କନକ ବ୍ୟୁରୋ: ଜୁନିୟର ଡାକ୍ତରଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆନ୍ଦୋଳନକାରୀଙ୍କୁ ଭେଟି ମମତା କହିଛନ୍ତି , ‘ମୁଁ ଏଠାକୁ ଆପଣଙ୍କ ଦିଦି ଭାବେ ଭେଟିବାକୁ ଆସିଛି ଜଣେ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ’ । ଏହି ସମୟରେ ଡାକ୍ତରଙ୍କ ମୁହଁରୁ କେବଳ ଗୋଟିଏ କଥା ଶୁଣିବାକୁ ମିଳିଥିଲା ଆମକୁ ନ୍ୟାୟ ଦରକାର ଓ ଦୋଷୀକୁ ଦଣ୍ଡ ମିଳୁ । ଜୋରଦାର ଦାବି ଭିତରେ ମମତା ପୀଡିତା ଓ ତାଙ୍କ ପରିବାକୁ ନିଶ୍ଚୟ ନ୍ୟାୟ ମିଳିବା  ନେଇ ଆଶ୍ୱସନା ଦେଇଥିଲେ  ।

Advertisment

ଦୁଇ ଦିନ ପୂର୍ବରୁ ପ୍ରତିବାଦ କରୁଥିବା ଡାକ୍ତରଙ୍କୁ ଭେଟିବା ପାଇଁ ମମତା ଯେଉଁ ପ୍ରସ୍ତାବ ଦେଇଥିଲେ ତାକୁ ଖାରଜ କରିଥିଲେ ଜୁନିୟର ଡାକ୍ତର । ୨ ଘଣ୍ଟା ଅପେକ୍ଷା ପରେ ପ୍ରଦର୍ଶନକାରୀ ଡାକ୍ତର ଭେଟିବା ପାଇଁ ନପହଞ୍ଚିବାପରେ ଶେଷରେ ଇସ୍ତଫା ପ୍ରସ୍ତାବ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଅଗଷ୍ଟ ୯ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହାଇଦେଇଛି । ଏପରିକି ମାସେରୁ ଅଧିକ ସମୟ ହେବ ପଶ୍ଚିମବଙ୍ଗରେ ଅଚଳ ହୋଇଛି ସ୍ୱାସ୍ଥ୍ୟ ବ୍ୟବସ୍ଥା । ସେପଟେ ଡାକ୍ତରଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେଣି ମମତା ବାନାର୍ଜୀ ।