କନକ ବ୍ୟୁରୋ : ଏଥର ହୋଲିରେ ଜଳିବ ପଶ୍ଚିମ ଓଡ଼ିଶା । ଆସନ୍ତା ୧୫ ତାରିଖରେ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୧୫ ତାରିଖରେ ବଲାଙ୍ଗୀର, ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି ଓ ସୁନ୍ଦରଗଡ଼ ଏହି ୭ ଟି ଜିଲ୍ଲାରେ ହିଟୱେଭ ପାଇଁ ଅରେଞ୍ଜ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିର ସତର୍କତାକୁ ନେଇ କନ୍ଧମାଳ ଓ ବରଗଡ଼କୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଉଷ୍ମ ରାତ୍ରିର ସତର୍କତାକୁ ନେଇ ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବୌଦ୍ଧରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ଆସନ୍ତା ୧୭ ତାରିଖ ଯାଏଁ ତାତିରୁ ନାହିଁ ତ୍ରାହି । ୪୧ ଡିଗ୍ରୀ ଅତିକ୍ରମ କରିପାରେ ରାଜ୍ୟର ତାପମାତ୍ରା । ଜଳୁଛି ପଶ୍ଚିମ ଓଡିଶା ଆଗାମୀ ୫ ଦିନରେ ୪୧ ଡିଗ୍ରୀ ଅତିକ୍ରମ କରିପାରେ ତାପମାତ୍ରା । ତାତିର ତାଉରେ ଉପକୂଳରୁ ଉପାନ୍ତ ଅସମ୍ଭାଳ ତାତି ରହିଥିବା ବେଳେ ରାଜ୍ୟରେ ୪ ଦିନ ହିଟ୍ ୱେଭ ସତର୍କତା ଦେଇଛି ପାଣିପାଗ ବିଭାଗ ।
ସେପଟେ ଗତ ୨୪ ଘଣ୍ଟାରେ ୧୩ ରୁ ଅଧିକ ସହରରେ ୩୮ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ବୌଦ୍ଧରେ ସର୍ବାଧିକ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୬.୬ ଡିଗ୍ରୀ ଓ କଟକରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/03/13/nlROtlRqkOj90CRTmOTW.jpg)