶ ଦିଆଯାଇଛି, ଓଡ଼ିଶାରେ କାହିଁକି ସେଭଳି ହେଉନି ସେ ନେଇ ପ୍ରଶ୍ନ ଉଠିଛି। ଏପରିକି ପୂର୍ବ ସରକାରର ଦୁର୍ନୀତିଗ୍ରସ୍ତ ନେତାଙ୍କ ବିରୋଧରେ କହିବା ବଦଳରେ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି।
ଦୁଇ ପ୍ରମୁଖ ଦଳର ବୟାନବାଜି ଭିତରେ, ବିଜେପି ସରକାରର ଶାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜନୀତି ସମୀକ୍ଷକ। ଦୁର୍ନୀତିକୁ ପ୍ରମୁଖ ଅସ୍ତ୍ର କରି କ୍ଷମତାକୁ ଆସିଥିବା ବିଜେପି ଏବେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାହିଁକି କାର୍ୟ୍ୟାନୁଷ୍ଠାନ ନନେବା ଆଗକୁ ଦଳ ପାଇଁ ଅଡୁଆ ହୋଇପାରେ ବୋଲି କହିଛନ୍ତି।
ସବୁଠାରୁ ବଡ କଥା ହେଲା ପାଣ୍ଡିଆନ ମାର୍କା ଅଫିସର ବର୍ତ୍ତମାନ ସରକାରରେ ବେଶ ସକ୍ରିୟ ଅଛନ୍ତି । ଏମିତି କି ବାରମ୍ବାର ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିବା ବିଜେପି, ଏଯାଏଁ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ନ କରିବା,ମୋହନ ସରକାରଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି।
Follow Us