ଟ୍ରେଡିଂ ବାହାନାରେ ୪ କୋଟି ଠକିନେଲେ ; ଭୁବନେଶ୍ବରରେ ବଙ୍ଗ ପୁଲିସର ଚଢ଼ାଉ

ଟ୍ରେଡିଂ ଆଳରେ ୪ କୋଟି ଟଙ୍କା ଠକେଇ । ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ପଶ୍ଚିମବଙ୍ଗ ପୁଲିସର ଚଢ଼ାଉ । ଅଭିଯୁକ୍ତ ହରିହର ଦାସକୁ କମିସନରେଟ ପୁଲିସ ସହାୟତାରେ କଲା ଗିରଫ ।

6

କନକ ବ୍ୟୁରୋ: ଭୁବନେଶ୍ବରରେ ପଶ୍ଚିମବଙ୍ଗ ପୁଲିସ  । ୪କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ ବରମୁଣ୍ଡାରୁ ଜଣକୁ ପୁଲିସ ଉଠାଇ ନେଇଛି । ଖଣ୍ଡଗିରି ଥାନା ପୁଲିସ ସହାୟତାରେ ହରିହର ମହାପାତ୍ର ନାମକ ଯୁବକକୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ । ଅନଲାଇନରେ ସେୟାର ମାର୍କେଟ ଓ ଟ୍ରେଡିଂରେ ଟଙ୍କା ଲଗାଇବାକୁ କହି ଲୋକଙ୍କୁ ଠକୁଥିଲେ ଏହି ଠକ । କୋଲକାତା ମାଲଦା ଟାଉନ ପ୍ରଗତି ମଇଦାନ ଥାନାରେ ଅଭିଯୁକ୍ତ ନାଁରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ଓଡ଼ିଶାକୁ ଆସି ଅଭିଯୁକ୍ତକୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ୍    ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe