କନକ ବ୍ୟୁରୋ : ସଭ୍ୟତା ବିକାଶର ମୂଳ ହେଉଛି ଶିକ୍ଷା । ଶିକ୍ଷା ମଣିଷକୁ ଅନ୍ଧାରରୁ ଆଲୋକ ଆଡ଼କୁ ନେଇଯାଇଥାଏ । ହେଲେ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ଶିକ୍ଷା ଉପରେ ବଜେଟ୍ କମ କରୁଥିବା ବେଳେ ଏବେ ଶିକ୍ଷାର ଅବ୍ୟବସ୍ଥାକୁ ନେଇ ବିହାରରୁ ଆସିଛି କିଛି ଏଭଳି ଖବର । ଆଗକୁ ବିହାରରେ ନିର୍ବାଚନ ରହିଛି । ଏହାକୁ ନେଇ ରାଜନୀତି ସରଗରମ ହେଉଛି । ବିରୋଧୀଦଳ ନେତା ତେଜସ୍ୱୀ ଯାଦବ ଶିକ୍ଷା, ରୋଜଗାରକୁ ପ୍ରସଙ୍ଗ କରିଥିବା ବେଳେ ଆରଜେଡି  ଓ ବିଜେପି ମେଣ୍ଟରେ ଚାଲିଥିବା ସରକାର ଜାତି, ଧର୍ମକୁ ପ୍ରସଙ୍ଗ କରିଛି । ଏହାରି ଭିତରେ ବିହାର ଶିକ୍ଷା ବିଭାଗର ଏଭଳି କିଛି ଖବର ଏବେ ବିରୋଧୀଙ୍କୁ ନୀତିଶ ସରକାରଙ୍କୁ ଘେରିବାକୁ ବଡ଼ ସୁଯୋଗ ଦେଇଛି ।

Advertisment

ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ଶିକ୍ଷା ବିଭାଗ ନାମରେ ଏକ ସାଂଘାତିକ ଅଭିଯୋଗ ଆସିଛି । ଜିଲ୍ଲାର କିଛି ସରକାରୀ ଶିକ୍ଷକଙ୍କ ବଦଳି ଘରୋଇ ମିଶନାରୀ ସ୍କୁଲ, ମଦ୍ରାସା ସ୍କୁଲକୁ କରିଦିଆଯାଇଛି । ଶିକ୍ଷା ବିଭାଗ ଦ୍ୱାରା ଶିକ୍ଷକଙ୍କ ବଦଳିରେ ହେରଫେର ମାମଲା ଏବେ ପୂରା ବିହାରରେ ଆଲୋଚନାର ବିଷୟ ପାଲଟିଛି । 

ଚମ୍ପାରଣ ଶିକ୍ଷା ବିଭାଗ ଘୋଷଣା କରିଥିଲା କି ଶିକ୍ଷକଙ୍କ ବଦଳି ଛାତ୍ର-ଶିକ୍ଷକ ଅନୁପାତ ଆଧାରରେ କରାଯିବ । ଫଳରେ ସ୍କୁଲର ଆବଶ୍ୟକତା ମୁତାବକ ଶିକ୍ଷକ ନିୟୋଜିତ ହେବେ । ହେଲେ ଏଭଳି ମାମଲା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ କିଛି ଶିକ୍ଷକ ଜନପାଟିଆ ଅଞ୍ଚଳ ଚୁହଡି ବଜାର ସ୍କୁଲରେ ଯୋଗ ଦେବାକୁ ପହଞ୍ଚିଥିଲେ । ଏହି ସ୍କୁଲଟି ଲୋୟଲା ମିଡିଲ ନାମକ ଏକ ଘରୋଇ ସ୍କୁଲ । ସେହିଭଳି କିଛି ଶିକ୍ଷକଙ୍କ ବଦଳି ମଦ୍ରାସା ସ୍କୁଲକୁ କରାଯାଇଛି । ଯାହାକୁ ନେଇ ମଦ୍ରାସା ପ୍ରାଶାସନ ଚିନ୍ତାରେ ପଡିଛି ।