ଏ କି ଅବସ୍ଥା !! ଜଙ୍ଗଲରେ ପରିଣତ ହେଲାଣି ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ ଭେଣ୍ଡିଂ ଜୋନ

Advertisment

ଅବ୍ୟବସ୍ଥିତ ଭେଣ୍ଡି ଜୋନ । କାମରେ ଲାଗୁନି ପୌର ପ୍ରଶାସନ ପ୍ରକ୍ଷରୁ ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ ଭେଣ୍ଡିଂ ଜୋନ କି ପିଣ୍ଡି । ରାୟଗଡ଼ା ସହରର ରାସ୍ତାକଡ଼ରେ ପସରା ମେଲାଇ ବସୁଛନ୍ତି ବ୍ୟବସାୟୀ ।

ଅବ୍ୟବସ୍ଥିତ ଭେଣ୍ଡି ଜୋନ । କାମରେ ଲାଗୁନି ପୌର ପ୍ରଶାସନ ପ୍ରକ୍ଷରୁ ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ ଭେଣ୍ଡିଂ ଜୋନ କି ପିଣ୍ଡି । ରାୟଗଡ଼ା ସହରର ରାସ୍ତାକଡ଼ରେ ପସରା ମେଲାଇ ବସୁଛନ୍ତି ବ୍ୟବସାୟୀ ।

Vending Zone

କନକ ବ୍ୟୁରୋ : ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଙ୍ଗ ଜୋନ ଓ ପିଣ୍ଢି ନିର୍ମାଣ ହୋଇଛି । ଦୀର୍ଘ ବର୍ଷ ଧରି ବ୍ୟବହାର ନହେବାରୁ ଭାଙ୍ଗିରୁଜି ଗଲାଣି । ଦୋକାନ ଘର ଲୋକଙ୍କ ଶୌଚାଳୟରେ ପରିଣତ ହୋଇଯାଇଛି । ସେପଟେ ଉଠା ଦୋକାନି ରାଜରାସ୍ତାରେ ପସରା ମେଲାଇଛନ୍ତି । ଫଳରେ ଯାତାୟତ ଅସୁବିଧା ହେଉଥିବା ବେଳେ ପ୍ରଶାସନ ସବୁ ଦେଖି ନଦେଖିଲା ପରି ଚୁପ୍ ବସିଛି ।

ରାୟଗଡା ସହରର ଶହୀଦ ଲକ୍ଷ୍ମଣ ନାୟକ ପ୍ରତିମୂର୍ତ୍ତି ପଛପଟେ ରହିଛି ଭେଣ୍ଡିଂ ଜୋନ୍ । ବ୍ୟବହାର ନହୋଇ ଭାଙ୍ଗିରୁଜି ଗଲାଣି । ଗଛଲତା ଉଠି ଜଙ୍ଗଲରେ ପରିଣତ ହେଲାଣି । ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଡିଆଇସି କାର୍ୟ୍ୟାଳୟ ଛକରେ ଥିବା ଭେଣ୍ଡିଙ୍ଗ ଜୋନ୍ର ମଧ୍ୟ ସମାନ ଅବସ୍ଥା । ମାତ୍ର ୨ଟି ଘର ଦୋକାନିଙ୍କୁ ହସ୍ତାନ୍ତର କରାଯାଇଛି । ବାକି ସବୁଠି ତାଲା ଝୁଲୁଛି । ଶାରଳା ଛକରେ ନିର୍ମିତ ପିଣ୍ଡି ଉଠା ଦୋକାନୀଙ୍କୁ ହସ୍ତାନ୍ତର ହୋଇନଥିବା ଅଭିଯୋଗ ହୋଇଛି । ଓଭରବ୍ରିଜ୍ ତଳେ ନିର୍ମିତ ପିଣ୍ଡି ଅଳିଆ ଭାଙ୍ଗିରୁଜି ଗଲାଣି । ବଡ଼ ଆଶ୍ଚର୍ୟ୍ୟର କଥା, ଓଭରବ୍ରିଜ୍ ତଳେ ପିଣ୍ଡି କିଏ କରିଛି ? କେତେ ଖର୍ଚ୍ଚ ହୋଇଛି ? ତା’ ହିସାବ ପୌର ସଂସ୍ଥା ପାଖରେ ନାହିଁ ! କିନ୍ତୁ ଏହି ପିଣ୍ଡିରେ ପୌରପରିଷଦ ରାୟଗଡା ବୋଲି ଉଲ୍ଲେଖ ରହିଛି ।

ରାୟଗଡ଼ା ସହରର ଉଠା ଦୋକାନୀଙ୍କ ଥଇଥାନ ପାଇଁ ଭେଣ୍ଡିଂ ଜୋନ୍ ଓ ପିଣ୍ଡି କରାଯାଇଛି । କିନ୍ତୁ ଶୌଚାଳୟ ନାହିଁ କି ବିଦ୍ୟୁତ ସଂଯୋଗ ହୋଇନାହିଁ । ତେଣୁ ଉଠା ଦୋକାନୀ ଆଜି ବି ରାସ୍ତାକଡ଼ରେ ପସରା ମେଲାଇ ବସୁଛନ୍ତି । ଫଳରେ ପ୍ରତିଦିନ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଉପୁଜୁଛି, ଯାତାୟତରେ ଅସୁବିଧା ହେଉଛି । କିନ୍ତୁ ଜିଲ୍ଲା ପ୍ରଶାସନର ନିଘା ନଥିବା ଅଭିଯୋଗ ହୋଇଛି ।

ଉଠା ଦୋକାନୀଙ୍କ ଥଇଥାନ ପାଇଁ ରାୟଗଡ଼ା ପୌରପରିଷଦ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ମୁକ୍ତା ଯୋଜନାରେ ୪୫ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟରେ ୫୫ଟି ଭେଣ୍ଡିଂ ଜୋନ୍ ନିର୍ମାଣ ହୋଇଥିଲା । ସେହିପରେ ୯ ଲକ୍ଷ ୨୧ ହଜାର ଟଙ୍କାରେ ୨୦୧୯-୨୦ ଆର୍ଥିକ ବର୍ଷରେ ୩୦ଟି ପିଣ୍ଡି ନିର୍ମାଣ କରାଯାଇଛି । କିନ୍ତୁ ସେଗୁଡ଼ିକ କୌଣସି କାମରେ ଲାଗୁନଥିବାରୁ କ୍ଷୋଭ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe