କନକ ବ୍ୟୁରୋ: ମାର୍ଚ୍ଚ ମାସରେ ରେକର୍ଡ ତାତି । ହୋଲିରେ ଜଳୁଛି ପଶ୍ଚିମ ଓଡ଼ିଶା । ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା । ଆଜି ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗତକାଲି ଏହି ସମୟରେ ୪୦ ଡିଗ୍ରୀ ଥିଲା ତାପମାତ୍ରା । ହେଲେ ଆଜି ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି । ସେହିପରି ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି ରାଉରକେଲାରେ ୪୦.୪ ଡିଗ୍ରୀ, ହୀରାକୁଦରେ ୩୯.୬ ଡିଗ୍ରୀ, ଭୁବନେଶ୍ବରରେ ୩୮.୪ ଡିଗ୍ରୀ, କେନ୍ଦୁଝରରେ ୩୮ ଡିଗ୍ରୀ ଓ ଚାନ୍ଦବାଲିରେ ୩୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଆଜି ପାଇଁ ଯେଉଁସ୍ଥାନରେ ତାପମାତ୍ରା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିଲା, ସେଠାରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଆଜି ଓ ଆସନ୍ତାକାଲି ପାଇଁ ସମ୍ବଲପୁର, ଝାରସୁଗୁଡା ଓ କଳାହାଣ୍ଡି ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି ।