କନକ ବ୍ୟୁରୋ: ଭୁବନେଶ୍ବରରେ ପଶ୍ଚିମବଙ୍ଗ ପୁଲିସ  । ୪କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ ବରମୁଣ୍ଡାରୁ ଜଣକୁ ପୁଲିସ ଉଠାଇ ନେଇଛି । ଖଣ୍ଡଗିରି ଥାନା ପୁଲିସ ସହାୟତାରେ ହରିହର ମହାପାତ୍ର ନାମକ ଯୁବକକୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ । ଅନଲାଇନରେ ସେୟାର ମାର୍କେଟ ଓ ଟ୍ରେଡିଂରେ ଟଙ୍କା ଲଗାଇବାକୁ କହି ଲୋକଙ୍କୁ ଠକୁଥିଲେ ଏହି ଠକ । କୋଲକାତା ମାଲଦା ଟାଉନ ପ୍ରଗତି ମଇଦାନ ଥାନାରେ ଅଭିଯୁକ୍ତ ନାଁରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଆଧାରରେ ଓଡ଼ିଶାକୁ ଆସି ଅଭିଯୁକ୍ତକୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ୍    ।