କନକ ବ୍ୟୁରୋ: ‘ଅନେକ ସମୟରେ ଏସି ରୁମ୍ ଭିତରେ ପରିବେଶ ସମ୍ପର୍କିତ ଏ ଆଲୋଚନାକୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରାଯାଏ । ହେଲେ ଏଭଳି ପ୍ରତିକ୍ରିୟାକୁ ମୁଁ ସ୍ୱାଗତ କରୁଛି । କାରଣ ଯେଉଁମାନେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ସେମାନେ ପରିବେଶକୁ ନେଇ କେତେ ସଚେତନ ଏଥିରୁ ଜଣାପଡ଼ୁଛି’, ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମର ଆଲୋଚନାରେ ଏଭଳି କିଛି କଥା କହିଛନ୍ତି ସମ୍ବାଦ ଓ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁନଶ୍ଚ ପୃଥିବୀ ପାଇଁ ସେ ବହୁତ କମ କାମ କରିଛନ୍ତି । ହେଲେ ଆମ ଟିମ୍ ମେମ୍ବର କିନ୍ତୁ ବହୁତ ଅଧିକ କାମ କରିଛନ୍ତି । ସଂଘର୍ଷ ସବୁ କାମରେ ଥାଏ, ହେଲେ ଶେଷରେ କିନ୍ତୁ ଏ ସବୁ ପାଇଁ ଖୁସି ଲାଗୁଛି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୪୭ ନିର୍ବାଚନମଣ୍ଡଳୀରେ ଯେତେବେଳେ ପରିବେଶ ପଞ୍ଚାୟତର ଆୟୋଜନ ହୋଇଥାଏ, ସେତେବେଳେ ତାହା ଏସି ରୁମ୍ ଭିତରେ ହୁଏନି ବରଂ ଗଛ ତଳେ ହୋଇଥାଏ । ବର୍ଷା ହେଉଥିଲେ ସ୍କୁଲ ଘର ଭିତରେ ଆୟୋଜନ ହୋଇଥାଏ । ଏହାସହ ଟିଭି, ରେଡିଓ ଏବଂ ଖବରକାଗଜରେ ଆମେ ପରିବେଶ ସମ୍ପର୍କିତ ଖବରକୁ ସ୍ଥାନ ଦେଉଛୁ ବୋଲି କହିଛନ୍ତି ସମ୍ବାଦ ଓ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ।

ଆଲୋଚନାରେ ସମ୍ବାଦ ଓ କନକ ନ୍ୟୁଜର ସମ୍ପାଦକ ଆହୁରି ମଧ୍ୟ କହିଛନ୍ତି ଯେ ଆମେ କେମିତି ଅଧିକ ଲୋକଙ୍କ ପାଖରେ ପହଞ୍ଚିବୁ ସେନେଇ ଲକ୍ଷ୍ୟ ରଖିଛୁ । ଏଥିପାଇଁ ୧୨ ବର୍ଷର ଏକ ଟାର୍ଗେଟ ରଖିଛୁ । ତେବେ ପ୍ରତି ଘରୁ କେମିତି ଜଣେ ଜଣେ ପରିବେଶ ଯୋଦ୍ଧା ସୃଷ୍ଟି ହୋଇପାରିବେ ସେନେଇ ଆମେ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି । ଏହାସହ କୌଣସି ସାମ୍ବାଦିକ ଯଦି ପରିବେଶ ସମ୍ପର୍କିତ ରିପୋର୍ଟିଂ କରିବାକୁ ଚାହୁଛନ୍ତି ତେବେ ସେମାନଙ୍କ ପାଇଁ ମଧ୍ୟ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇ କହିଛନ୍ତି । 

ଭିଡିଓ ଦେଖନ୍ତୁ...