କନକ ବ୍ୟୁରୋ : ପିପିଲିରେ ବାର୍ଡ-ଫ୍ଲୁ ଭୟ ଭିତରେ ଓଡ଼ିଶାରୁ କୁକୁଡା ନେବାକୁ ମନା କଲା ପଶ୍ଚିମବଙ୍ଗ । କୁକୁଡ଼ା ଓ କୁକୁଡ଼ା ଜାତ ଦ୍ରବ୍ୟ ଆମଦାନୀ ଉପରେ କଟକଣା ଲଗାଇଛି ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ୍ । ପିପିଲିର ଆବଲପୁର ଅଞ୍ଚଳରୁ ସଂଗୃହୀତ ନମୂନାରେ ଏଚ୍୫ ଏନ୍୧ ଏଭିଆନ୍ ଇନଫ୍ଲୁଏଞ୍ଜା ଭାଇରସ୍ ଚିହ୍ନଟ ହେବା ପରେ ଏହି ନିଷ୍ପଭି ନିଆଯାଇଥିବା ସୂଚନା ମିଳିଛି ।
ପଶ୍ଚିମବଙ୍ଗ ପଲ୍ୟୁଟ୍ରି ଫେଡେରେସନ ପକ୍ଷରୁ ସମସ୍ତ କୁକୁଡା ବ୍ୟବସାୟୀଙ୍କୁ ଏହି ସୂଚନା ଦିଆଯିବା ସହ ଓଡ଼ିଶାରୁ କୌଣସି ଜୀବନ୍ତ କୁକୁଡା ଓ କୁକୁଡା ଉତ୍ପାଦ ନଆଣିବା ପାଇଁ ନିର୍ଦେଶ ଦିଆଯାଇଛି। ଏଦିଗରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ପରେ ଦୁଇ ଦିନରେ ୫ ହାଜରରୁ ଅଧିକ କୁକୁଡ଼ା ମରିସାରିଲେଣି ପ୍ରଶାସନ। ଚାଷୀମାନେ କ୍ଷତିପୁରୁଣ ପାଇଥିନାରୁ ବଢୁଛି ଅସନ୍ତୋଷ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/T1tHxxCLQFg1aczo3anJ.jpg)