କନକ ବ୍ୟୁରୋ : ୱାକଫ୍‌ ବିଲ୍‌କୁ ନେଇ ଜଳୁଛି ପଶ୍ଚିମବଙ୍ଗ । ବିଲ୍‌ ବିରୋଧରେ ପ୍ରତିବାଦ ହିଂସାର ରୂପ ନେଇଛି । ମୁର୍ସିଦାବାଦରେ ହିଂସା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଛି, ଅନେକ ଲୋକ ଆହତ ହୋଇଛନ୍ତି । ପ୍ରଦର୍ଶନକାରୀ ପୁଲିସ ଗାଡି ଓ ସାର୍ବଜନୀନ ସମ୍ପତ୍ତିରେ ନିଆଁ ଲଗାଇଦେଇଛନ୍ତି । ଲୋକଙ୍କ ଘରେ ପଶି ମାରପିଟ୍ କରିବା ସହ ଭଙ୍ଗାରୁଜା କରିଛନ୍ତି ହିଂସାକାରୀ । ସ୍ଥିତି ବିଗୁଡୁଥିବାରୁ କୋଲକାତା ହାଇକୋର୍ଟ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୫୦ ଜଣଙ୍କୁ ପୁଲିସ ଗିରଫ କରିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣାଧୀନ ନାହିଁ । ଇଣ୍ଟରନେଟ୍ ବନ୍ଦ କରିଦିଆଯାଇଛି । ଅଧିକାଂଶ ଅଞ୍ଚଳରେ ବିଏସଏସ୍ ୧୬୩ ଲାଗୁ କରାଯାଇଛି । ହିଂସା ଘଟିଥିବା ମୁସଲିମ୍‌ ବହୁଳ ୫ ଜିଲ୍ଲାରେ ୫ କମ୍ପାନୀ ବିଏସଏଫ ଯବାନ ମୁତୟନ କରାଯାଛି । ମାଦଲା, ମୁର୍ସିଦାବାଦ, ସାଉଥ ୨୪ ପ୍ରଗଣା ଆଦି ଅଞ୍ଚଳରେ ହିଂସା ହୋଇଛି । 

Advertisment

ହିନ୍ଦୁମାନେ ସୁରକ୍ଷିତ ନଥିବା ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀ ଅଭିଯୋଗ ଆଣିଛନ୍ତି । ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛନ୍ତି । ଶାନ୍ତି ବଜାୟୀ ରଖିବାକୁ ଅପିଲ କରିବା ସହ ମମତା କହିଛନ୍ତି କିଛି ଦଳ ରାଜନୈତିକ ଫାଇବା ପାଇଁ ଧର୍ମକୁ ଅପବ୍ୟବହାର କରିଛନ୍ତି । ଘଟଣାକୁ ନେଇ ହାଇକୋର୍ଟ କହିଛନ୍ତି, ଏଭଳି ମାମଲା ସାମ୍ନାକୁ ଆସିଲେ କୋର୍ଟ ଆଖି ବୁଜି ବସିପାରିବେ ନାହିଁ । ହିଂସା ଅଞ୍ଚଳରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁର୍ସିଦାବାଦର ସମସେରଗଞ୍ଜରେ ଜାଫରାବାଦରେ ବାପା-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେମାନଙ୍କ ଶରୀରରେ କ୍ଷତଚିହ୍ନ ଥିଲା । ସେହିଭଳି ଅନ୍ୟ ଏକ ଘଟଣାରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରାଯାଇଛି ।  ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି ବିଜେପି ।