କନକ ବ୍ୟୁରୋ: ପାଠ ପଢ଼ିବାକୁ ଯାଇଥିଲେ, ହେଲେ ଯୁଦ୍ଧରେ ଚାଲିଗଲା ଜୀବନ । ରୁଷିଆ-ୟୁକ୍ରେନ ଯୁଦ୍ଧରେ ରାଜସ୍ଥାନର ଯୁବକ ଅଜୟ ଗୋଦାରାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାଜସ୍ଥାନର ବିକାନେର ଜିଲ୍ଲା ଅର୍ଜନସର ଗାଁର ୨୨ ବର୍ଷୀୟ ଯୁବକ ଅଜୟ ଗୋଦାରା ରୁଷିଆ-ୟୁକ୍ରେନ ଯୁଦ୍ଧରେ ପ୍ରାଣ ହରାଇଛନ୍ତି। ପାଠ ପଢ଼ିବା ପାଇଁ ଷ୍ଟୁଡେଣ୍ଟ ଭିସାରେ ନଭେମ୍ବର ୨୦୨୪ରେ ରୁଷିଆ ଯାଇଥିବା ଅଜୟଙ୍କୁ ଏଜେଣ୍ଟମାନେ ଠକି ଜବରଦସ୍ତ ରୁଷ୍ ସେନାରେ ଭର୍ତ୍ତି କରିଥିଲେ।  ଯୁଦ୍ଧକ୍ଷେତ୍ରକୁ ଅଜୟଙ୍କୁ ଜବରଦସ୍ତ ଠେଲି ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

Advertisment

ଗତ ସେପ୍ଟେମ୍ବର ୨୨ରେ ଶେଷ କଲ୍‌ରେ ଅଜୟ ପରିବାରକୁ କହିଥିଲେ, ଆମକୁ ଫ୍ରଣ୍ଟଲାଇନ୍‌ରେ ପଠାଇ ଦିଆଯାଇଛି, ସାଥୀମାନେ ମରୁଛନ୍ତି, ମୋ ଜୀବନ ବିପଦରେ। ଡିସେମ୍ବର ୧୭ରେ ତାଙ୍କ ମୃତଦେହ ରୁଷ ୟୁନିଫର୍ମ ସହ ଦିଲ୍ଲୀରେ ପହଞ୍ଚିଛି। ଗାଁରେ ଶେଷକୃତ୍ୟ କରାଯାଇଥିବା ବେଳେ ପରିବାରରେ ଶୋକର ଲହରୀ ଖେଳିଯାଇଛି। ଏମିତି ଅନେକ ଭାରତୀୟ ଯୁବକ ଠକାମିର ଶିକାର ହେଉଛନ୍ତି।

ଆହୁୁରି ପଢ଼ନ୍ତୁ : ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ; ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବିଚାର ଦାବି କଲେ ବିଜେପି ବିଧାୟକ

ଯୁଦ୍ଧରେ ଭାରତୀୟ ଛାତ୍ର ମୃତ

  • ରୁଷିଆ-ୟୁକ୍ରେନ ଯୁଦ୍ଧରେ ଭାରତୀୟ ଛାତ୍ର ମୃତ
  • ଷ୍ଟୁଡେଣ୍ଟ ଭିସାରେ ରୁଷ୍ ଯାଇଥିଲେ ପଢ଼ିବାକୁ
  • ଜବରଦସ୍ତ ରୁଷ ସେନାରେ କରାଯାଇଥିଲା ଭର୍ତ୍ତି
  • ଅଜୟ ଗୋଦାରା ରାଜସ୍ଥାନର ବିକାନେର ଅର୍ଜନସର ଗାଁର ବାସିନ୍ଦା
  • ତାଲିମ ବଦଳରେ ସିଧା ଯୁକ୍ରେନ ଫ୍ରଣ୍ଟଲାଇନ୍‌କୁ ପଠାଯାଇଥିଲା
  • ଭିଡିଓ ଓ କଲ୍‌ରେ ସରକାରଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଥିଲେ
  • ସାଥୀ ଯୁବକମାନେ ମରିଯାଇଥିବା ଓ ଫେରାର ଥିବା କହିଥିଲେ
  • ଶେଷ କଲ୍ ସେପ୍ଟେମ୍ବର ୨୨, ୨୦୨୫ରେ କରିଥିଲେ
  • ସେ ସମୟରେ ଭୟଙ୍କର ଆକ୍ରମଣ ଚାଲିଥିଲା
  • ଡିସେମ୍ବର ୧୭ରେ ଅଜୟଙ୍କ ମୃତଦେହ ଦିଲ୍ଲୀରେ ପହଞ୍ଚିଛି
  • ଗାଁରେ ଶୋକାକୁଳ ପରିବେଶରେ ଅଜୟଙ୍କ ଶେଷକୃତ୍ୟ ସମ୍ପନ୍ନ