କନକବ୍ୟୁରୋ : ପଶ୍ଚିମବଙ୍ଗରେ ନିପା ଭାଇରସ୍ର ଦୁଇଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ତତ୍ପର ହୋଇ ଉଠିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ତାଙ୍କ ସହ ଫୋନରେ କଥା ହୋଇ ସମସ୍ତ ପ୍ରକାରର ସମର୍ଥନର ପ୍ରତିଶ୍ରୁତି ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ରାଜ୍ୟକୁ ବୈଷୟିକ, ଲଜିଷ୍ଟିକ୍ ଏବଂ ପ୍ରଶାସନିକ ସହାୟତା ଯୋଗାଇ ଦିଆଯାଉଛି । ପରୀକ୍ଷା, ନିରୀକ୍ଷଣ, ଚିକିତ୍ସା, ସଂକ୍ରମଣ ନିବାରଣ ଏବଂ ନିୟନ୍ତ୍ରଣ ପାଇଁ ସମସ୍ତ ଆବଶ୍ୟକୀୟ ସମ୍ବଳ ଉପଲବ୍ଧ କରାଯାଇଛି । ରାଜ୍ୟ ସରକାରଙ୍କୁ କଣ୍ଟାକ୍ଟ ଟ୍ରେସିଂ ଏବଂ ଅନ୍ୟାନ୍ୟ ପ୍ରତିଷେଧକ ପଦକ୍ଷେପ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି ।
ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ : ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ବୀଭତ୍ସ ହତ୍ୟା
୧୧ ଜାନୁଆରି ୨୦୨୬ରେ, ପଶ୍ଚିମବଙ୍ଗରେ ନିପା ଭାଇରସ୍ର ଦୁଇଟି ସନ୍ଦିଗ୍ଧ ମାମଲା ରିପୋର୍ଟ ହୋଇଥିଲା । ଆଇସିଏମ୍ଆର୍-ଏମ୍ସ କଲ୍ୟାଣୀର ଭିଆର୍ଡିଏଲ୍ ଲ୍ୟାବରେ ପରୀକ୍ଷଣ ସମୟରେ ଏହି ସନ୍ଦିଗ୍ଧ ମାମଲାଗୁଡ଼ିକୁ ଚିହ୍ନଟ କରାଯାଇଥିଲା । ମାମଲାଗୁଡ଼ିକ ବିଷୟରେ ସୂଚନା ପାଇବା ପରେ, କେନ୍ଦ୍ର ସରକାର ତୁରନ୍ତ ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗ କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖି ସମସ୍ତ ପ୍ରକାରର ସହାୟତାର ପ୍ରତିଶ୍ରୁତି ଦେଇଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନରେ କଥା ହୋଇ କେନ୍ଦ୍ର ସରକାରଙ୍କ ସମର୍ଥନର ପ୍ରତିଶ୍ରୁତି ଦୋହରାଇଥିଲେ । କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ ଏକ ଜାତୀୟ ସଂୟୁକ୍ତ ଆଉଟ୍ବ୍ରେକ ରେସପନ୍ସ ଦଳ ପଠାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/13/1-2026-01-13-11-10-45.jpg)