ହୋଲିରେ ଜଳିଲା ପଶ୍ଚିମ ଓଡିଶା ; ଦିନ ସାଢେ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ପାରଦ

ହୋଲିରେ ଜଳିଲା ପଶ୍ଚିମ ଓଡ଼ିଶା । ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁରରେ ୪୨ ଡିଗ୍ରୀ ଛୁଇଁଲା ପାରଦ । ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ ତାପମାତ୍ରା । ଆହୁରି ଦୁଇ ଦିନ ଅନୁଭୁତ ହେବ ଅସହ୍ୟ ତାତି । 

ପଶ୍ଚିମ ଓଡିଶା

ପଶ୍ଚିମ ଓଡିଶା Photograph: (କନକ ନ୍ୟୁଜ)

କନକ ବ୍ୟୁରୋ: ମାର୍ଚ୍ଚ ମାସରେ ରେକର୍ଡ ତାତି । ହୋଲିରେ ଜଳୁଛି ପଶ୍ଚିମ ଓଡ଼ିଶା । ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା । ଆଜି ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗତକାଲି ଏହି ସମୟରେ ୪୦ ଡିଗ୍ରୀ ଥିଲା ତାପମାତ୍ରା । ହେଲେ ଆଜି ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି । ସେହିପରି ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । 

ସେହିପରି ରାଉରକେଲାରେ ୪୦.୪ ଡିଗ୍ରୀ, ହୀରାକୁଦରେ ୩୯.୬ ଡିଗ୍ରୀ, ଭୁବନେଶ୍ବରରେ ୩୮.୪ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ ଓ ଚାନ୍ଦବାଲିରେ ୩୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଆଜି ପାଇଁ ଯେଉଁସ୍ଥାନରେ ତାପମାତ୍ରା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିଲା, ସେଠାରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଜି ଓ ଆସନ୍ତାକାଲି ପାଇଁ ସମ୍ବଲପୁର, ଝାରସୁଗୁଡା ଓ କଳାହାଣ୍ଡି ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe