ମୁଖ୍ୟମନ୍ତ୍ରୀ ମନା କରିଥିଲେ, ରାଜ୍ୟପାଳ ଶୁଣିଲେନି; ହିଂସା ପରେ ମାଲଦାରେ ପହଞ୍ଚିଲେ ପଶ୍ଚିମବଙ୍ଗ ରାଜ୍ୟପାଳ

Advertisment

ମାଲଦାରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ଟ୍ରେନ ଯୋଗେ ସେ କୋଲକାତାରୁ ଯାଇ ମାଲଦାରେ ପହଞ୍ଚିଛନ୍ତି । ଯେଉଁଠି ସେ ପୀଡିତଙ୍କ ପରିବାରକୁ ଭେଟି ତାଙ୍କ ସହ ଆଲୋଚନା କରିବେ । ଗତ ଏପ୍ରିଲ ୧୧ ତାରିଖରେ ଓ୍ୱାକଫ୍ ଆଇନ ବିରୋଧରେ ହେଉଥିବା ପ୍ରତିବାଦ, ଆଉ ଏହି ସମୟରେ ଘଟିଥିବା ହିଂସାରେ କିଛି ହିନ୍ଦୁ ପରିବାର ସ୍ଥାନାନ୍ତରିତ ହେଇ ଆସି ମାଲଦାରେ ଆଶ୍ରୟ ନେଇଛନ୍ତି

ମାଲଦାରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ଟ୍ରେନ ଯୋଗେ ସେ କୋଲକାତାରୁ ଯାଇ ମାଲଦାରେ ପହଞ୍ଚିଛନ୍ତି । ଯେଉଁଠି ସେ ପୀଡିତଙ୍କ ପରିବାରକୁ ଭେଟି ତାଙ୍କ ସହ ଆଲୋଚନା କରିବେ । ଗତ ଏପ୍ରିଲ ୧୧ ତାରିଖରେ ଓ୍ୱାକଫ୍ ଆଇନ ବିରୋଧରେ ହେଉଥିବା ପ୍ରତିବାଦ, ଆଉ ଏହି ସମୟରେ ଘଟିଥିବା ହିଂସାରେ କିଛି ହିନ୍ଦୁ ପରିବାର ସ୍ଥାନାନ୍ତରିତ ହେଇ ଆସି ମାଲଦାରେ ଆଶ୍ରୟ ନେଇଛନ୍ତି

WB CM AND GOVERNOR POLITICS

WB CM AND GOVERNOR POLITICS Photograph: (KanakNews )

କନକ ବ୍ୟୁରୋ: ମାଲଦାରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ଟ୍ରେନ ଯୋଗେ ସେ କୋଲକାତାରୁ ଯାଇ ମାଲଦାରେ ପହଞ୍ଚିଛନ୍ତି । ଯେଉଁଠି ସେ ପୀଡିତଙ୍କ ପରିବାରକୁ ଭେଟି ତାଙ୍କ ସହ ଆଲୋଚନା କରିବେ । ଗତ ଏପ୍ରିଲ ୧୧ ତାରିଖରେ ଓ୍ୱାକଫ୍ ଆଇନ ବିରୋଧରେ ହେଉଥିବା ପ୍ରତିବାଦ, ଆଉ ଏହି ସମୟରେ ଘଟିଥିବା ହିଂସାରେ କିଛି ହିନ୍ଦୁ ପରିବାର ସ୍ଥାନାନ୍ତରିତ ହେଇ ଆସି ମାଲଦାରେ ଆଶ୍ରୟ ନେଇଛନ୍ତି । ଆଉ ଏହାପରେ ପଶ୍ଚିମବଙ୍ଗ ରାଜ୍ୟପାଳ ସେହି ପୀଡିତ ପରିବାରଙ୍କୁ ଭେଟିବାକୁ ମାଲଦାରେ ପହଞ୍ଚିଛନ୍ତି ।

ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ କହିବା ଅନୁଯାୟୀ, ସେ ପରିସ୍ଥିତିର ସମୀକ୍ଷା କରିବେ ଏବଂ ପ୍ରଭାବିତ ପରିବାର ସହିତ କଥା ହେବେ । ଏହାସହିତ କେନ୍ଦ୍ର ସରକାରଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ । ତେବେ ପଶ୍ଚିମବଙ୍ଗରେ ହିଂସାର ଯୁଗ ଶେଷ ହେବା ଉଚିତ, ତେବେ ହିଁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ହୋଇପାରିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ମୁଖ୍ୟମନ୍ତ୍ରୀ ମମତା ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ମୁର୍ଶିଦାବାଦ ଜିଲ୍ଲା ଗସ୍ତକୁ କିଛି ସମୟ ପାଇଁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେ ସମୟରେ କହିଥିଲେ ଯେ, ବିଶ୍ୱାସ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଉଥିବାରୁ ମୁଁ ରାଜ୍ୟପାଳଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ଅପିଲ କରିବି । ହେଲେ ମମତାଙ୍କ ମନା କରିବା ସତ୍ତ୍ୱେ ମଧ୍ୟ ରାଜ୍ୟପାଳ ମାଲଦାରେ ଯାଇ ପହଞ୍ଚିଛନ୍ତି ।

ତେବେ ରାଜ୍ୟପାଳଙ୍କ ମାଲଦା ଗସ୍ତ ପୂର୍ବରୁ, ଗୁରୁବାର ବିଜେପିର ପଶ୍ଚିମବଙ୍ଗ ମୁଖ୍ୟ ସୁକାନ୍ତ ମଜୁମଦାର ମୁର୍ଶିଦାବାଦ ଦଙ୍ଗାରେ ବାସହୀନ ହୋଇଥିବା କିଛି ଲୋକଙ୍କୁ ରାଜଭବନକୁ ନେଇ ରାଜ୍ୟପାଳଙ୍କୁ ଭେଟିଥିଲେ । ଏହି ପୀଡିତମାନେ ରାଜ୍ୟପାଳଙ୍କୁ ସେମାନଙ୍କର ଦୁଃଖଦ କାହାଣୀ କହିଥିଲେ । ଏହାପରେ ଶୁକ୍ରବାର ସକାଳେ ପଶ୍ଚିମବଙ୍ଗ ରାଜ୍ୟପାଳ ଟ୍ରେନ ଯୋଗେ ମାଲଦା ଅଭିମୁଖେ ଯାତ୍ରା କରିଥିଲେ ।

ଅନ୍ୟପକ୍ଷରେ, ମୁର୍ଶିଦାବାଦ ହିଂସା ପରେ, ଜାତୀୟ ମାନବାଧିକାର କମିଶନ ଏବଂ ଜାତୀୟ ମହିଳା କମିଶନର ଦଳଗୁଡ଼ିକ ମଧ୍ୟ ଆଜି ମାଲଦାର ରିଲିଫ୍ ଶିବିର ପରିଦର୍ଶନ କରିଛନ୍ତି । NHRC ଦଳ ମାଲଦାର ଲାଲପୁର ହାଇସ୍କୁଲରେ ସ୍ଥାପିତ ରିଲିଫ୍ ଶିବିର ପରିଦର୍ଶନ କରିଥିଲେ, ଯେଉଁଠାରେ ଶହ ଶହ ବିସ୍ଥାପିତ ଆଶ୍ରୟ ନେଇଛନ୍ତି । ସୂଚନାଯୋଗ୍ୟ ଯେ, ମୁର୍ଶିଦାବାଦ ହିଂସାରେ ଏପର୍ଯ୍ୟନ୍ତ ତିନି ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୭୪ରୁ ଅଧିକଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe