ନୂଆଁଖାଇ ପାଇଁ ପଶ୍ଚିମ ଓଡିଶା ପ୍ରସ୍ତୁତ । ସୁନ୍ଦରଗଡରେ ରହିଛି ନିଆରା କଟୁଆଳ ପରମ୍ପରା

Advertisment

ଏହି ପରମ୍ପରା ଅନୁଯାଇ ଗାଁର ଯିଏ କଟୁଆଳ ରହିଥାନ୍ତି ସେ ପାରମ୍ପରିକ ବେଶରେ ହାତରେ ବାଜା ନେଇ ନୂଆଖାଇର ଗୋଟିଏ ଦିନ ପୂର୍ବରୁ ନୂଆଖାଇର ଲଗ୍ନ ଏବଂ ସମୟ ସମସ୍ତ ଗାଁ ଲୋକଙ୍କୁ ଅବଗତ କରାଇଥାନ୍ତି ।

ଏହି ପରମ୍ପରା ଅନୁଯାଇ ଗାଁର ଯିଏ କଟୁଆଳ ରହିଥାନ୍ତି ସେ ପାରମ୍ପରିକ ବେଶରେ ହାତରେ ବାଜା ନେଇ ନୂଆଖାଇର ଗୋଟିଏ ଦିନ ପୂର୍ବରୁ ନୂଆଖାଇର ଲଗ୍ନ ଏବଂ ସମୟ ସମସ୍ତ ଗାଁ ଲୋକଙ୍କୁ ଅବଗତ କରାଇଥାନ୍ତି ।

18p

କନକ ବ୍ୟୁରୋ : କଳା, ସଂସ୍କୃତି ଓ ଭାଇଚାରାର ପର୍ବ ନୂଆଁଖାଇ । ଆଉ ଦିନକ ପରେ ପଶ୍ଚିମ ଓଡିଶାର ଗଣପର୍ବ । ଗାଁରେ ଶୁଭିଲାଣି କଟୁଆଳର ରଡି । ଧୀରେ ଧୀରେ ଲୋପ ପାଇବକୁ ବସିଲାଣି କଟୁଆଳ ପରମ୍ପରା ନୂଆଖାଇର ଅନେକ ପରମ୍ପରା ମଧ୍ୟରୁ ନିଆରା ପରମ୍ପରା ହେଉଛି କଟୁଆଳ ପରମ୍ପରା । ଯେଉଁ ପରମ୍ପରା ଏବେ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି  । ଏହି ପରମ୍ପରା ଅନୁଯାଇ ଗାଁର ଯିଏ କଟୁଆଳ ରହିଥାନ୍ତି ସେ ପାରମ୍ପରିକ ବେଶରେ ହାତରେ ବାଜା ନେଇ ନୂଆଖାଇର ଗୋଟିଏ ଦିନ ପୂର୍ବରୁ ନୂଆଖାଇର ଲଗ୍ନ ଏବଂ ସମୟ ସମସ୍ତ ଗାଁ ଲୋକଙ୍କୁ ଅବଗତ କରାଇଥାନ୍ତି । କଟୁଆଳ ଦେଇଥିବା ସମୟ ଅନୁସାରେ ସମମ୍ତେ ନୂଆଖାଇ ଦିନ ନୂଆ ଖାଇଥାନ୍ତି । କଟୁଆଳଙ୍କୁ ଏହି ସମୟ ବା ଲଗ୍ନ ଗାଁ ଗଉଁଟିଆ ପ୍ରଦାନ କରିଥାନ୍ତି । କଟୁଆଳ ଏହି କାର୍ୟ୍ୟ କରିବ ପାଇଁ ତାଙ୍କୁ ଗାଁର ପ୍ରତି ଘରୁ ଚାଉଳ, କପଡା ବା ଟଙ୍କା ପ୍ରଦାନ କରାଯାଇଥାଏ । ହେଲେ ସମୟ ବଦଳିଲାଣି ଆଉ ଧୀରେ ଧୀରେ ଏହି ପରମ୍ପରା ଲୋପ ପାଇବାକୁ ବସିଲାଣି ହେଲେ ଆଜି ବି ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ତୁନୁମୁରା ଗାଁରେ ଏହି ପରମ୍ପରା ବଂଚି ରହିଛି । ଦେଖନ୍ତୁ ଗାଁ କଟୁଆଳ କିଭଳୀ ବାଜା ବଜାଇ ଗାଁର ପ୍ରଜା ମାନଙ୍କୁ ନୂଆଖାଇ ଲଗ୍ନ ଉପରେ ଅବଗତ କରୁଛନ୍ତି । ତୁନମୁରା ଗାଁରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଦେବାଶିଷ କବି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe