କନକ ବ୍ୟୁରୋ: ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣ ମାମଲାରେ ପଶ୍ଚିମବଙ୍ଗ ଲିଙ୍କ୍ ନେଇ ଦୁଇ ବଙ୍ଗୀୟ ଯୁବକ ଏବେ ପୁଲିସ ସ୍କାନରରେ ଅଛନ୍ତି । ସେପଟେ ଆଶ୍ରୟ ଗୃହରେ ଥିବା ଉଦ୍ଧାର ନାବାଳିକାକୁ ବାଂଲାଦେଶକୁ ପଠାଇବାକୁ ଯୋଗାଯୋଗ ଚାଲିଛି । 

Advertisment

ବାଂଲାଦେଶରୁ ଯୁବତୀ ଚାଲାଣ ମାମଲାରେ ପୂର୍ବରୁ ୪ ଜଣ ଗିରଫ ହୋଇଥିବା ବେଳେ ଗତକାଲି ମାଷ୍ଟର ମାଇଣ୍ଡ ଗୋପୀ  ସହ ଆଉ ଜଣଙ୍କୁ ଗିରଫ କରିଛି ପୁଲିସ । ଯୁବତୀ ଚାଲାଣରେ ପଶ୍ଚିମବଙ୍ଗ ଲିଙ୍କ୍ ଥିବା ପୁଲିସକୁ ସୁରାକ୍ ମିଳିଛି । ଦୁଇ ବଙ୍ଗୀୟ ଯୁବକ ପୁଲିସ ସ୍କାନରରେ ଅଛନ୍ତି । ଗତକାଲି ପୋଲିସ ଗିରଫ ହୋଇଥିବା ଦୁଇଜଣଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ଥିବା କଟକ ଡିସିପି କହିଛନ୍ତି ।

ସେପଟେ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କୁ  ନିଜ ଦେଶକୁ ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଶ୍ରୟ ଗୃହରେ ଥିବା ଏହି ନାବାଳିକା ଘରକୁ ଫେରିବା ବାଟକୁ ଚାହିଁ ରହିଛନ୍ତି ।  ଆଶ୍ରୟ ଗୃହରେ ତାର ବ୍ୟବହାର ଉପରେ  ନଜର ରଖାଯାଇଥିବା ଓ ଶୀଘ୍ର ଘରକୁ ପଠାଇବା ପାଇଁ ବଂଲାଦେଶ ସହ ଯୋଗାଯୋଗ କରାଯାଇଥିବା ଶିଶୁ କଲ୍ୟାଣ କମିଟି ଅଧିକାରୀ କହିଛନ୍ତି ।

୨୦୨୪ ନଭେମ୍ବର ୨୪ରେ କଟକରୁ ନାବାଳିକା ଉଦ୍ଧାର ପରେ ବାଂଲାଦେଶରୁ ଯୁବତୀ ଚାଲାଣ ଘଟଣା ସାମ୍ନାକୁ ଆସିଥିଲା । ଏହା ଭିତରେ ପୁଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଉ କିଛି ଅଭିଯୁକ୍ତଙ୍କୁ ଖୁବଶୀଘ୍ର କରାଯିବ ବୋଲି ପୁଲିସ କହିଛି ।