ତୃତୀୟ ଟ୍ବେଣ୍ଟି-୨୦: ୱେଷ୍ଟଇଣ୍ଡିଜ୍‌କୁ ସାନ୍ତ୍ୱନା, ୨-୧ରେ ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା

Advertisment

ସ୍ଥାନୀୟ ୱଣ୍ଡରର୍ସ ‌ଷ୍ଟାଡିୟମ୍‌ରେ ବର୍ଷା ଯୋଗୁଁ ମ୍ୟାଚ୍‌ ୨ ଘଣ୍ଟା ବିଳମ୍ବରେ ଆରମ୍ଭ ହେବାରୁ ୧୬ ଓଭର ବିଶିଷ୍ଟ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଜ୍‌ର ସ୍କୋର୍‌ ୬ ଓଭରରେ ୬୬ ରନ୍‌ ଥିଲା ବେଳେ ପୁଣି ବର୍ଷା ହେବାରୁ ମ୍ୟାଚ୍‌ ୧୦ ଓଭରକୁ କମାଇ ଦିଆଯାଇଥିଲା।

ସ୍ଥାନୀୟ ୱଣ୍ଡରର୍ସ ‌ଷ୍ଟାଡିୟମ୍‌ରେ ବର୍ଷା ଯୋଗୁଁ ମ୍ୟାଚ୍‌ ୨ ଘଣ୍ଟା ବିଳମ୍ବରେ ଆରମ୍ଭ ହେବାରୁ ୧୬ ଓଭର ବିଶିଷ୍ଟ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଜ୍‌ର ସ୍କୋର୍‌ ୬ ଓଭରରେ ୬୬ ରନ୍‌ ଥିଲା ବେଳେ ପୁଣି ବର୍ଷା ହେବାରୁ ମ୍ୟାଚ୍‌ ୧୦ ଓଭରକୁ କମାଇ ଦିଆଯାଇଥିଲା।

westindies

westindies Photograph: (Kanak News)

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ୍‌କୁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ୬ ରନ୍‌ (ଡିଏଲ୍‌ଏସ୍‌)ରେ ଜିତି ନେଇଛି । ଫଳରେ ସମ୍ମାନର ସହ ଏହି ଶୃଙ୍ଖଳାକୁ ୧-୨ରେ ଶେଷ କରି ବିଶ୍ବକପ୍‌ ପୂର୍ବରୁ ମନୋବଳ ଦୃଢ଼ କରିଛି।

ସ୍ଥାନୀୟ ୱଣ୍ଡରର୍ସ ‌ଷ୍ଟାଡିୟମ୍‌ରେ ବର୍ଷା ଯୋଗୁଁ ମ୍ୟାଚ୍‌ ୨ ଘଣ୍ଟା ବିଳମ୍ବରେ ଆରମ୍ଭ ହେବାରୁ ୧୬ ଓଭର ବିଶିଷ୍ଟ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଜ୍‌ର ସ୍କୋର୍‌ ୬ ଓଭରରେ ୬୬ ରନ୍‌ ଥିଲା ବେଳେ ପୁଣି ବର୍ଷା ହେବାରୁ ମ୍ୟାଚ୍‌ ୧୦ ଓଭରକୁ କମାଇ ଦିଆଯାଇଥିଲା। ସାଇ ହୋପ୍‌ ୨୫ ବଲ୍‌ରୁ ୪୮ ଏବଂ ସିମ୍ରନ ହେଟ୍‌ମାୟର ୨୨ ବଲ୍‌ରୁ ୪୮ ରନ୍‌ ବଳରେ ୱେଷ୍ଟଇଣ୍ଡିଜ୍‌ ୧୧୪/୩ କରିଥିଲା। ଏହି ଦୁଇ ଜଣ ଏକାଠି ୧୦ ଛକା ମାରିଥିଲେ। ଡିଏଲ୍‌ଏସ୍‌ ନିୟମ ଅନୁଯାୟୀ ଘରୋଇ ଦଳ ସମ୍ମୁଖରେ ୧୨୫ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଏହାକୁ ପିଛା କରି ଘରୋଇ ଦଳ ୧୧୮/୬ରେ ଅଟକି ଯାଇଥିଲା। କ୍ବିଣ୍ଟନ ଡି’କକ୍‌ ୧୪ ବଲ୍‌ରୁ ୨୮ ଏବଂ ଜାସନ ସ୍ମିଥ୍‌ ୧୦ ବଲ୍‌ରୁ ୨୬ ରନ୍‌ କରିଥିଲେ। ୩/୧୭ ବୋଲିଂ ସଫଲତା ପାଇଥିବା ଗୁଡ଼କେଶ ମୋତିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଡ’କକ୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe